ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଆମେରିକାରେ ବେଆଇନ ପ୍ରବାସୀଙ୍କ ସହ ହେବ ଆତଙ୍କବାଦୀଙ୍କ ଭଳି ବ୍ୟବହାର ! ଟ୍ରମ୍ପଙ୍କ ନିର୍ଦେଶ ବଢାଇଲା ଭୟ

Published By : Prameya | January 30, 2025 2:11 PM

ନ୍ୟୁୟର୍କ,୩୦।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଗୁଆଣ୍ଟାନାମୋ ଓ୍ବେ ଜେଲ୍‌ରେ ଡିଟେସନ୍ ସେଣ୍ଟର ବିସ୍ତାର କରିବା ନିର୍ଦେଶ ଦେଇଛନ୍ତି। ଏହି ସେଣ୍ଟରରେ ଆମେରିକାରୁ ଧରା ପଡିଥିବା ବେଆଇନ ପ୍ରବାସୀଙ୍କୁ ରଖାଯିବ। ଏହାର ସଂଖ୍ୟା ଏକ ଲକ୍ଷରୁ ଅଧିକ ହୋଇପାରେ। ଟ୍ରମ୍ପଙ୍କ ଏହି ନିର୍ଦେଶ ପରେ ସେହି ଲୋକଙ୍କ ଭିତରେ ଆତଙ୍କ ବଢି ଯାଇଛି, ଯାହାଙ୍କୁ ଭୟ ରହିଛି। ଆମେରିକାରେ ତାଙ୍କୁ ବେଆଇନ ପ୍ରବାସୀ ଘୋଷଣା କରାଯାଇପାରେ। ଆମେରିକାରେ ବ୍ରାଜିଲ, ମେକ୍ସିକୋ, ପାକିସ୍ତାନ ସହ ଦୁନିଆର ବହୁ ଦେଶରେ ବେଆଇନ ପ୍ରବାସୀ ରହିଚନ୍ତି। ଭାରତରେ ମଧ୍ୟ କିଛି ଲୋକଙ୍କ ଆଗରେ ବେଆଇନ ପ୍ରବାସୀ ଘୋଷିତ ହେବାର ବିପଦ ଦେଖିବାକୁ ମିଳିଛି। ଏବେ ଏହି ଲୋକଙ୍କୁ କୁଖ୍ୟାତ ଗୁଆଣ୍ଟାନାମୋ ଜେଲ୍‌ରେ ରଖାଯିବ। ଏହି ବିପଦଜନକ ଜେଲ୍‌ ପୁରା ଦୁନିଆରେ ଖୁବ୍ ଚର୍ଚ୍ଚିତ ରହିଛି, ଯାହାକୁ ୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ତିଆରି କରାଯାଇଥିଲା। ଏପର୍ଯ୍ୟନ୍ତ ଆମେରିକା ଆତଙ୍କବାଦ  ମାମଲାରେ ଗିରଫ ହୋଇଥିବା ଲୋକଙ୍କୁ ରଖିଥାଏ।

ଏବେ ଏହାକୁ ନେଇ ଚିନ୍ତା ପ୍ରକାଶ କରାଯାଇଛି ଯେ, ଟ୍ରମ୍ପଙ୍କ ନିର୍ଦେଶ ପରେ ବଡ ଧରଣର ପରିବର୍ତ୍ତନ ହୋଇପାରେ। ଏହାଦ୍ବାରା ମାନବାଧିକାରର ମଧ୍ୟ ହନନ ହେବ। ଏହି ମାମଲାରେ ସେଣ୍ଟର ଫର କନଷ୍ଟିଚ୍ୟୁସନାଲ ରାଇଟ୍‌ର ନିର୍ଦେଶକ ଭିନ୍ସ ଭରେନ୍‌ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଗୁଆଣ୍ଟାନାମୋ ଓ୍ବେ ଜେଲ୍‌ରେ ପୁରା ଦୁନିଆରେ ବେଆଇନ ଶାସନ, ଉତ୍ପୀଡନ ଓ ବର୍ଣ୍ଣବୈଷମ୍ୟବାଦ ଚିହ୍ନଟ କରାଯାଇଛି। ସେଠାରେ ବେଆଇନ ପ୍ରବାସୀଙ୍କୁ ରଖିବା ବିପଦଜନକ ହେବ। ସେ କହିଛନ୍ତି, ଆମେରିକାର ରାଷ୍ଟ୍ରପତିଙ୍କ ଇତିହାସରେ ଏହା ଲଜ୍ଜାଜନକ ଘଟଣା। ଟ୍ରମ୍ପଙ୍କ ଏଭଳି ନିର୍ଦେଶ ସିଧା ସଳଖ ଭାବରେ ମାନବାଧିକାର ଉପରେ ଆକ୍ରମଣ। ଏହା ପୂର୍ବରୁ ଜର୍ଜ ବୁଶ୍‌ଙ୍କ ସରକାରରେ ମଧ୍ୟ ଡିଟେସନ୍ ସେଣ୍ଟରର ବ୍ୟବହାର କରାଯାଇଥିଲା। ଦାବି କରାଯାଉଛି ଯେ, ସେତେବେଳେ ପ୍ରାୟ ୮୦୦ ମୁସଲମାନଙ୍କୁ ସେଠାରେ ରଖାଯାଇଥିଲା। 

ଏହି ଲୋକଙ୍କୁ ଆତଙ୍କବାଦ ବିରୋଧି ଯୁଦ୍ଧ ନାମରେ ରଖାଯାଇଥିଲା। ଏହାଛଡା ହେତି ରିଫ୍ୟୁଜି ମଧ୍ୟ ଏଠାରେ ରଖାଯାଇଥିଲା। ଅଭିଯୋଗ ରହିଛି ଯେ, ଆମେରିକା ଜେଲ୍‌ରେ ମାନବାଧିକାର ହନନ କରିଥାଏ ଓ ଅନ୍ତର୍ଜାତୀୟ ଆଇନକୁ ଉଲଂଘନ କରି ସଜା ଦିଆଯାଇଥାଏ। ଉଲ୍ଲେଖନୀୟ ଯେ, ୨୦୧୩ ରୁ ୨୦୧୮ ପର୍ଯ୍ୟନ୍ତ ଖୁବ୍ ମଜବୁତ ଥିବା ଆତଙ୍କବାଦୀ ସଂଠନ ଇସଲାମିକ୍ ଷ୍ଟେଡ୍ ବଡ ପରିମାଣରେ ସିରିଆ ଓ ଇରାନରେ ବେଆଇନ-ମୁସଲମାନଙ୍କୁ ହତ୍ୟା କରିଥିଲା। ଇସଲାମିକ୍ ଷ୍ଟେଟ୍ ବହୁ ଆମେରିକୀୟ ସୈନିକଙ୍କୁ ମଧ୍ୟ ମାରିଥିଲା।    

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.