ପ୍ରମୂଖ ଖବର
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ

Published By : Rasmita Pradhan | July 8, 2025 10:42 AM

କଟକ, ୮/୭ : ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଙ୍ଘ। ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ରାଜ୍ୟର ପ୍ରାୟ ୫ ଲକ୍ଷ ଚାଳକ। ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁଁ କଟକରୁ ଗାଡି ଚଳାଚଳ ପ୍ରଭାବିତ। ଅଧିକାଂଶ ବସ୍,ଟ୍ରକ,ଟେମ୍ପୋ ଓ ଟ୍ୟାକ୍ସି ଗଡୁନାହିଁ। କଟକରୁ ମାଲ୍ ପରିବହନ ବାଧାପ୍ରାପ୍ତ ହୋଇଛି। ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଟକର ବାଲିକୁଦା ନିକଟରେ ଜାତୀୟ ରାଜପଥ କଡ଼ରେ ଚାଳକ ମହାସଙ୍ଘ ଆନ୍ଦୋଳନରେ ବସିଛି। ଗୋପାଳପୁର ନିକଟରେ ମହାସଙ୍ଘ କର୍ମକର୍ତ୍ତାମାନେ ପିକେଟିଂ କରୁଛନ୍ତି।

ସ୍ୱତନ୍ତ୍ର ଆଇନ ଦାବିରେ ଓଡ଼ିଶା ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି। ଅନ୍ୟପଟେ ବୁଧବାର ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦେଇଛି ଶ୍ରମିକ ସଂଗଠନ। ବାମପନ୍ଥୀ ଦଳ  ବି ଧର୍ମଘଟକୁ ସମର୍ଥନ ଜଣାଇଛି। ଫଳରେ ସାଧାରଣ ଜନତାଙ୍କ  ଜୀବନଯାତ୍ରା ଅନେକାଂଶରେ ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି। ମହାସଂଘର ଦାବିଗୁଡ଼ିକ ହେଲା, ଓଡ଼ିଶା  ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଆଣ୍ଡ ୱାକର୍ସ  ୱେଲ୍‌ଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ  କରାଯାଉ । ୬୦ ବର୍ଷ ପରେ ପେନସନ, ଦୁର୍ଘଟଣାରେ  ମୃତକ ଡ୍ରାଇଭର ପରିବାରକୁ ୨୦ ଲକ୍ଷର ବୀମା  ରାଶି ମିଳୁ । ଦୁର୍ଘଟଣାରେ ଚିକିତ୍ସା ପାଇଁ ୫ ଲକ୍ଷ  ଦିଆଯାଉ । ପ୍ରତି ୧୦୦ କିମି ଦୂରତାରେ ଡ୍ରାଇଭରଙ୍କ  ପାଇଁ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ କରାଯାଉ ।  ଗାଡି଼ ଚଳାଇବାର ସମୟସୀମା ଧାର୍ଯ୍ୟ ହେଉ ।  ଡ୍ରାଇଭିଂ ଲାଇସେନ୍ସ ଦେୟ ୧୫ ହଜାର ଟଙ୍କାକୁ  କମ୍‌ କରାଯାଉ । ପ୍ରତି ଖଣି ଖାଦାନ ଓ କାରଖାନାରେ  ୭୦ ପ୍ରତିଶତ ଡ୍ରାଇଭରଙ୍କୁ କାମ ପାଇଁ ଅଗ୍ରାଧିକାର  ଦିଆଯାଉ । ସେପ୍ଟେମ୍ବର ୧ ତାରିଖକୁ ଜାତୀୟ  ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ।  

ଏହି ଖବରଟିକୁ ପଢନ୍ତୁ-ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.