ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଜବରଦଖଲ ଉଚ୍ଛେଦକୁ ନେଇ ହାଇଡ୍ରାମା, କମିଶନର -କର୍ପୋରେଟର ମୁହାଁମୁହିଁ

Published By : Gurupada Nath | December 20, 2024 9:34 PM

ବ୍ରହ୍ମପୁର, ୨୦/୧୨ :  ଜବରଦଖଲ ଉଚ୍ଛେଦକୁ ନେଇ କମିଶନର - ବହୁ କର୍ପୋରେଟର ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା । କମିଶନର ଗୋ-ବ୍ୟାକ ନାରାରେ କମ୍ପି ଉଠିଥିଲା ପଞ୍ଚାନନ ନଗର ବସ୍ତି । ୧୭ନଂ ୱାର୍ଡ ଅନ୍ତର୍ଗତ ଗେଟ ବଜାରସ୍ଥିତ ପଞ୍ଚାନନ ନଗର ବସ୍ତିରେ ଆଜି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଜବରଦଖଲ ଉଚ୍ଛେଦ କରିବା ପୂର୍ବରୁ ଉତ୍ତେଜନା ଦେଖିବାକୁ ମିଳିଥିଲା । ଗୃହ ନିର୍ମାଣ କରିଥିବା ଟିକି ପାତ୍ର ନାମକ ଜଣେ ମହିଳାଙ୍କୁ ଦୁଇ ଦିନ ପୂର୍ବେ ନିଗମ ପକ୍ଷରୁ ନୋଟିସ ହୋଇଥିଲା । ଆଜି ସକାଳୁ ଏଯାବତ ଝିପି ଝିପି ବର୍ଷା ସତ୍ୱେ ବିଇଏମସିର ଏକ ଟିମ୍ ଉଚ୍ଛେଦ କରିବାକୁ ଆସିଥିଲେ ।

ଦୀର୍ଘ ସମୟ ଧରି ସ୍ଥାନୀୟ ଲୋକେ, ସ୍ଥାନୀୟ କର୍ପୋରଟେର ଦୁର୍ଗା କୁମାର ଲାୟକଙ୍କ ସମେତ ୧୨ରୁ ଅଧିକ କର୍ପୋରେଟର ଘଟଣାସ୍ଥଳରେ ପହଞ୍ଚି ଜବରଦଖଲ ଉଚ୍ଛେଦକୁ ପ୍ରତିବାଦ କରିଥିଲେ । ଏପରି କି କମିଶନର ଓ କିଛି କର୍ପୋରେଟର ମୁହାଁମୁହିଁ ମଧ୍ୟ ହୋଇଥିଲେ । ତା’ପରେ କମିଶନର ଗୋ-ବ୍ୟାକ (Go-back )ନାରାରେ ଉକ୍ତ ବସ୍ତି ସମେତ ସ୍ଥାନୀୟ ଅଞ୍ଚଳ କମ୍ପି ଉଠିଥିଲା । ଉତ୍ତେଜନାକୁ ଦୃଷ୍ଚିରେ ରଖି ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତ୍ତୟନ କରାଯାଇଥିଲା  । ଉତ୍ତେଜନା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରୁ ବିଇଏମସି ଓହରିଥିଲା । ବର୍ଷା ଯୋଗୁଁ ଉଛେଦ ପ୍ରକ୍ରିୟା ବନ୍ଦ କରାଯାଇଥିବା ମହାନଗର ନିଗମ ପକ୍ଷରୁ କୁହାଯାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.