ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ, ଭାରତ ପକ୍ଷରୁ ସାମିଲ ହେବେ ଏସ୍ ଜୟଶଙ୍କର

Published By : Prameya | January 20, 2025 8:09 AM

ୱାଶିଂଟନ,୨୦/୦୧:  ସୋମବାର ଆମେରିକାର ୪୭ତମ ରାଷ୍ଟ୍ରପତି  ଭାବେ ରିପବ୍ଲିକାନ ନେତା ଡୋନାଲ୍ଡ  ଟ୍ରମ୍ପ ଶପଥ  ଗ୍ରହଣ କରିବେ । ଉପରାଷ୍ଟ୍ରପତି ଭାବେ ଜେଡି ଭାନ୍ସ ମଧ୍ୟ ଶପଥ ନେବେ ।  ସ୍ଥାନୀୟ ସମୟ ସୋମବାର ମଧ୍ୟାହ୍ନ ୧୨ଟା  (ଭାରତୀୟ ସମୟ ରାତି ୧୦ଟା ୩୦) ରେ କ୍ୟାପିଟଲ ରୋଟୁଣ୍ଡା (ସଂସଦର  କେନ୍ଦ୍ରୀୟ ଗୋଲାକାର କକ୍ଷ)ରେ ଏହି  ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ  ହେବ । ଶପଥ ଗ୍ରହଣ ସମାରୋହ ଭାରତ ପକ୍ଷରୁ ସାମିଲ ହେବେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର। କିନ୍ତୁ ତା ପୂର୍ବରୁ ରାତି ପ୍ରାୟ ୮ଟାରୁ ନାଚଗୀତ ଆରମ୍ଭ ହୋଇଯିବ ।  ପୂର୍ବରୁ କ୍ୟାପିଟଲ ସମ୍ମୁଖରେ ଶପଥ  ଉତ୍ସବ ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଆମେରିକାରେ ଲାଗି ରହିଥିବା ତୁଷାର  ଝଡକୁ ଦୃଷ୍ଟିରେ ରଖି ଶପଥ ସମାରୋହ  ଇନ୍‌ଡୋରରେ ହିଁ କରାଯିବାକୁ ସ୍ଥିର  ହୋଇଥିଲା । ଶପଥ ଗ୍ରହଣ କରିବା  ପରେ ଟ୍ରମ୍ପ ଦେଶବାସୀଙ୍କୁ ସମ୍ବୋଧନ  କରିବେ । 

ଆଗାମୀ ୪ ବର୍ଷରେ ତାଙ୍କ  ସରକାରଙ୍କ କାର୍ଯ୍ୟକ୍ରମ କ’ଣ ରହିବ ତାହା ଉପରେ ସେ ସଂକ୍ଷେପ ସୂଚନା  ଦେବେ । ସନ୍ଧ୍ୟାରେ ସେ କେତେକ ଇନାଗୁରାଲ ବଲ୍‌ରେ ସାମିଲ  ହେବେ । ଇନାଗୁରାଲ ବଲ୍‌ ହେଉଛି  କ୍ଷମତା ହସ୍ତାନ୍ତରଣର ଏକ ପାରମ୍ପରିକ  ଉତ୍ସବ । ଏହା ଉଭୟ ଔପଚାରିକ ଓ  ଅନୌପଚାରିକ ଭାବେ ହୋଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.