ନୂଆଦିଲ୍ଲୀ,୨୫/୦୮: ଏସିଆ କପ୍‌ ୨୦୨୫ ପୂର୍ବରୁ ଟିମ୍‌  ଇଣ୍ଡିଆର ସ୍ପନସରଶିପରୁ ହଟିବାକୁ ଡ୍ରିମ ୧୧ ନିଷ୍ପତ୍ତି ଗ୍ରହଣ  କରିଛି । ଏନ୍‌ଡି ଟିଭିର ଏକ ରିପୋର୍ଟ ମୁତାବକ, ୯ ସେପ୍ଟେମ୍ବରରୁ  ଆରମ୍ଭ ହେବାକୁ ଥିବା ଏସିଆ କପ୍‌ ଲାଗି ଭାରତୀୟ ଟିମ୍‌ରେ ଡ୍ରିମ  ୧୧ର ବ୍ରାଣ୍ଡିଂ ନଜର ଆସିବା କଷ୍ଟକର ହେବ । ଅନଲାଇନ ଗେମିଂ  ବିଲ୍‌ ପାସ୍‌ ହେବା ପରେ  ଡ୍ରିମ୍‌ ୧୧ ଭଳି ରିୟଲ ମନି  ଗେମ୍‌ ପ୍ଲାଟଫର୍ମ ଗୁଡ଼ିକୁ  ବ୍ୟାନ କରାଯାଇଥିଲା ।  

୨୦୨୩ରେ ଡ୍ରିମ ୧୧  ବିସିସିଆଇ ସହ ୩୫୮  କୋଟି ଟଙ୍କା ମୂଲ୍ୟରେ ୩ ବର୍ଷ ଲାଗି ସ୍ପନସରଶିପ ଚୁକ୍ତି କରିଥିଲା ।  ଏହା ୨୦୨୬ ଯାଏ ରହିଥିଲା । ଏହି ଡିଲ୍‌ ଅଧିନରେ ପ୍ରତି ଘରୋଇ ମ୍ୟାଚ୍‌ ଲାଗି ବିସିସିଆଇକୁ ୩ କୋଟି ଏବଂ ଅନ୍ତର୍ଜାତୀୟ ମ୍ୟାଚ୍‌  ଲାଗି ୧ କୋଟି ଟଙ୍କା ମିଳୁଥିଲା । ଚୁକ୍ତି ଶେଷ ହେବା ଯୋଗୁ ଏବେ ବିସିସିଆଇ ନୂଆ ସ୍ପନଶର ଖୋଜୁଥିବା କୁହାଯାଉଛି ।