ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଇରାନ ପରେ ଏବେ ଗାଜାରେ ହେବ ଯୁଦ୍ଧବିରାମ; ଟ୍ରମ୍ପଙ୍କ ଦାବି, '୨ ମାସ ଅସ୍ତ୍ରବିରତି ପାଇଁ ଇସ୍ରାଏଲ୍ ରାଜି'

Published By : Rasmita Pradhan | July 2, 2025 9:09 AM

ନୂଆଦିଲ୍ଲୀ, ୦୨/୦୭ : ଇରାନ ପରେ ଏବେ ଗାଜାରେ ହେବ ଯୁଦ୍ଧବିରାମ। ସମାପ୍ତ ହେବ ରକ୍ତସଙ୍ଘର୍ଷ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ। ସେ କହିଛନ୍ତି, ୬୦ ଦିନର ଅସ୍ତ୍ରବିରତି ପାଇଁ ଇସ୍ରାଏଲ୍ ରାଜି। ଏବେ ଯୁଦ୍ଧ ସମାପ୍ତ କରିବା ପାଇଁ କାମ କରିବ ଆମେରିକା। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଆମେରିକା ଗସ୍ତ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ସେ ହମାସ୍‌କୁ ବି ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ହମାସ୍‌କୁ ଏବେ ଏହି ଡିଲ୍ ମାନିବାକୁ ପଡ଼ିବ, ନହେଲେ ସ୍ଥିତି ଆହୁରି ବିଗିଡ଼ିବ। 

ଟ୍ରମ୍ପ ତାଙ୍କର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍‌ରେ ଲେଖିଛନ୍ତି ଯେ, ମୋର ପ୍ରତିନିଧିମାନେ ଇସ୍ରାଏଲୀ ଅଧିକାରୀଙ୍କ ସହ ଗାଜା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସଫଳ ହୋଇଛି। ଇସ୍ରାଏଲ୍ ଦୁଇ ମାସ ଯାଏଁ ଅସ୍ତ୍ରବିରତି ପାଇଁ ସହମତ ହୋଇଛି। ଏହି ସମୟରେ ଆମେ ସବୁ ପକ୍ଷ ସହ ମିଶି ଯୁଦ୍ଧ ସମାପ୍ତ କରିବା ଦିଗରେ କାମ କରିବା। ଏହି ପ୍ରସ୍ତାବରେ ସହମତି ନେଇ କତାର ଏବଂ ମିଶରର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଏମାନେ ମଧ୍ୟସ୍ଥତା କରି ହମାସ୍‌କୁ ଶାନ୍ତି ପାଇଁ ଅପିଲ୍ କରିବେ। 

ଟ୍ରମ୍ପ ହମାସ୍‌କୁ ଚେତାବନୀ ଦେଇଛନ୍ତି ଯେ, ମୁଁ ଆଶା କରୁଛି ମଧ୍ୟପ୍ରାଚ୍ୟରେ ଶାନ୍ତି ପାଇଁ ହମାସ୍ ଏହି ଡିଲ୍‌କୁ ସ୍ଵୀକାର କରିବ। ଏହାଦ୍ଵାରା ସ୍ଥିତିରେ ସୁଧାର ଆସିବ। ଯଦି ହମାସ ଏହି ପ୍ରସ୍ତାବ ନମାନେ ତାହେଲେ ସ୍ଥିତି ଆହୁରି ବିଗିଡ଼ିବ। ତେବେ ଟ୍ରମ୍ପ ଆଶା ରଖିଛନ୍ତି ଯେ, ଆସନ୍ତା ସପ୍ତାହରେ ବେଞ୍ଜାମିନ ନେତନ୍ୟାହୁଙ୍କ ଆମେରିକା ଗସ୍ତ ସମୟରେ ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ବୁଝାମଣା ହେବ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.