ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

୩୦ ଦିନିଆ ଅସ୍ତ୍ରବିରତି ପାଇଁ ୟୁକ୍ରେନ୍ ରାଜି, ସାମରିକ ସହାୟତା ଉପରୁ କଟକଣା ହଟାଇବେ ଟ୍ରମ୍ପ

Published By : Rasmita Pradhan | March 12, 2025 8:42 AM

ଭୁବନେଶ୍ଵର, ୧୨/୦୩ : ଋଷ ସହ ଅସ୍ତ୍ରବିରତି ପାଇଁ ସହମତ ହେଲା ୟୁକ୍ରେନ୍। ସାଉଦି ଆରବରେ ଆମେରିକା-ୟୁକ୍ରେନ୍ ଶାନ୍ତି କାଥାବାର୍ତ୍ତା ସଫଳ। ଆମେରିକାର ୩୦ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବରେ ୟୁକ୍ରେନ୍ ରାଜି ହୋଇଛି। ୟୁକ୍ରେନ୍‌ର ଏହି ପଦକ୍ଷେପକୁ ସ୍ଵାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ, ଏବେ ଅସ୍ତ୍ରବିରତି ପାଇଁ ପୁଟିନ ମାନିବେ ବୋଲି ଆଶା କରୁଛୁ। ଆଗାମୀ ଦିନରେ ୩ ବର୍ଷ ହେଲାଣି ଲାଗିରହିଥିବା ଋଷ-ୟୁକ୍ରେନ୍ ଯୁଦ୍ଧ ଉପରେ ବିରାମ ଲାଗିପାରେ। ଏଥିପାଇଁ ମୁଁ ଖୁବଶୀଘ୍ର ପୁଟିନଙ୍କ ସହ ଆଲୋଚନା କରିବି। 

ସାଉଦି ଆରବର ରିୟାଦରେ ଆମେରିକା-ୟୁକ୍ରେନ୍ ମଧ୍ୟରେ ହୋଇଥିବା ୯ ଘଣ୍ଟିଆ ଶାନ୍ତି କାଥାବାର୍ତ୍ତା ସଫଳ ହୋଇଛି। ଏହି ଆଲୋଚନାରେ ଆମେରିକା ଦ୍ଵାରା ପ୍ରସ୍ତାବିତ ୩୦ ଦିନିଆ ଅସ୍ତ୍ରବିରତି ପାଇଁ ୟୁକ୍ରେନ୍ ରାଜି ହୋଇଛି। ୟୁକ୍ରେନ୍‌ର ଏହି ନିଷ୍ପତ୍ତି ପରେ ସାମରିକ ସହାୟତା ଉପରେ ଲାଗିଥିବା କଟକଣା ଉପରୁ ଆମେରିକା ପ୍ରତିବନ୍ଧକ ହଟାଇଛି। ୨୦୨୨ରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ପରଠାରୁ ଆମେରିକା ଲଢ଼ିବା ଲାଗି ୟୁକ୍ରେନକୁ ସବୁ ପ୍ରକାର ସହାୟତା ଯୋଗାଇ ଦେଇଆସୁଥିଲା । କିନ୍ତୁ ଆମେରିକାରେ କ୍ଷମତା ପରିବର୍ତ୍ତନ ଘଟିବା ପରେ ତାର ଆଭିମୁଖ୍ୟ ମଧ୍ୟ ବଦଳି ଯାଇଛି । ରାଷ୍ଟ୍ରପତି ଭାବେ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରେ ୟୁକ୍ରେନକୁ ସାମରିକ, ଗୁଇନ୍ଦା ଓ ଆର୍ଥିକ ସହାୟତା ବନ୍ଦ କରିଦେଇଛନ୍ତି । 

ଏନେଇ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ, ଏବେ ଋଷ ଉପରେ ନିର୍ଭର କରୁଛି। ଅସ୍ତ୍ରବିରତି ପାଇଁ ଆମେ ଋଷକୁ ପ୍ରସ୍ତାବ ଦେବୁ। ଆଶା କରୁଛୁ ଋଷ ମଧ୍ୟ ଏଥିରେ ସହମତ ହେବ। ଯଦି ପୁଟିନ ଏଥିରେ ସହମତ ହୁଅନ୍ତି ତେବେ ଆଗକୁ ଦୁଇ ଦେଶ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ବିସ୍ତୃତ ଆଲୋଚନା ହେବ। 

ଗତମାସରେ ୱାଶିଂଟନସ୍ଥିତ ହ୍ୱାଇଟ୍‌ହାଉସର ଓଭାଲ ଅଫିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଉଭୟ ଦେଶ ପକ୍ଷରୁ ଏହା ପ୍ରଥମ ଆଲୋଚନା । ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ଓ ଏନ୍‌ଏସ୍‌ଏ ମାଇକ୍‌ ୱାଲ୍‌ଜ ପ୍ରତିନିଧିତ୍ୱ କରୁଥିବା ବେଳେ ୟୁକ୍ରେନ ପକ୍ଷରୁ ଜେଲେନ୍‌ସ୍କିଙ୍କ ଘନିଷ୍ଠ ସହଯୋଗୀ ଆନ୍ଦ୍ରୀ ୟର୍‌ମାକ ଏହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ସାଉଦି ଆରବରେ ଉପସ୍ଥିତ ଥିବା ଜେଲେନ୍‌ସ୍କି ଏହି ଆଲୋଚନାରେ ସାମିଲ ହୋଇନଥିଲେ । 

ୟୁକ୍ରେନ୍‌ର ଏହି ନିଷ୍ପତ୍ତି ପରେ ଏବେ ଋଷ ଉପରେ ସାରା ବିଶ୍ଵର ନଜର ରହିଛି। ତେବେ ଏଯାବତ୍ ଋଷ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ସେପଟେ ଅସ୍ତ୍ରବିରତି ନିଷ୍ପତ୍ତିର କିଛି ଘଣ୍ଟା ପୂର୍ବରୁ ୟୁକ୍ରେନ୍‌ ମସ୍କୋ ଉପରେ ୩୩୭ ଡ୍ରୋନ ଆକ୍ରମଣ କରିଥିଲା। ଏଥିରେ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ କେତେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । ପରିସ୍ଥିତିକୁ ଦେଖି ରୁଷ ୪ଟି ବିମାନବନ୍ଦରକୁ ବନ୍ଦ କରିଛି । କେତେକ ଡ୍ରୋନକୁ ଖସାଇ ଦେଇଛି । 

ଏହି ଖବରଟିକୁ ପଢନ୍ତୁ-Ukraine: ୟୁକ୍ରେନର ଡ୍ରୋନ ଆକ୍ରମଣରେ ଋଷିଆର ହାଲ ବେହାଲ; ୩ମୃତ, ୧୭ ଆହତ



  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.