ପୁରୀ, ୧୨/୦୯: ଶ୍ରୀମନ୍ଦିର ସୁରକ୍ଷାକୁ ପୁଣି ଚ୍ୟାଲେଞ୍ଜ । ବାରମ୍ୱାର ତାଗିଦ୍ କରିବା ସତ୍ତ୍ୱେ ନିୟମ ଉଲଙ୍ଘନ କରୁଛନ୍ତି ଅମାନିଆ । କଡ଼ା ସୁରକ୍ଷାକୁ ଚକ୍ମା ଦେଇ ଉଡ଼ାଉଛନ୍ତି ଡ୍ରୋନ୍ । ଗୁରୁବାର ରାତିରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିଥିବା ବେଳେ ଶୁକ୍ରବାର ସକାଳୁ ପୁଣି ଉଡ଼ିଲା ଡ୍ରୋନ୍ । ଶୁକ୍ରବାର ସକାଳୁ ପ୍ରାୟ ୧୦ ମିନିଟ ଧରି ଡ୍ରୋନ୍ଟି ଉଡ଼ୁଥିବାର ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଉପରେ ନିଶିଦ୍ଧାଞ୍ଚଳ ହୋଇଥିବା ବେଳେ ଏହା ଉପରେ ବାରମ୍ୱାର ଡ୍ରୋନ୍ ଉଡ଼ୁଥିବାର ଦୃଶ୍ୟ ଦେଖିବାରୁ ମିଳିଛି । ଯାହା ପରେ ଏବେ ପୁଣି ଥରେ ଶ୍ରୀମନ୍ଦିର ସୁରକ୍ଷାରୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହି ଡ୍ରୋନ୍ କେଉଁଠାରୁ ଏବଂ କିଏ ଅପରେଟ୍ କରୁଛି ତାହାର ଯାଞ୍ଚ କରୁଛି ପୁଲିସ ।
କହିରଖୁକି, ଗୁରୁବାର ରାତିରେ ସାମନ ଘଟଣା ଘଟିଥିଲା । ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଦୀର୍ଘ ୧୫ ମିନିଟ୍ ଧରି ଏକ ଡ୍ରୋନ ପଇଁତରା ମାରିଥିବା ଦେଖିବାକୁ ମିଳିଥିଲା । କେବଳ ଶ୍ରୀମନ୍ଦିର ଉପରେ ନୁହେଁ ନୀଳଚକ୍ର, ସିଂହଦ୍ଵାର ଠାରୁ ଉତ୍ତର ଦ୍ୱାର ଏବଂ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଉପର ଭାଗରେ ଉଡିଥିଲା ଡ୍ରୋନ୍ ।