ଅନେକ ଲୋକଙ୍କର ଖାଇବା ପରେ ତୁରନ୍ତ ଚା’ ପିଇବାର ଅଭ୍ୟାସ ଥାଏ । ମଧ୍ୟାହ୍ନ ହେଉ କି ରାତି ଖାଇବା ପରେ ତୁରନ୍ତ ଚା’ ପିଇଥାନ୍ତି । କିନ୍ତୁ ଚା’ ପିଇବା ସମୟରେ ସେମାନେ ଭୁଲିଯାଆନ୍ତି ଯେ ଏହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ । ଏଭଳି ଅଭ୍ୟାସ ଶରୀର ପାଇଁ କେତେ ମାରାତ୍ମକ ଆସନ୍ତୁ ଜାଣିବା ।
୧. ପାଚନକ୍ରିୟାକୁ ବାଧା ଦିଏ: ଖାଦ୍ୟ ଖାଇବା ପରେ ତୁରନ୍ତ ଚା’ ପିଇଲେ ଏହା ପାଚନ କ୍ରିୟାକୁ କ୍ଷତି ପହଞ୍ଚାଇପାରେ । ଚା’ରେ କ୍ୟାଫିନ ଏବଂ ଟାନିନ୍ ଥାଏ । ଯାହା ପାଚନ ପ୍ରକ୍ରିୟାକୁ ମନ୍ଥର କରିପାରେ ଏବଂ ପେଟ ଯନ୍ତ୍ରଣା ଏବଂ ଗ୍ୟାସ୍ ସୃଷ୍ଟି କରିପାରେ । ଖାଦ୍ୟ ଖାଇବା ପରେ ତୁରନ୍ତ ଚା’ ପିଇବା ଦ୍ଵାରା ଧୀରେ ଧୀରେ ପାଚନକ୍ରିୟା ଖରାପ ହୋଇପାରେ ।
୨. ଶରୀରରେ ଆଇରନ ଅଭାବ: ଖାଦ୍ୟ ଖାଇବା ପରେ ତୁରନ୍ତ ଚା’ ପିଇବା ଦ୍ୱାରା ଶରୀରରେ ଆଇରନ ଅଭାବ ହୋଇପାରେ । ଖାଦ୍ୟ ଖାଇବା ପରେ ତୁରନ୍ତ ଚା’ ପିଇବା ଦ୍ୱାରା ଶରୀରରେ ଆଇରନର ଅଭାବ ହୋଇପାରେ ।
୩. ଦାନ୍ତ କ୍ଷତି: ଏହି ଅଭ୍ୟାସ ଆପଣଙ୍କ ଦାନ୍ତକୁ ମଧ୍ୟ ବହୁତ କ୍ଷତି ପହଞ୍ଚାଇପାରେ । ଯେଉଁମାନେ ଖାଦ୍ୟ ଖାଇବା ପରେ ତୁରନ୍ତ ଚା’ ପିଅନ୍ତି ସେମାନେ ଜାଣି ରଖିବା ଉଚିତ ଯେ, ଚାରେ ଏସିଡ୍ ଥାଏ ଯାହା ଆପଣଙ୍କ ଦାନ୍ତକୁ କ୍ଷତି ପହଞ୍ଚାଇପାରେ । ଖାଦ୍ୟ ଖାଇବା ପରେ ତୁରନ୍ତ ଚା’ ପିଇବା ଦ୍ୱାରା ଆପଣଙ୍କ ଦାନ୍ତରେ ଏସିଡ୍ ସ୍ତର ବୃଦ୍ଧି ପାଇପାରେ ଫଳରେ ଦାନ୍ତ କ୍ଷତି ହୋଇପାରେ ।
୪. ପେଟ ଜଳା: ଖାଇବା ପରେ ତୁରନ୍ତ ଚା’ ପିଇବା ଦ୍ଵାରା ପେଟ ପୋଡ଼ା ଜଳାପୋଡ଼ା ହୋଇପାରେ । ଚା’ରେ କ୍ୟାଫିନ୍ ଏବଂ ଏସିଡ୍ ଥାଏ, ଯାହା ପେଟ ଜଳା କରିପାରେ ।
୫. ନିଦର ଅଭାବ: ଚା’ରେ କ୍ୟାଫିନ୍ ଥାଏ, ଯାହା ନିଦକୁ ପ୍ରଭାବିତ କରିପାରେ । ଖାଇବା ପରେ ତୁରନ୍ତ ଚା’ ପିଇବା ଦ୍ୱାରା ନିଦ୍ରାହୀନତା ହୋଇପାରେ । ଲୋକମାନେ ପ୍ରାୟତଃ ଖାଦ୍ୟ ପରେ ତୁରନ୍ତ ଚା’ ପିଇବା ପରେ ନିଦ ହେଉନଥିବା ସମସ୍ୟା ଦେଖାଉଥିବା ଅଭିଯୋଗ କରନ୍ତି ।
ତେବେ ଏସବୁ ଟିପ୍ସ ଓ ପରାମର୍ଶ କେବଳ ସାଧାରଣ ସୂଚନା । ଏହାକୁ ବୃତ୍ତିଗତ ଡାକ୍ତରୀ ପରାମର୍ଶ ଭାବରେ ବୁଝିବା ଅନୁଚିତ୍ । ଯେ କୌଣସି ଶାରୀରିକ ସମସ୍ୟା ପାଇଁ ସବୁବେଳେ ଡାକ୍ତରଙ୍କ ସହ ପରାମର୍ଶ ନେବା ଉଚିତ୍ ।