ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପୁଟିନଙ୍କୁ କଡା ଚେତାବନୀ; ଯୁଦ୍ଧ ବନ୍ଦ ନକଲେ ଋଷର କ୍ଷତି ହେବ କହିଲେ ଡୋନାଲ୍ଡ ଟ୍ରମ୍ପ

Published By : Ankita S | January 22, 2025 10:01 AM

ୱାଶିଂଟନ,୨୨/୧ : ଆକ୍ସନ ମୁଡରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବାର ଗୋଟିଏ ଦିନ ହୋଇଛି । ଧଡା ଧଡ ନିଷ୍ପତ୍ତି ନେଉଛନ୍ତି । ବଡ ବଡ ନିୟମ ପରିବର୍ତ୍ତନ ନେଇ ଆଦେଶ ଦେଇଛନ୍ତି । ଏହାରି ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କଡା ଚେତାବନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଦୀର୍ଘ ଦିନ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧକୁ ବନ୍ଦ ନ କଲେ ଋଷର କ୍ଷତି ହେବ । ଯୁଦ୍ଧ ବନ୍ଦ ନକଲେ ନୂଆ କଟକଣା ଲଗାଇବାକୁ ଚେତବନୀ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଖୋଲାଖୋଲି ଧମକ ଦେଇ ଟ୍ରମ୍ପ କହିଛନ୍ତି, ଯଦି ପୁଟିନ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଆଲୋଚନା ଟେବୁଲକୁ ନ ଆସନ୍ତି ତେବେ ଋଷକୁ କ୍ଷତି ସହିବାକୁ ପଡିବ । ଯୁଦ୍ଧ ବନ୍ଦ ନ କଲେ ଋଷିଆ ଉପରେ ନୂଆ କଟକଣା ଲଗାଯିବ । ତୁରନ୍ତ ୟୁକ୍ରେନ ସହ ଆଲୋଚନା କରି ଯୁଦ୍ଧ ବନ୍ଦ କରିବାକୁ ହେବ । ଯୁଦ୍ଧ ଜାରି ହେଲେ ଋଷକୁ କ୍ଷତି ସହିବାକୁ ପଡିବ । ଯକୌଣସି ସମୟରେ ପୁଟିନଙ୍କୁ ଭେଟିବାକୁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଟ୍ରମ୍ପ ।

ଏହା ବି ପଢନ୍ତୁ...ଟ୍ରମ୍ପଙ୍କ ମହାନ ରାଷ୍ଟ୍ରର ସ୍ବପ୍ନକୁ ନେଇ ଉଠିଲା ପ୍ରଶ୍ନ; କେତେ ପଛୁଆ ଅଛି ଆମେରିକା?

ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି, ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର ନଥିଲା । ଯଦି ଆମେରିକା ରାଷ୍ଟ୍ରପତି ସକ୍ଷମ ହୋଇଥାନ୍ତେ ତେବେ ଏହି ଯୁଦ୍ଧ କେବେ ବି ଆରମ୍ଭ ହୋଇ ନଥାନ୍ତା । ଯଦି ମୁଁ ପ୍ରଥମେ ଆମେରିକା ରାଷ୍ଟ୍ରପତି ହୋଇଥାନ୍ତି ତେବେ ୟୁକ୍ରେନ ଯୁଦ୍ଧ କେବେ ହେବାକୁ ଦେଇନଥାନ୍ତି । ପୁଟିନଙ୍କ ସହ ମୋର ଭଲ ସମ୍ପର୍କ ଅଛି । ଯଦି ମୁଁ ରାଷ୍ଟ୍ରପତି ହୋଇଥାନ୍ତି ତେବେ ଋଷ-ୟୁକ୍ରେନ ଯୁଦ୍ଧ କେବେ ବି ହୋଇନଥାନ୍ତା । ଋଷ କେବେବି ୟୁକ୍ରେନ ଉପରେ ଆକ୍ରମଣ କରିନଥାନ୍ତା । ଯଦି ଆଗାମୀ ଦିନରେ ୟୁକ୍ରେନ ସହ ଋଷ ଯୁଦ୍ଧ ବନ୍ଦ ନକରେ ତେବେ ପରିଣାମ ଭଲ ହେବ ନାହିଁ । ଋଷ ଉପରେ କଟକଣା ଲାଗୁ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.