ନୂଆଦିଲ୍ଳୀ,୨୩।୪: ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଆମେରିକୀୟ ରେଡିଓ ହୋଷ୍ଟ ମାଇକେଲ ସାଭେଜଙ୍କ ଏକ ଚିଠିକୁ ପୁଣିଥରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ଭାରତ, ଚୀନ୍ ଏବଂ ଅନ୍ୟାନ୍ୟ ଦେଶଗୁଡ଼ିକୁ ‘ହେଲ୍ ହୋଲ୍’ ବା ନର୍କର ଗର୍ତ୍ତ ବୋଲି ଉଲ୍ଲେଖ କରାଯାଇଛି। ଏହି ଚିଠିରେ ଆମେରିକାର ଜନ୍ମଗତ ନାଗରିକତା ଆଇନରେ ପରିବର୍ତ୍ତନ ଦାବି କରି ଜାତିଭେଦପୂର୍ଣ୍ଣ ମନ୍ତବ୍ୟ ଦିଆଯାଇଥିଲା।
ସେଭେଜ ତାଙ୍କର ଲମ୍ବା ଚଉଡା ନୋଟ୍ରେ ଆମେରିକାର ସୁପ୍ରିମକୋର୍ଟରେ ଜନ୍ମଗତ ନାଗରିକତା ସମ୍ପର୍କରେ ଚାଲିଥିବା ବିତର୍କର ଉତ୍ତର ଦେଇଥିଲେ। ସେ ଅଣ-ନାଗରିକଙ୍କ ପିଲାଙ୍କୁ ଜନ୍ମଗତ ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥାକୁ ବିରୋଧ କରିଥିଲେ ଏବଂ ଯୁକ୍ତି ଦେଇଥିଲେ ଯେ ଏହି ପ୍ରସଙ୍ଗ କୋର୍ଟର ନିଷ୍ପତ୍ତି ନୁହେଁ, ଏକ ଜାତୀୟ ଜନମତ ଦ୍ୱାରା ନିଷ୍ପତ୍ତି ନିଆଯିବା ଉଚିତ।
ପତ୍ରରେ ସେଭେଜ୍ ଦାବି କରିଥିଳେ ଯେ, ଅନ୍ୟ ଦେଶରୁ ଆମେରିକାକୁ ଆସି ସନ୍ତାନ ଜନ୍ମ କରି ଳୋକେ ଏଠାକାର ନାଗରିକତ୍ବ ପାଉଛନ୍ତି। ଏଥିପାଇଁ ସେମାନେ ଗର୍ଭବତୀ ହେବାର ୯ ମାସରେ ଆସି ଆମେରିକାରେ ପହଁଞ୍ଚି ଯାଆନ୍ତି। ଏଠାରେ ଜନ୍ମ ହୋଇଥିବା ପିଲା ତୁରନ୍ତ ନାଗରିକ ହୋଇଯାଏ ଏବଂ ତା’ପରେ ସେମାନେ ଚୀନ୍, ଭାରତ କିମ୍ବା ବିଶ୍ୱର ଅନ୍ୟ କୌଣସି 'ନର୍କ'ରୁ ସେମାନଙ୍କର ସମ୍ପୂର୍ଣ୍ଣ ପରିବାରକୁ ଏଠାକୁ ଆଣିଥାନ୍ତି।
New media post from Donald J. Trump
— Trump Truth Social Posts On X (@TrumpTruthOnX) April 22, 2026
(TS: 22 Apr 18:00 ET) https://t.co/TcBMalEK6w pic.twitter.com/Y6mvT3JUIP
ଚିଠିରେ ସେଭେଜ୍ ଭାରତୀୟ ଏବଂ ଚୀନ୍ ପ୍ରବାସୀଙ୍କ ବିରୁଦ୍ଧରେ ଅପମାନଜନକ ଭାଷା ମଧ୍ୟ ବ୍ୟବହାର କରିଥିଲେ। ସେଭେଜ୍ ସେମାନଙ୍କୁ ‘ଲାପଟପ୍ ଓ୍ବାଲା ଗ୍ୟାଙ୍ଗଷ୍ଟର’ ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସେମାନେ ‘ଆମେରିକୀୟ ପତାକାକୁ ଅସମ୍ମାନ କରିଛନ୍ତି। ସେଭେଜ୍ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନର ଅର୍ଥବ୍ୟବସ୍ଥାଂ ଓ ‘ବର୍ଥ ଟୁରିଜିମ୍’ ଏବଂ ଓ୍ବେଲଫେୟାର ଯୋଜନାର ଦୁରୂପଯୋଗ ଜରିଆରେ ଫାଇଦା ଉଠାଯାଉଛି। ସେ ଏହା ମଧ୍ୟ କହିଛନ୍ତି, ଆଧୁନିକ ସମୟରେ ‘ଜନ୍ମ ପର୍ଯ୍ୟଟନ’ ଏବଂ କଲ୍ୟାଣ କାର୍ଯ୍ୟକ୍ରମର ଅପବ୍ୟବହାର ମାଧ୍ୟମରେ ବର୍ତ୍ତମାନର ବ୍ୟବସ୍ଥାର ଶୋଷଣ କରାଯାଉଛି। ଆଧୁନିକ ପ୍ରବାସ ପରିପ୍ରେକ୍ଷୀରେ ଆମେରିକାର ସମ୍ବିଧାନ ପୁରୁଣା ହୋଇସାରିଛି।
ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଏହି ପୋଷ୍ଟ ସେୟାର କରିଛନ୍ତି। ଏହା ସହିତ ସେ ଦାବି କରିଛନ୍ତି ଆମେରିକା ବ୍ୟତୀତ ବିଶ୍ୱର କୌଣସି ଦେଶ ଜନ୍ମଗତ ନାଗରିକତା ପ୍ରଦାନ କରେ ନାହିଁ ବୋଲି ଦାବି କକରିଛନ୍ତି। ଟ୍ରମ୍ପଙ୍କ ଏଭଳି ପୋଷ୍ଟ ଏବଂ ଦାବି ଭାରତ ଏବଂ ଚୀନ୍ ପ୍ରତି ଅପମାନଜନକ ରହିଛି। ବାସ୍ତବିକତା ହେଉଛି କାନାଡା, ମେକ୍ସିକୋ ଏବଂ ଦକ୍ଷିଣ ଆମେରିକାର ଅଧିକାଂଶ ଦେଶ ସମେତ ପ୍ରାୟ ତିନି ଡଜନ ଦେଶ ଏହା କରନ୍ତି।
ଆହୁରି ପଢନ୍ତୁ :ଇରାନକୁ ଶକ୍ତ ଝଟ୍କା: ହୋର୍ମୁଜ ପ୍ରଣାଳୀ ଘେରାବନ୍ଦୀ ଯୋଗୁଁ ଦୈନିକ ୫୦୦ ମିଲିୟନ ଡଲାରର କ୍ଷତି