ମୁଣ୍ଡବିନ୍ଧାକୁ ନେଇ ଚିନ୍ତାରେ କି ? ଏହି ସମସ୍ୟା ଲୋକଙ୍କ ପାଇଁ ଖୁବ୍ ସାଧାରଣ । ପ୍ରାୟ ଲୋକ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଔଷଧର ସହାୟତା ନେଇଥାନ୍ତି । ସବୁବେଳେ ଔଷଧ ଖାଇବା ଦ୍ୱାରା ଏହା କ୍ରମଶଃ ଅଭ୍ୟାସରେ ପଡିଯାଇଥାଏ, ଯାହା ଆଦୌ ଠିକ୍ ନୁହେଁ । ମୁଣ୍ଡବିନ୍ଧା କୌଣସି ବଡ଼ ରୋଗ ନୁହେଁ । ତଥାପି କମ୍ ବୟସ୍କଙ୍କୁ ଅଧିକ ଯନ୍ତ୍ରଣା ଦେଇଥାଏ । ତେଣୁ କିଛି ଲୋକ ମୁଣ୍ଡବିନ୍ଧା ଓ ଚିନ୍ତାକୁ ଦୂର କରିବା ପାଇଁ ପେନ୍କିଲର୍ର ସାହାଯ୍ୟ ନେଇଥାନ୍ତି । ସବୁବେଳେ ପେନ୍କିଲର୍ ଖାଇବା ଆଦୌ ଠିକ୍ ନିହେଁ । ଏହି ସମସ୍ୟାରୁ ମୁକ୍ତି ପାଇଁ କିଛି ସହଜ ଓ ସରଳ ଯୋଗାସନ କରିପାରିବେ । ଚାଲନ୍ତୁ ଜାଣିବା ସେହି ଯୋଗଗୁଡିକ କ’ଣ ?
ଉଷ୍ଟ୍ରାସନ-
ଏହି ଯୋଗାସନ କେବଳ ଶରୀରକୁ ନମନୀୟ କରି ନଥାଏ, ବରଂ ଅନେକ ଫାଇଦା ମଧ୍ୟ ଦେଇଥାଏ । ଏହି ଯୋଗ କରିବା ଦ୍ୱାରା ମସ୍ତିଷ୍କକୁ ଅମ୍ଲଜାନ ସଞ୍ଚାଳନ ତୀବ୍ର ହୋଇଥାଏ, ଯାହାଦ୍ୱାରା ଶରୀର ସତେଜତା ଅନୁଭବ କରିବା ସହ ଚିନ୍ତା ଦୂର କରିଥାଏ । ଉଷ୍ଟ୍ରାସନ କରିବା ଦ୍ୱାରା ପାଚନତନ୍ତ୍ର ସୁସ୍ଥ ରହିବା ସହ ପିଠି ମଜଭୁତ ହୋଇଥାଏ । ଏପରିକି ବସିବାର ଶୈଳୀରେ ମଧ୍ୟ ସୁଧାର ଆସିଥାଏ ।
ବ୍ରିଜ୍ ଆସନ-
ମୁଣ୍ଡବିନ୍ଧାଜନିତ ସମସ୍ୟା ପାଇଁ ବ୍ରିଜ୍ ଆସନ ଏକ ବରଦାନ । ଏହି ଆସନ ବେକ ଓ କାନ୍ଧ ଯନ୍ତ୍ରଣାକୁ କମ୍ କରିବା ସହ ମୁଣ୍ଡବିନ୍ଧା କମ୍ କରିଥାଏ । ଏହା ଶରୀରକୁ ନମନୀୟ କରିଥାଏ । ନିୟମିତ ଏହି ଆସନ କରିବା ଦ୍ୱାରା ପାଚନ ତନ୍ତ୍ର ଓ ଚିନ୍ତାକୁ କମ୍ ହୋଇଥାଏ । ଫଳରେ ବ୍ୟକ୍ତି ସାରା ଦିନ ସତେଜ ରହିପାରିବେ ।
ପବନମୁକ୍ତାସନ-
ମୁଣ୍ଡବିନ୍ଧା ଓ ମାଇଗ୍ରେନ୍ ସମସ୍ୟା ଥିଲେ, ପବନମୁକ୍ତାସନ ଖୁବ୍ ଲାଭଦାୟକ । ଏହା ମନକୁ ଶାନ୍ତ ରଖିବା ସହ ନମନୀୟ ରଖିଥାଏ । ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ।
ବାଳାସନ-
ବାଳାସନ ଅର୍ଥାତ ଚାଇଲ୍ଡ ପୋଜ୍ ମୁଣ୍ଡବିନ୍ଧା ଓ ଚିନ୍ତାରୁ ମୁକ୍ତି ଦେଇଥାଏ । ଏହା ଆସନରେ ପିଠିର ମାଂସପେଶୀ ଟାଣି ହୋଇଥାଏ । ଫଳରେ ନତମ୍ବକୁ ମୁକ୍ତ ରଖିବା ସହ ଚିନ୍ତା ଦୂର କରିଥାଏ । ମଥାରେ ଭୂମିକୁ ଛୁଇଁବା ଦ୍ୱାରା ଆକ୍ୟୁପ୍ରେସର ପଏଣ୍ଟ ସକ୍ରିୟ ହୋଇଥାଏ । ଫଳରେ ମୁଣ୍ଡବିନ୍ଧା ଦୂର ହୋଇଥାଏ ।