ନୂଆଦିଲ୍ଲୀ: ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ରିପବ୍ଲିକାନ୍ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ ଅସୁବିଧାରେ ପଡ଼ିଛନ୍ତି। ନିରବ ରହିବା ପାଇଁ ଆଡଲ୍ଟ ଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କୁ ଚୁପ୍ ରହିବା ପାଇଁ ଦେୟ ଦେବା ମାମଲାରେ ନ୍ୟୁୟର୍କର ସୁପ୍ରିମକୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହେବାକୁ ଥିବା ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି।
ଏହାପୂର୍ବରୁ ନ୍ୟୁୟର୍କ କୋର୍ଟର ଜଜ ଜୁଆନ ଏମ ମାର୍ଚେନ ଟ୍ରମ୍ପଙ୍କୁ ଏହି ଦୋଷରେ ଦୋଷି ସାବ୍ୟସ୍ତ କରିଥିଲେ। ଜଜ୍ ମର୍ଚେନ୍ ଗତ ବର୍ଷ ମେ ମାସରେ ଟ୍ରମ୍ପଙ୍କୁ ୩୪ ଟି ଜାଲିଆତି ବ୍ୟବସାୟ ରେକର୍ଡରେ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ନିମ୍ନ ଅଦାଲତରେ ଟ୍ରମ୍ପଙ୍କ ସପକ୍ଷରେ ରାୟ ନମିଳିବା କାରଣରୁ ବୁଧବାର ଟ୍ରମ୍ପଙ୍କ ଓକିଲମାନେ ସର୍ବୋଚ୍ଚ ନ୍ୟାୟାଳୟକୁ ଏହି ମାମଲାକୁ ସ୍ଥାନାନ୍ତରିତ କରିଥିଲେ। ତେବେ ନ୍ୟୁୟର୍କର ଅପିଲ୍ କୋର୍ଟର ବିଚାରପତି ଟ୍ରମ୍ପଙ୍କ ଆଇନ ଦଳର ଆବେଦନକୁ ପ୍ରତ୍ୟାଖ୍ୟାନ କରି ସେ ଏହି ଦଣ୍ଡାଦେଶକୁ ସେ ସ୍ଥଗିତ କରିପାରିବେ ନାହିଁ ବୋଲି ରାୟ ଦେଇଛନ୍ତି।
ସୁଚନା ଅନୁଯାୟୀ, ଆଡଲ୍ଟ ଷ୍ଟାର ଷ୍ଟର୍ମୀ ଡାନିଏଲ୍ସ ଦାବି କରିଛନ୍ତି ଯେ ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଟ୍ରମ୍ପ ତାଙ୍କ ସହ ଯୈନ ସମ୍ପର୍କ ରଖିଥିଲେ। ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଚୁପ୍ ରହିବା ପାଇଁ ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ୧.୩ ମିଲିୟନ ଡଲାର ପ୍ରଦାନ କରିଥିଲେ।
ଟ୍ରମ୍ପଙ୍କ ଓକିଲମାନେ ସେମାନଙ୍କ ଆବେଦନରେ ସୁପ୍ରିମକୋର୍ଟଙ୍କ ନିକଟରେ ଏକ ପୁରୁଣା ଦଲିଲ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ରାଷ୍ଟ୍ରପତି କେତେକ ମାମଲାରେ ଅପରାଧିକ ଅଭିଯୋଗରୁ କ୍ଷାନ୍ତ ପାଇଥାଆନ୍ତି। ଏହି ନିଷ୍ପତ୍ତି ଆଧାରରେ ନ୍ୟୁୟର୍କର ହସ-ମନି ମାମଲାରେ ଟ୍ରମ୍ପଙ୍କ ବିରୋଧରେ ବ୍ୟବହୃତ ପ୍ରମାଣ ରାଷ୍ଟ୍ରପତିଙ୍କ ସୁରକ୍ଷା ଅଧୀନରେ ଲୁଚାଯିବା ଉଚିତ ବୋଲି ମତ ଦେଇଥିଲେ। କିନ୍ତୁ ଜଜ୍ ଏଥିରେ ସହମତ ନ ହୋଇ ଏହା ସମ୍ଭବ ନୁହେଁ ବୋଲି କହିଥିଲେ।