ନୂଆଦିଲ୍ଲୀ,୧୧।୧୧ : ଦକ୍ଷିଣ ଆମେରିକୀୟ ଦେଶ ଇକ୍ବାଡୋରରେ ଭୟଙ୍କର ଘଟଣା ସାମନାକୁ ଆସିଛି। ସେଠାରେ ଥିବା ମଚଲା ଜେଲରେ ଦଙ୍ଗା ପରେ ୩୧ ଜଣ କଏଦୀଙ୍କୁ ଫାଶୀରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଜେଲ୍ ଅଧିକାରୀଙ୍କ କହିବା ଅନୁସାରେ, ଚାରି ଜଣ କଏଦୀଙ୍କୁ ଗୁଳି ମାରି ଦିଆଯାଇଥିଲା। ବାକି କଏଦୀଙ୍କୁ ଫାଶୀରେ ଓହଳାଇ କିମ୍ବା ତଣ୍ଟି ଚିପି ହତ୍ୟା କରି ଦିଆଯାଇଥିଲା। ଇକ୍ବାଡୋରର ଗୃହମନ୍ତ୍ରୀ କହିଛନ୍ତି, ସନ୍ଧ୍ୟା ପ୍ରାୟ ୬ଟା ବେଳେ କଏଦୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବିରୋଧି ଗ୍ୟାଙ୍ଗ ତାଙ୍କୁ ମାରି ଝୁଲାଇ ଦେଇ ପାରନ୍ତି ବୋଲି କୁହାଯାଉଛି। ସେ କହିଛନ୍ତି, ଏହି ଜେଲ୍ରେ ପ୍ରାୟ ୧୦୦୦ କଏଦୀ ଥିଲେ। ଏହି ଘଟଣା ପରେ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରି ଦିଆଯାଇଛି।

ରିପୋର୍ଟ ଅନୁସାରେ, ଡ୍ରଗ୍ସ ସ୍ମଗଲିଂ ଗୋଷ୍ଠୀଙ୍କର ଜେଲ୍ ବଦଳାଇବାକୁ ନେଇ ଏହି ଦଙ୍ଗା ହୋଇଥିଲା। ଜେଲରେ ଥିବା କଏଦୀ ଗ୍ୟାଙ୍ଗର କହିବା ଅନୁସାରେ, ତାଙ୍କୁ ଟ୍ରାନ୍ସଫର କରାନଯାଉ। ସେଭଳି ଦରକାର ଗୁୟାକିଲ୍ର ଜେଲ୍କୁ ତାଙ୍କୁ ଟ୍ରାନ୍ସଫର କରିବାର ନିଷ୍ପତ୍ତି ନେଇଥିଲେ। ସେଭଳି ସରକାର ଗୁୟାକିଲ ଜେଲ୍ରେ ତାଙ୍କୁ ଟ୍ରାନ୍ସଫର କରିବାର ନିଷ୍ପତ୍ତି ନେଇଥିଲେ। ଗୃହମନ୍ତ୍ରୀ କହିଛନ୍ତି, ଏପର୍ଯ୍ୟନ୍ତ ୩୦୦ କଏଦୀଙ୍କୁ ନୂଆ ଜେଲ୍କୁ ସିଫ୍ଟ କରାଯାଇ ସାରିଛି।

ଉଲ୍ଲେଖନୀୟ ଯେ, ଉକ୍ବାଡୋରର ଏହି ଜେଲ୍ରେ ସବୁବେଳେ ଦଙ୍ଗା ହୋଇଥାଏ। ୨୦୨୦ ରୁ ଏପର୍ଯ୍ୟନ୍ତ ଅତି କମ୍ରେ ୫୦୦ କଏଦୀଙ୍କ ଏହି ଜେଲ୍ରେ ମୃତ୍ୟୁ ହୋଇଛି। ଇକ୍ବାଡୋରର ଏହି ଜେଲ୍‌ରେ ସବୁବେଳେ ଦଙ୍ଗା ହୋଇଥାଏ। ୨୦୨୦ ରୁ ଏପର୍ଯ୍ୟନ୍ତ ଅତି କମ୍‌ରେ ୫୦୦ କଏଦୀ ଏହି ଜେଲରେ ନିହତ ହୋଇସାରିଛନ୍ତି। ଇକ୍ବାଡୋରକୁ ଦୁନିଆର ଖୁବ୍ ବିପଦଜନକ ଦେଶ ଭାବରେ ଗଣାଯାଏ। ରାଷ୍ଟ୍ରପତି ଡାନିୟଲ ନୋବାଓ ବହୁ ସଂଗଠନକୁ ଆତଙ୍କୀ ସଂଗଠନ ଘୋଷିତ କରିଛନ୍ତି। ଏହା ସହ ଅପରାଧିଙ୍କୁ ପ୍ରତ୍ୟର୍ପଣ କରିଛନ୍ତି। ଏଭଳି ସ୍ଥିତିରେ ଏହି ସଂଗଠନ ଆହୁରି ହିଂସ୍ର ହୋଇଯାଇଛି।