ନୂଆଦିଲ୍ଲୀ, ୩୧/୦୧: ଭାରତ,ଚୀନ ସମେତ ବ୍ରିକ୍ସ ଦେଶକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ।  ଯଦି ଆମେରିକା ଡ଼ଲାରକୁ ପରିବର୍ତ୍ତନ କରି କରେନ୍ସି କରାଯାଏ । ତେବେ ଶତ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିବ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି ଟ୍ରମ୍ପ। 

ତେବେ ଟ୍ରମ୍ପ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ  ଟ୍ରୁଥ ସୋସିଆଲରେ ପୋଷ୍ଟ କରି ଲେଖିଛନ୍ତି ଯେ,' ବ୍ରିକ୍ସ ଦେଶଗୁଡ଼ିକ ଆମେରିକା ଡ଼ଲାରର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ ଦେବାକୁ ଚେଷ୍ଟା କରୁଛନ୍ତି । ଆଉ ଏନେଇ ଚୁପ୍ ରହିବୁନି । ଯଦି ବ୍ରିକ୍ସ ନୂଆ କରେନ୍ସି ପ୍ରସ୍ତୁତ କରୁଛି କିମ୍ବା କୌଣସି ଅନ୍ୟ  କରେନ୍ସିକୁ ସମର୍ଥନ କରୁଛି । ତେବେ ତାଙ୍କ ଉପରେ ଶତ ପ୍ରତିଶତ ଶୁଳ୍କ ଲାଗିବ । ଯଦି ଏଭଳି ହେବ ତେବେ ବ୍ରିକ୍ସ ଦେଶ ପାଇଁ ଆମେରିକାକୁ ରାସ୍ତା ବନ୍ଦ ହୋଇଯିବ ।

ଏହା ମଧ୍ୟ ପଢନ୍ତୁ- ସୁନିତା ଓ୍ବିଲିୟମ୍ସ ଖୁବ୍ ଶୀଘ୍ର ଫେରିପାରନ୍ତି ପୃଥିବୀ, ଟ୍ରମ୍ପଙ୍କ ଅପିଲ୍‌ ପରେ ଏଭଳି ଉତ୍ତର ରଖିଲେ ଏଲୋନ୍ ମସ୍କ

ବ୍ରିକ୍ସରେ ବ୍ରାଜିଲ, ଋଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ଆଦି ଦେଶ ସାମିଲ ଅଛନ୍ତି । ଏହି ଦେଶଗୁଡ଼ିକ  ବିଶ୍ୱବ୍ୟାପୀ ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଚାହୁଁଛନ୍ତି । ବ୍ରିକ୍ସ ଦେଶ ନିଜର ବ୍ୟାପାରକୁ ବ୍ରିକ୍ସ କରେନ୍ସିର ସାହାଯ୍ୟରେ ଆରମ୍ଭ କରିବାକୁ ଯୋଜନା ଚଳାଇଛି। ଋଷ ଓ ଚୀନ ପ୍ରଥମରୁ ହିଁ ଡ଼ଲାର ବ୍ୟତୀତ ୟୁଆନ ଓ ଅନ୍ୟ ମୁଦ୍ରାରେ ବ୍ୟାପାର କରୁଛନ୍ତି । ବର୍ତ୍ତମାନ ବ୍ରିକ୍ସର ଏହି ନୂଆ କରେନ୍ସିରେ ଆମେରିକାର ଆର୍ଥିତ ସ୍ଥିତି  ଦୁର୍ବଳ ହୋଇପାରେ । ଯଦି ବ୍ରିକ୍ସ ନିଜର କରେନ୍ସି ଲଞ୍ଚ କରେ ତେବେ ପ୍ରାଧାନ୍ୟ ବିସ୍ତାର କରିଥିବା ଆମେରିକା ଡ଼ଲାର ଦୁର୍ବଳ ହୋଇପାରେ । ସେହିପରି ଯଦି ଦୁନିଆ ଡ଼ଲାର ବ୍ୟତୀତ ବ୍ରିକ୍ସ ମୁଦ୍ରାକୁ ଆପଣାଇବାକୁ ଲାଗେ ତେବେ ଆମେରିକା ଅର୍ଥବ୍ୟବସ୍ଥାକୁ ଝଟକା ଲାଗିବାର ଆଶଙ୍କା କରାଯାଉଛି।