ନୂଆଦିଲ୍ଲୀ – ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିଥିବା ଟ୍ରମ୍ପଙ୍କ ସାମ୍ନାରେ, ନିଜର ଆଗାମୀ କାର୍ଯ୍ୟକାଳରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ରୁଷ-ୟୁକ୍ରେନ୍ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଟାଣିବା। ଟ୍ରମ୍ପ ପୂର୍ବରୁ ବି ଅନେକ ଥର ଏହ ଯୁଦ୍ଧକୁ ବନ୍ଦ କରିବାକୁ ନେଇ ଆଲୋଚନା କରିଛନ୍ତି। ଉକ୍ତ ଯୁଦ୍ଧକୁ ରୋକିବାକୁ ନେଇ ଟ୍ରମ୍ପଙ୍କର ଆଗ୍ରହର ଅନ୍ଦାଜ ଏହି କଥାରୁ ଜାଣି ପାରିବା ଯେ, ସେ ନିକଟରେ ୟୁକ୍ରେନୀ ରାଷ୍ଟ୍ରପତି ଜେଲେନ୍ସିଙ୍କ ସହ ମଧ୍ୟ ଏହି ମାମଲାରେ କଥାବାର୍ତ୍ତା ହୋଇଛନ୍ତି। ଯୁଦ୍ଧକୁ ଶେଷ କରିବା ପାଇଁ ଟ୍ରମ୍ପଙ୍କ ପକ୍ଷରୁ ଏକ କଥିତ ଯୋଜନା ସାମନାକୁ ଆସିଛି। ଯଦି ଏହି ଯୋଜନା ଲାଗୁ ହୁଏ ତ ଏହି ଯୁଦ୍ଧର ଦିଗ ବଦଳି ପାରେ।
ଟେଲିଗ୍ରାଫର ରିପୋର୍ଟ ଅନୁସାରେ , ଏହି ଯୁଦ୍ଧକୁ ଶେଷ କରିବା ବିଷୟରେ ଆଲୋଚନା କରି ଟ୍ରମ୍ପଙ୍କ କର୍ମଚାରୀମାନେ କହିଛନ୍ତି କି ଏହି ଯୋଜନା ଅନ୍ତର୍ଗତ ରୁଷ୍ ଓ ୟୁକ୍ରେନୀ ସୀମାରେ ଉଭୟ ସେନାଙ୍କ ମଧ୍ୟରେ ଏକ ୮୦୦ ମାଇଲର ବଫର ଜୋନ୍ ତିଆରି କରାଯିବ। ଏହାକୁ ତିଆରି କରିବାକୁ ୟୁରୋପୀୟ ଓ ବ୍ରିଟିଶ ସୈନିକଙ୍କ ସାହାଯ୍ୟ ନିଆଯିବ। ଏହି ଯୋଜନା ଲାଗୁ ହେବାର ଅର୍ଥ୍ ଏହାକି ରୁଷ୍ ଏହି ଅଞ୍ଚଳରେ ନିଜର କ୍ଷେତ୍ରୀୟ ଲାଭ ଜାରି ରଖିବ, ଯାହାକି ୟୁକ୍ରେନକୁ ନିଜର ନାଟୋରେ ସାମିଲ ହେବାର ସ୍ୱପ୍ନକୁ ଛାଡ଼ିବାକୁ ହେବ ।
ଏହି ଯୋଜନା ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧକୁ ଶେଷ କରିବାର ଅନେକ ଯୋଜନା ଗୁଡ଼ିକ ମଧ୍ୟରୁ ଗୋଟିଏ। ସେ ଲଗାତାର ଏହି କଥାକୁ କହୁଛନ୍ତି କି, ସେ ରାଷ୍ଟ୍ରପତି ହେବାର କିଛି ହିଁ ଦିନରେ ଏହି ସଂଘର୍ଷକୁ ଶେଷ କରି ଦେବେ। ହେଲେ ଜେଲେନସ୍କି ଏହି ମାମଲାରେ ପୂର୍ବରୁ ହିଁ କହି ସାରିଛନ୍ତି କି, ରୁଷ୍କୁ ଖୁସି କରି କରାଯିବାର କୌଣସି ବି ଶାନ୍ତି ବୁଝାମଣା ୟୁରୋପ ପାଇଁ ଆତ୍ମହତ୍ୟାର ସମାନ ହେବ। ଟ୍ରମ୍ପଙ୍କର ତାଙ୍କର ନିର୍ବାଚନ ବିଜୟରେ ଶୁଭେଚ୍ଛା ଦେଇ ପୁଟିନ କହିଛନ୍ତି କି, ୟୁକ୍ରେନ ଓ ରୁଷ୍ ସହ ତାଙ୍କର ଯୋଜନା ଧ୍ୟାନ ଦେବାର ଯୋଗ୍ୟ।
ଡୋନାଲ୍ଡ ଟ୍ରମ୍ପଙ୍କ ସାଥି ଜେଡି ଭେନ୍ସ ମଧ୍ୟ ୟୁକ୍ରେନ-ରୁଷ୍ ସଂଘର୍ଷକୁ ସମାପ୍ତ କରିବାରୁ ନିଜର ମତ ରଖି ଥିଲେ। ସେ କହିଥିଲେ ଯେ, ଉଭୟ ଦେଶର ସୀମା ମଧ୍ୟରେ ଏକ ବଫର କ୍ଷେତ୍ର ତିଆରି କରାଯାଉ ଏବଂ ୟୁକ୍ରେନକୁ ନାଟୋ ଠାରୁ ବାହାରେ ରଖି ଯୁଦ୍ଧକୁ ରୋକା ଯାଇପାରେ। ଟ୍ରମ୍ପ ଓ ଜେଡି ଭେନ୍ସଙ୍କର ଏହି ଯୋଜନାକୁ ଟ୍ରମ୍ପଙ୍କ ବିଜୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଏଲନ ମସ୍କଙ୍କର ସହମତି ପୂର୍ବରୁ ହିଁ ମିଳି ସାରିଛି। ମସ୍କ ଏକ୍ସରେ ଏକ ପୋଷ୍ଟରେ ରିପ୍ଲାଇ କରି କହିଛନ୍ତି କି ସମ୍ୱେଦନହୀନ ହତ୍ୟା ଖୁବ୍ଶୀଘ୍ର ଶେଷ ହୋଇଯିବ।