ନୂଆଦିଲ୍ଲୀ,୧୧।୧:  ଭାରତୀୟ ସେନା ହେବେ ଆହୁରି ଶକ୍ତିଶାଳି। ପ୍ରବଳ ଜାଡ଼ରେ ମଧ୍ୟ ଶତ୍ରୁ ଉପରେ ରଖିପାରିବେ ନଜର। ମାଇନସ୍ ୬୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା‌ରେ ସୀମାରେ ଦେବେ ପହରା। ଡିଆରଡିଓ ତିଆରି କରିଛି ହିମକବଚ ମଲ୍ଟି-ଲେୟାର କ୍ଲୋଦିଂ ସିଷ୍ଟମ। ଏହା ବିଶେଷ ଭାବରେ  ହିମାଳୟ ଅଞ୍ଚଳରେ କାର୍ଯ୍ୟରତ ସୈନିକଙ୍କୁ ପ୍ରବଳ ଥଣ୍ଡାରୁ ରକ୍ଷା କରିବ।

ସାରା ଦେଶରେ ଜାରି ରହିଛି ପ୍ରବଳ ଶୀତଲହରୀ। ଏହି ହାଡ଼ଭଙ୍ଗା ଶୀତରେ ସୀମାରେ ପ୍ରହରା ଦେଉଛନ୍ତି ଦେଶର ଯବାନ। ଏଭଳି ପ୍ରତିକୂଳ ପରିବେଶରୁ ଯବାନଙ୍କୁ ରକ୍ଷା କରିବ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ବା ଡିଆରଡିଓ। ଯବାନଙ୍କ ପାଇଁ ଡିଆରଡିଓ ତିଆରି କରିଛି  ହିମକବଚ ମଲ୍ଟି-ଲେୟାର କ୍ଲୋଦିଂ ସିଷ୍ଟମ ।  ଏହାକୁ ଅତ୍ୟାଧିକ ଥଣ୍ଡା ପାଗରେ ସୁରକ୍ଷା ପାଇଁ ଡିଜାଇନ୍ କରାଯାଇଛି। ୨୦ ଡିଗ୍ରୀ ସେଲସିୟସ୍‌ରୁ ନେଇ ମାଇନସ୍ ୬୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ପାଇଁ ଡିଜାଇନ୍ କରାଯାଇଛି। ଏହାର ଟେଷ୍ଟିଂ ମଧ୍ୟ ପାସ୍ ହୋଇଛି। ଏବେ ଏହା ଭାରତର ପ୍ରତିରକ୍ଷା କ୍ଷମତାକୁ ଆହୁରି ବଢାଇବ।

’ହିମକବଚ’ରେ ରହିଛି ଅନେକ ଗୁଡିଏ ଲେୟାର।ଏଥିରେ ଇନସୁଲେସନ୍,  ନିଶ୍ବାସ ନେବାର ପକ୍ରିୟା ଓ ଆରାମ ପାଇଁ ତିଆରି କରାଯାଇଛି। ମଡ୍ୟୁଲାର ଡିଜାଇନ ସୈନିକଙ୍କୁ ପାଣିପାଗ ଆଧାରରେ ଯୋଡିଥାଏ। ହିମାଳୟ ଅଞ୍ଚଳରେ କାର୍ଯ୍ୟରତ ସୈନିକଙ୍କ ପାଇଁ ଏହି ସିଷ୍ଟମକୁ ତିଆରି କରାଯାଇଛି। ହିମକବଚ ପୂର୍ବରୁ ଭାରତୀୟ ସେନା ଏକ୍ସଟ୍ରୀମଟେଣ୍ଡେଣ୍ଟ କୋଲ୍ଡ ଓ୍ବେଦର କ୍ଳୋଦିଂ ସିଷ୍ଟମର ଉପଯୋଗ କରୁଥିଲା। ଯାହାକୁ ଡିଆରଡିଓର ଡିଫେନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିଓଲୋକି ଆଣ୍ଡ ଆଲାଇଡ ସାଇନ୍ସସେଜ୍ ଦ୍ବାରା ବିକଶିତ କରାଯାଇଥିଲା। ଏହା ତିନୋଟି ଲେୟାରର ରହିଥିଲା। ହିମକବଚ ପୂର୍ବର ସିଷ୍ଟମ ଅପେକ୍ଷା ଆହୁରି ସୁରକ୍ଷା ଦେବାର ଆଶା କରାଯାଉଛି। ଏବେ ଉଦେଶ୍ୟ ହେଲା ଅଧିକ ଉଚ୍ଚାରେ କାମ କରୁଥିବା ସୈନିକଙ୍କ ସୁରକ୍ଷାରେ ସୁଧାର କରିବା। କେବଳ ସେତିକି ନୁହେଁ ପିନ୍ଧିବାକୁ ଆରାମ ଦାୟକ ଓ ହାଲକା ମଧ୍ୟ ରହିଛି।