ମୁମ୍ବାଇ,୧୫/୧ : ଜିତୁ ଜୋସେଫଙ୍କ ଫିଲ୍ମ ‘ଦୃଶ୍ୟମ ୩’ରେ ମୋହନଲାଲ ଲିଡ୍ ରୋଲରେ ଅଛନ୍ତି । ଏହି ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖାଦେଇଛି । ସେହିଭଳି ମେକର୍ସ ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା କରିଦେଇଛନ୍ତି । ମୋହନଲାଲ ହିଟ ଫ୍ରାଞ୍ଚାଇଜର ତୃତୀୟ ଫିଲ୍ମର ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଜର୍ଜକୁଟ୍ଟୀ ନାମକ ଏକ ଟିଭି କେବୁଲ ଅପରେଟରର ଚରିତ୍ର ନିଭାଇଛନ୍ତି । ମଲୟାଲମ ଭର୍ସନ ହିନ୍ଦି ଭର୍ସନରେ କିଛି ମାସରେ ଫିଲ୍ମ ହଲରେ ରିଲିଜ ହେବ ।

’ଦୃଶ୍ୟମ ୩’ର ରିଲିଜ୍ ଡେଟ୍ ଘୋଷଣା କରି ମୋହନଲାଲ ଲେଖିଛନ୍ତି କି, ‘ବର୍ଷ ବିତି ଗଲା, ଅତୀତ ବଦଳି ନାହିଁ, ଦୃଶ୍ୟମ ୩, ସାରା ଦୁନିଆରେ ୨ ଏପ୍ରିଲ୍, ୨୦୨୬ରେ ରିଲିଜ୍ ହେବାକୁ ଯାଉଛି’ । ତାଙ୍କ ଦ୍ବାରା ପୋଷ୍ଟ କରାଯାଇଥିବା ଭିଡ଼ିଓରେ ଏକ ପୁରୁଣା ଟେଲିଭିଜନ ସେଟ୍, ଏକ କୋଦାଳ, ପାଣିରେ ବୁଡ଼ି ରହିଥିବା କାର୍, ଏକ ମୋବାଇଲ ଫୋନ୍, ଏକ ଓଦା ହୋଇଥିବା ବ୍ୟାଗ୍, ଏକ ସିସିଟିଭି କ୍ୟାମେରା ଏବଂ ଏକ ସ୍କ୍ରିଫ୍ଟ ଦେଖାଯାଉଛି । ଏହି ସମସ୍ତ ପ୍ରଥମ ଦୁଇ ଫିଲ୍ମର ମୁଖ୍ୟ ଏଲିମେଣ୍ଟ ଅଟେ । ଏହି ଇନଷ୍ଟଲମେଣ୍ଟ ଭିଡ଼ିଓର ଶେଷ ଆଗାମୀ ଫିଲ୍ମର ପୋଷ୍ଟର ସହ ହେଉଛି ।

ପୋଷ୍ଟରରେ ମୋହନଲାଲ କ୍ୟାମେରା ପଟକୁ ଦେଖୁଥିବା ନଜର ଆସୁଛନ୍ତି । ତାଙ୍କ ପଛରେ ତାଙ୍କ ସ୍ତ୍ରୀ ରାଣୀ ଜର୍ଜ ଏବଂ ଝିଅ ଅଞ୍ଜୁ ଏବଂ ଅନୁ ଠିଆ ହୋଇଥିବା ନଜର ଆସୁଛନ୍ତି । ଫିଲ୍ମର ଟ୍ୟାଗଲାଇନ୍ ଅଛି, ଅତିତ କେବେ ଚୁପ୍ ରହିବ ନାହିଁ’। ଫିଲ୍ମର ଅଫିସିଆଲ ସୋସିଆଲ ମିଡ଼ିଆ ପେଜ ପୋଷ୍ଟର ଜାରି କରି ଲେଖିଛନ୍ତି କି, ପ୍ରତ୍ୟେକ ରାଜର ଏକ ତାରିଖ ଥାଏ । ୨ ଏପ୍ରିଲ୍ ୨୦୨୬ରେ ସତ୍ୟ ସାମ୍ନାକୁ ଆସିବ । ’