କୋରେଇ ୨୭/୫ ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ପଂଚାୟତ ଜହ୍ନାକଣା ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି l ମୃତ ଯୁବକ ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ବସୁପୁର ଗ୍ରାମର ବିଶ୍ୱରଂଜନ ବିଶ୍ୱାଳଙ୍କ ପୁଅ ଓମକାର ବିଶ୍ୱାଳ(୨୦) ବୋଲି ଜଣାପଡିଛି l ଓମକାର ଓ ତାଙ୍କ ମା ଅଜାଙ୍କ ଶ୍ରାଦ୍ଧ ବାର୍ଷିକରେ ଯୋଗ ଦେବାକୁ ଜହ୍ନକଣା ଆସିଥିଲେ l ଆଜି ସକାଳ ପ୍ରାୟ ୮ଟା ସମୟରେ ଗାଁ ମୁଣ୍ଡ ବାଘୁଆ ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସି ଯାଇଥିଲା ଓ ସେ ପୋଖରୀରେ ବୁଡ଼ି ଯାଇଥିଲେ l ଗ୍ରାମର କିଛି ଯୁବକ ତାଙ୍କୁ ଉଦ୍ଧାର କରି ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ l ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ତେବେ ଯୁବକଙ୍କ ମୃତ୍ୟୁ ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି l

ଅକାଳୀ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ...