ଡେରାଡୁନ,୨୩/୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇଲେ । ଏହାପରେ ଋଷଠୁ ତେଲ କ୍ରୟ କରୁଥିବାକୁ ଅଗଷ୍ଟ ୨୫ରୁ ଏହାକୁ ୫୦ ପ୍ରତିଶତ କରିବାକୁ କହିଲେ । ଟାରିପ୍ ୱାର ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ବଡ଼ ଘୋଷଣା କରିଛନ୍ତି । ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତଙ୍କ ନାମ ଘୋଷଣା କରିଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ଘନିଷ୍ଠ ରାଜନୈତିକ ସହଯୋଗୀ ସର୍ଜିଓ ଗୋର ହେବେ ଭାରତରେ ୨୬ ତମ ଆମେରିକୀୟ ରାଷ୍ଟ୍ରଦୂତ । ଏହି ନିଯୁକ୍ତି ଏମିତି ସମୟରେ ହୋଇଛି, ଯେବେ ଭାରତ ଏବଂ ଆମେରିକା ସମ୍ପର୍କ ସ୍ଥିତି ଭଲ ନାହିଁ । ସର୍ଗିଓ ଗୋର୍ ଭାରତରେ ଆମେରିକାର ରାଷ୍ଟ୍ରଦୂତ ହେବା ସହିତ ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଆମେରିକାର ସ୍ୱତନ୍ତ୍ର ରାଷ୍ଟ୍ରଦୂତ ରହିବେ । ସେ ବର୍ତ୍ତମାନ ହ୍ୱାଇଟ୍ ହାଉସ୍ର ପ୍ରେସିଡେଣ୍ଟାଲ ପର୍ସନାଲ ଆଫିସ୍ର ଡାଇରେକ୍ଟର ରହିଛନ୍ତି ।
କହି ରଖୁଛୁ ଯେ ସର୍ଗିଓ ଗୋର୍ ଦୀର୍ଘ ସମୟ ଧରି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ରାଜନୈତିକ ଏବଂ ବ୍ୟକ୍ତିଗତ ବିଶ୍ୱାସପାତ୍ର ରହି ଆସିଛନ୍ତି। ସେ ରାଷ୍ଟ୍ରପତି ନିର୍ବାଚନ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ଏକ ବଡ଼ ରାଜନୈତିକ କାର୍ଯ୍ୟ କମିଟିର ନେତୃତ୍ୱ ନେଇଥିଲେ। ରାଷ୍ଟ୍ରପତି ହେବା ପରେ, ଟ୍ରମ୍ପ ତାଙ୍କୁ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଥିଲେ। ଗୋର୍ ଟ୍ରମ୍ପ ପ୍ରଶାସନ ପାଇଁ କର୍ମଚାରୀ ଚୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଭାରତର ରାଷ୍ଟ୍ରଦୂତ ଭାବରେ ଗୋର୍ଙ୍କ ନିଯୁକ୍ତିକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଉଛି । ଆମେରିକା ୧୯୯୦ ମସିହାରୁ ଏକ ଅଂଶୀଦାର ଭାବରେ ଭାରତକୁ ପ୍ରାଥମିକତା ଦେଇ ଆସୁଛି। କିନ୍ତୁ ସାମ୍ପ୍ରତିକ ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପ୍ରଭାବିତ କରିଛି । ଟ୍ରମ୍ପ ଋଷରୁ ତେଲ କିଣିବା ପାଇଁ ଭାରତ ଉପରେ ଚାପ ପକାଇବା ପାଇଁ ଋଷ ଉପରେ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
'ସାପ' କହିଥିଲେ ଏଲନ୍ ମସ୍କ- ସର୍ଗିଓ ଗୋର୍ ଜେରେଡ଼ ଆଇଜେକମେକର ନାସାର ପ୍ରମୁଖ ଭାବେ ନୋମିନେସନ୍ ଅଟକାଇବା ଭୂମିକା ତୁଲାଇଥିଲେ । ଏହି ନୋମିନେସନ ମସ୍କଙ୍କ ସମର୍ଥନରେ ହୋଇଥିଲା । ହେଲେ ଟ୍ରମ୍ପ ଏହାକୁ ରଦ୍ଦ କରି ଦେଇଥିଲେ । ଏହାପରେ ଟ୍ରମ୍ପ କହିଥିଲେ ଯେ ଏଲନ୍ ମସ୍କ ଏହି ନିଷ୍ପତ୍ତିରେ ରାଗି ଯାଇଥିଲେ । ଏହାପରେ ମସ୍କ ସୋସିଆଲ ମଡିଆ ପ୍ଲାଟଫର୍ମ ଏକ୍ସରେ ସର୍ଗିଓ ଗୋର୍ଙ୍କୁ 'ସାପ' ବୋଲି କହି ଟାର୍ଗେଟ କରିଥିଲେ ।