ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବିଶ୍ୱ ଜିଡିପିକୁ ମହଙ୍ଗାପଡ଼ି ଟ୍ରମ୍ପଙ୍କ ପାଗଳାମି, ୧.୩ ପ୍ରତିଶତକୁ ଖସିଯିବ ବିଶ୍ୱ ରପ୍ତାନି ଅଭିବୃଦ୍ଧି

Published By : Prameya | April 4, 2025 9:22 AM

ନୂଆଦିଲ୍ଲୀ,୦୪/୦୪: ଆମେରିକା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପଙ୍କ ବେପରୁଆ ବାଣିଜ୍ୟ ନୀତି ସମଗ୍ର ବିଶ୍ୱ ଅର୍ଥବ୍ୟବସ୍ଥାକୁ କରିବ ଲାଇନଚ୍ୟୁତ । ଏଥିରୁ ନିଜେ ବି ବର୍ତ୍ତିପାରିବନି ଖୋଦ୍‌ ଆମେରିକା । ଟ୍ରମ୍ପଙ୍କ ପାଗଳାମି ବିଶ୍ୱ ଅର୍ଥବ୍ୟବସ୍ଥା ପାଇଁ ମହଙ୍ଗା ପଡ଼ିବାକୁ  ଯାଉଛି । ଲିବରେଶନ ଡେ’ ନାଁରେ ଆମେରିକା ରାଷ୍ଟ୍ରପତି ଦେଇଥିବା ଶୁଳ୍କ ଚୋଟ୍‌ ଏକ ବଡ଼ ଧରଣର  ମାନ୍ଦାବସ୍ଥାକୁ ଡାକି ଆଣିବ ବୋଲି କହିଛନ୍ତି ପ୍ରମୁଖ ଅର୍ଥନୀତିଜ୍ଞ ସ୍ୱାମୀନାଥନ ଆୟର ।

ଟ୍ରମ୍ପଙ୍କ ଯେସାକୁ ତେସା ଆମଦାନୀ ଶୁଳ୍କ ନୀତି ଯୋଗୁ ଘମାଘୋଟ ହେବ ବାଣିଜ୍ୟ ଯୁଦ୍ଧ । ‘ଲିବରେଶନ୍‌  ଡେ’ କହି ବିଭିନ୍ନ ରାଷ୍ଟ୍ରଗୁଡ଼ିକ ଉପରେ ତଗ୍‌ଡ଼ା ଶୁଳ୍କ  ଘୋଷଣା କରିଛନ୍ତି ଟ୍ରମ୍ପ । ଏହାକୁ ସେ ‘ଲିବରେଶନ୍‌  ଡେ’ ବଦଳରେ ‘ରିସେସନ୍‌ ଡେ’ କହିବା ଯଥାର୍ଥ  ହେବ ବୋଲି ଶ୍ରୀ ଆୟର କହିଛନ୍ତି ।  

ଆୟର କହିଛନ୍ତି ଯେ, ଆମେରିକାର ଏହି  ନୀତି ବିଶ୍ୱ ଯୋଗାଣ ଶୃଙ୍ଖଳକୁ ବାଧାପ୍ରାପ୍ତ କରିବା  ସହ ଅର୍ଥନୈତିକ ବିକାଶ ଆଗରେ ବାଧକ ସାଜିବ ।  ଏହାସହିତ ବିଶ୍ୱ ଅର୍ଥନୀତିକୁ ମାନ୍ଦାବସ୍ଥାକୁ ଠେଲିଦେବ । ଟ୍ରମ୍ପଙ୍କ ଏ ନୀତିକୁ ଶ୍ରୀ ଆୟର ‘ଆର୍ଥିକ  ପାଗଳାମି’ ବୋଲି ସମ୍ବୋଧିତ କରିଛନ୍ତି । ଏହାକୁ  ସେ ୧୯୩୦ ଦଶକର ସୁରକ୍ଷାବାଦୀ ସ୍ମୁଥ୍‌-ହଲି ଶୁଳ୍କ  ସହ ତୁଳନା କରିଛନ୍ତି । ପ୍ରକାଶଯୋଗ୍ୟ, ୧୯୩୦ର  ଏହି ନୀତି ଦ୍ୱାରା ବଡ଼ ଧରଣର ମାନ୍ଦାବସ୍ଥାର ସୂତ୍ରପାତ  ହୋଇଥିଲା, ଯାହା ଆମେରିକା ସହ ସମଗ୍ର ବିଶ୍ୱ  ଅର୍ଥନୀତିକୁ ବର୍‌ବାଦ କରିଦେଇଥିଲା । ଟ୍ରମ୍ପଙ୍କ ଶୁଳ୍କ  ନୀତି ବାଣିଜ୍ୟ ଯୁଦ୍ଧକୁ ତୀବ୍ର କରିବା ସହ ବଡ଼ ଧରଣର  ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ସୂତ୍ରପାତ କରିବ ବୋଲି  ଆୟର କରିଛନ୍ତି । 

ଟ୍ରମ୍ପଙ୍କ ନୂଆ ନୀତି ଅଧୀନରେ ଆମେରିକାକୁ  ଭାରତର ରପ୍ତାନି ଉପରେ ୨୭% ଶୁଳ୍କ ଲାଗିବ । ଚୀନ୍‌  ଉପରେ ୩୪% ଶୁଳ୍କ ଲଦିଛି ଆମେରିକା । ଭିଏତ୍‌ନାମ  ଉପରେ ୪୬% ଏବଂ ୟୁରୋପୀୟ ସଂଘ ଉପରେ ୨୦%  ଶୁଳ୍କ ଘୋଷଣା କରିଛନ୍ତି ଟ୍ରମ୍ପ । ପ୍ରଭାବିତ ହେବାକୁ ଥିବା  ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଦକ୍ଷିଣ କୋରିଆ ଉପରେ  ୨୫%, ଜାପାନ ଉପରେ ୨୪%, ତାଇୱାନ ଉପରେ  ୩୨% ଏବଂ ବ୍ରିଟେନ୍‌ ଉପରେ ୧୦% ଶୁଳ୍କ ଘୋଷଣା  ହୋଇଛି । ସୁଇଜରଲାଣ୍ଡ ଏବଂ ବ୍ରାଜିଲ ଯଥାକ୍ରମେ  ୩୪% ଏବଂ ୧୦% ଶୁଳ୍କ ଗଣିବେ । ଏହାସହିତ  ଆମେରିକା ସମସ୍ତ ଆମଦାନି ଉପରେ ୧୦%ର ମୂଳ  ସୁଧ ପ୍ରଚଳନ କରିବ ।  

ଏସବୁ ପଦକ୍ଷେପ ଦ୍ୱାରା ଆମେରିକା ସର୍ବବୃହତ୍‌  ବିନିର୍ମାଣ ଶକ୍ତି ପାଲଟିବ ବୋଲି ଟ୍ରମ୍ପ ଦାବି  କରୁଥିବାବେଳେ ଏହାକୁ ଖାରଜ କରିଛନ୍ତି ଆୟର ।  ସେ କହିଛନ୍ତି ଯେ, ଏହା ଏକ ବିପର୍ଯ୍ୟୟ । ଆର୍ଥିକ  ସୁଧାର ବଦଳରେ ଏହା ଆଣିବ ଆର୍ଥିକ ବିପତ୍ତି ।  ବିଶ୍ୱ ଅର୍ଥନୀତି ପୂର୍ବରୁ ହିଁ ଆହ୍ୱାନର ସାମ୍ନା  କରୁଛି । ଅର୍ଥନୀତିଜ୍ଞମାନେ ମାନ୍ଦାବସ୍ଥାର ପୂର୍ବାନୁମାନ  କରୁଛନ୍ତି । ବର୍ତ୍ତମାନ ଆମେରିକାର ଏହି ଶୁଳ୍କ ବାଣ  ଯୋଗୁ ବିଶ୍ୱ ଜିଡିପି ଖସିବ, ଆମେରିକା ଏବଂ  ଭାରତର ଜିଡିପି ବି ଖସିବ । 

ଶ୍ରୀ ଆୟର ଆଇଫୋନ୍‌  ନିର୍ମାତା ଆପଲ୍‌ର ଉଦାହରଣ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତରେ ଏହାର ଏକ ବିଶାଳ ପ୍ଲାଣ୍ଟ  ରହିଛି । କିନ୍ତୁ ଉଚ୍ଚ ଶୁଳ୍କ ଯୋଗୁ ଏହା ରପ୍ତାନି କରିବାକୁ  ସମର୍ଥ ହେବ କି? ଏହା ଅତ୍ୟନ୍ତ କଷ୍ଟକର ହେବ ।  ସବୁ ପ୍ରକାର କ୍ଷେତ୍ର ପ୍ରଭାବିତ ହେବ । ଫଳସ୍ୱରୂପ  ଭାରତ, ଆମେରିକା ଏବଂ ମୋଟାମୋଟି ଭାବେ ବିଶ୍ୱ  ଅର୍ଥନୀତି ବର୍‌ବାଦ ହୋଇଯିବ ।  

୧.୩ ପ୍ରତିଶତକୁ ଖସିଯିବ ବିଶ୍ୱ ରପ୍ତାନି ଅଭିବୃଦ୍ଧି  

ଏଚ୍‌ଏସ୍‌ବିସି ରିସର୍ଚ୍ଚର ଏକ ରିପୋର୍ଟ ଅନୁସାରେ,  ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁ ଆମେରିକାରେ ଚାହିଦା  ପ୍ରଭାବିତ ହେବ । ଏହା ଦ୍ୱାରା ବିଶ୍ୱ ରପ୍ତାନି ଅଭିବୃଦ୍ଧି  ୨୦୨୫-୨୬ରେ ୧.୩%କୁ ଖସିଯିବ, ଯାହାକି  ୨୦୨୪ରେ ୨.୯% ଥିଲା । ଅନିଶ୍ଚିତତା ଯୋଗୁ  ବିଶ୍ୱ ବଜାରରେ ନିବେଶ ପ୍ରଭାବିତ ହେବ ଏବଂ  ଅର୍ଥନୀତିଗୁଡ଼ିକ ଉପରେ ନିବେଶକଙ୍କ ଆସ୍ଥା କମିଯିବ ।  

ରପ୍ତାନିଭିତ୍ତିକ କ୍ଷେତ୍ରରେ  ବାଧା ପାଇବ ନିବେଶ

ଶ୍ରୀ ଆୟର କହିଛନ୍ତି, ଶେଷରେ ଏହା କୁହାଯିବ  ଯେ, ଭାରତ ଏହି ସଂକଟ ଦ୍ୱାରା ଭୟଙ୍କର ଭାବେ  ପ୍ରଭାବିତ ହେବ । ଆମେରିକୀୟ ବାଣିଜ୍ୟ ନୀତିକୁ ନେଇ  ଅନିଶ୍ଚିତତା ଯୋଗୁ ଭାରତର ରପ୍ତାନିଭିତ୍ତିକ କ୍ଷେତ୍ରରେ  ନିବେଶ କରିବା ପାଇଁ ବିଦେଶୀ ଉତ୍ପାଦନକାରୀମାନେ ଦୂରେଇ ରହିବେ । ଭାରତର ମହତ୍ୱାକାଂକ୍ଷୀ ପିଏଲ୍‌ଆଇ ସ୍କିମ୍‌କୁ ଆମେରିକାର ଶୁଳ୍କନୀତି ପ୍ରଭାବିତ କରିବ ।  ଆପଲ୍‌ ଭଳି କମ୍ପାନିଗୁଡ଼ିକ ଭାରତରେ ସେମାନଙ୍କ  ନିବେଶ ଯୋଜନା ଉପରେ ପୁନର୍ବିଚାର କରିପାରନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.