ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପାନୀୟଜଳ କର ବକେୟା ୧.୮କୋଟି: ଆଦାୟ ୨ଲକ୍ଷ, ଖର୍ଚ୍ଚ ୫ଲକ୍ଷ ଟଙ୍କା

Published By : Harapriya Sethi | March 31, 2025 7:07 AM

ନବରଙ୍ଗପୁର,୩୧/୩: କଥାରେ ଅଛି ୬ ଟଙ୍କାର ଘୋଡ଼ାକୁ ୯ ଟଙ୍କାର ଦାନା । ଏଭଳି ଉକ୍ତିକୁ ସାର୍ଥକ କରିଛି ନବରଙ୍ଗପୁର ଜନସ୍ୱାସ୍ଥ୍ୟ ବିଭାଗ! ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ କରି ବିଭାଗ ମାସିକ ୨ଲକ୍ଷ ଟଙ୍କା ଟିକସ ଆଦାୟ କରୁଥିବା ବେଳେ ବିଦ୍ୟୁତ ବିଲ୍‌ ବାବଦକୁ ଉଠୁଛି ୫ ଲକ୍ଷ ଟଙ୍କା । ୧୯୮୯ରେ ପ୍ରତିଘର ପାଇଁ ଜଳ କର ବାବଦକୁ ଟିକସ ଥିଲା ୨୦ ଟଙ୍କା । ୨୦୨୫ରେ ଘର ପିଛା ଏହା ୧୨୯ ଟଙ୍କାରେ ପହଞ୍ଚିଛି । ଦୀର୍ଘ ୩୬ ଧରି ନବରଙ୍ଗପୁର ସହରର ବଡବଡିଆଙ୍କ ଜଳକର ବାବଦକୁ ଲକ୍ଷାଧିକ ଟଙ୍କା ବକେୟା ଗଡୁଛି । ଅନ୍ୟପକ୍ଷରେ ଗରିବ ଲୋକ ନିୟମିତ ଜଳକର ଟଙ୍କା ପୈଠ କରୁଥିବା ବେଳେ ଧନୀକମାନେ ବର୍ଷବର୍ଷ ଧରି ଫାଙ୍କିବାରେ ଲାଗିଛନ୍ତି । ଏବେ ଜଳକର ବାବଦକୁ ୧ କୋଟି ୮୦ ଲକ୍ଷ ୧୫ ହଜାର ୫୯୬ ଟଙ୍କା ବକେୟା ରହିଛି । ମାସକୁ ୫ଲକ୍ଷ ଟଙ୍କାର ବିଦ୍ୟୁତ ବିଲ୍‌ ଉଠୁଥିବା ବେଳେ ମାତ୍ର ୨ଲକ୍ଷ ଆଦାୟ ହୋଇପାରୁଛି । ବଳକା ଟଙ୍କା ବିଭାଗ ଭରଣା କରୁଛି ।ଜଳକର ଆଦାୟ ପାଇଁ ଜଳ ସାଥୀଙ୍କୁ ନିୟୋଜିତ କରାଯାଇଛି । ଜଳସାଥୀଙ୍କୁ ଆଦାୟର ୭ ପ୍ରତିଶତ କମିଶନ ମିଳୁଛି । ଜଳସାଥୀମାନେ ଚାକିରିକୁ ସ୍ଥାୟୀ ଦାବି କରି ଏବେ ଆନ୍ଦୋଳନରେ ଥିବାରୁ ଆଦାୟ ହୋଇପାରୁନି । 

ସୂଚନାଥାଉକି, ନବରଙ୍ଗପୁର ସହରରେ ମୋଟ ୫ ହଜାର ୨୬୪ ଘରକୁ ପାଇପ୍‌ ଲାଇନ୍‌ ସଂଯୋଗ ହୋଇଛି । ବିଭିନ୍ନ ସାହିବସ୍ତିରେ ୩୦୦ ଟି ଷ୍ଟାଣ୍ଡପୋଷ୍ଟ୍‌ ରହିଛି । ପ୍ରତିଦିନ ସହରକୁ ୬୫ ଲକ୍ଷ ଲିଟର ପାନୀୟଜଳ ବିଭାଗ ପକ୍ଷରୁ ଯୋଗାଣ ହେଉଛି । ଦୁର୍ଭାଗ୍ୟକୁ ଜଳକର ଆଦାୟ ହୋଇପାରୁ ନଥିବା ବିଭାଗୀୟ କନିଷ୍ଠଯନ୍ତ୍ରୀ ରଞ୍ଜିତ ରାୟ କହିଛନ୍ତି । ଏଥିପ୍ରତି ସଚେତନ ହୋଇ ବକେୟା ଜମା କରିବାକୁ ବିଭାଗୀୟ ଅଧିକାରୀମାନେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.