ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଡୋନାଲ୍ଡ ଟ୍ରମ୍ପ ବନାମ କମଳା ହାରିସ୍‌, କାହାର ବିଜୟ ବଜାର ପାଇଁ କିଭଳି ରହିବ ପ୍ରଭାବ

Published By : Prameya | November 5, 2024 11:44 AM

ନୂଆଦିଲ୍ଲୀ,୦୫/୧୧: ଆମେରିକା ନିର୍ବାଚନ ଫଳାଫଳକୁ ଅପେକ୍ଷା କରିରହିଛି ସମଗ୍ର ବିଶ୍ୱ । ବିଶ୍ୱର ସର୍ବବୃହତ୍‌ ଅର୍ଥନୀତିରେ ନିର୍ବାଚନ ଫଳାଫଳ ସମଗ୍ର ବିଶ୍ୱ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ  କରିବା ସ୍ୱାଭାବିକ । ଏଭଳି ସ୍ଥିତିରେ ଆଶଙ୍କାରେ ଅଛନ୍ତି ବଜାର ନିବେଶକ । ବିଶ୍ୱ ବଜାରଗୁଡ଼ିକ  ରିପବ୍ଲିକାନ୍‌ ପାର୍ଟି ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପଙ୍କ ବିଜୟ ନେଇ ପ୍ରସ୍ତୁତ ହେଉଛନ୍ତି । କାହାର ବିଜୟ ବଜାର ପାଇଁ କିଭଳି ରହିବ ତାହାକୁ ନେଇ ବିଭିନ୍ନ ପ୍ରକାର  ମତ ଦେଉଛନ୍ତି ବଜାର ବିଶେଷଜ୍ଞ ।  

ବଜାର ବିଶେଷଜ୍ଞଙ୍କ କହିବାନୁସାରେ, ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ କମଳା ହାରିସ୍‌ଙ୍କ  ବିଜୟ ଅର୍ଥନୀତି, ଇକ୍ୱିଟି ଏବଂ ଅନ୍ୟାନ୍ୟ ଆସେଟ୍‌ କ୍ଲାସ୍‌ଗୁଡ଼ିକ ପାଇଁ ନ୍ୟୁଟ୍ରାଲ ରହିବ । କରଣ  ବର୍ତ୍ତମାନ ଯାହା ଢ଼ାଞ୍ଚା ରହିଛି ତାହାକୁ କମଳା  ଜାରି ରଖିବେ । କିନ୍ତୁ ଟ୍ରମ୍ପଙ୍କ ବିଜୟ ବିକାଶମୁଖୀ  ବଜାର, ଇକ୍ୱିଟି ଏବଂ କରେନ୍ସିଗୁଡ଼ିକ ଉପରେ  ପ୍ରଭାବ ପକାଇବ ।  ଆଇସିଆଇସିଆଇ ବ୍ୟାଙ୍କର ଅର୍ଥନୈତିକ  ଗବେଷଣା ମୁଖ୍ୟ ସମୀର ନାରଙ୍ଗ କୁହନ୍ତି, ଯଦି  ଟ୍ରମ୍ପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି, ତେବେ  ସୁଧ ହାର ବଢ଼ିବ, ସୁନା ମହଙ୍ଗା ହେବ ଏବଂ  ଡଲାରର ପ୍ରଭାବ ବୃଦ୍ଧି ପାଇବ । ଅନ୍ୟପକ୍ଷରେ,  ଅଶୋଧିତ ତୈଳ ଦର କମିପାରେ । ସେହିଭଳି  କମଳା ହାରିସ୍‌ଙ୍କ ବିଜୟ ଦ୍ୱାରା ସୁଧ ହାର କମିବ  ଏବଂ ଡଲାର ଫ୍ଲାଟ୍‌ ରହିପାରେ ।  

ବିଶେଷଜ୍ଞଙ୍କ ମତରେ, ଟ୍ରମ୍ପଙ୍କ ବିଜୟ  ଭାରତ ଉପରେ ସକାରାତ୍ମକ ପ୍ରଭାବ ପକାଇବ ।  ଏହାର କାରଣ ହେଉଛି ଭାରତର ଘରୋଇ ଚାହିଦା-ପରିଚାଳିତ ଅଭିବୃଦ୍ଧି ମଡେଲ  ।  କମୋଡିଟି ଦର ହ୍ରାସ, ସପ୍ଲାଏ ଚେନ୍‌ ସିଫ୍ଟ  ଏବଂ ବୈଦେଶିକ ନୀତିର ସୁବିଧା ଭାରତକୁ  ମିଳିବ। ଅଶୋଧିତ ତୈଳ ଦର କମିବା ଦ୍ୱାରା  ବିପିସିଏଲ୍‌, ଆଇଓସିଏଲ୍‌ ଏବଂ ଏଚ୍‌ପିସିଏଲ୍‌  ଭଳି ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ ପାଇଁ ଟ୍ରମ୍ପଙ୍କ ବିଜୟ ସକାରାତ୍ମକ ରହିବ । 

ଅନ୍ୟପକ୍ଷରେ,  ଓଏନ୍‌ଜିସି, ଅଏଲ୍‌ ଇଣ୍ଡିଆ ଏବଂ ଗେଲ୍‌ ପାଇଁ  ଏହା ନକାରାତ୍ମକ ରହିବ । ଟ୍ରମ୍ପଙ୍କ ସୁରକ୍ଷାବାଦୀ  ନୀତି ଏବଂ ବାଣିଜ୍ୟିକ କଟକଣା ଆମେରିକାର  ଅଭିବୃଦ୍ଧିକୁ ମଜଭୂତ କରିପାରେ ।  ଅନ୍ୟପକ୍ଷରେ, କମଳା ହାରିସ୍‌ଙ୍କ ବିଜୟ  ଉଭୟ ବିଶ୍ୱ ଏବଂ ଆମେରିକା ଅର୍ଥନୀତି ଢ଼ାଞ୍ଚାକୁ  ଅପ୍ରଭାବିତ କରିପାରେ । ଇକ୍ୱିଟି ବଜାର, ଶକ୍ତି  ଦର, ସୁନା ଦର, ମୂଳ ଧାତୁ ଦର ଏବଂ ବିଶ୍ୱ  ୟୁଏସ୍‌ଡି ଉପରେ ପ୍ରଭାବ ନ୍ୟୁଟ୍ରାଲ ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.