ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ମିଜୋରାମରେ ୩୦୦ କୋଟିର ଡ୍ରଗ୍ସ ଜବତ, ଜଣେ ଗିରଫ

Published By : Manoj | August 4, 2025 10:06 AM

ଆଇଜଲ,୦୪/୦୮: ମିଜୋରାମର ରାଜଧାନୀ ଆଇଜଲରେ ୩୦୦ କୋଟିରୁ ଅଧିକ ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି ।  ଜବତ ଡ୍ରଗ୍ସ ମଧ୍ୟରେ ରହିଛି କ୍ରିଷ୍ଟଲ ମେଥାମଫେଟାମାଇନ୍‌ ଏବଂ ହେରୋଇନ । ଏହି ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ  କରାଯାଇଛି । 

ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ପୁଲିସ ଆଇଜଲରେ ଏକ ଗୋପନ  ଅଭିଯାନ ଚଳାଇଥିଲା । ପୁଲିସ ବିଭାଗର ସିଆଇଡି ଏବଂ ସ୍ଥାନୀୟ ଏନ୍‌ସିବି ଅଧିକାରୀମାନେ ମିଳିତ ଭାବେ ଏହି  ଅଭିଯାନ ଚଳାଇଥିଲେ । ଏହି ସମୟରେ ଜେମାବାକ ଓ ସେଲିଙ୍ଗ ଅଞ୍ଚଳ ଦେଇ  ଯାଉଥିବା ଏକ ପିକଅପ୍‌ ଭ୍ୟାନକୁ  ଅଟାଇଥିଲେ । ଭ୍ୟାନ୍‌କୁ ଯାଞ୍ଚ କରାଯିବା ସମୟରେ ସେଥିରେ ଲୁଚାଇ ରଖାଯାଇଥିବା ଏକ ଡବା ଭିତରୁ ୨୦.୩ କି.ଗ୍ରା କ୍ରିଷ୍ଟଲ  ମେଥାମଫେଟାମାଇନ ମିଳିଥିଲା । ଜବତ  ଡ୍ରଗ୍ସର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ପ୍ରାୟ  ୩୦୦ କୋଟି ଟଙ୍କା ହେବ । ସେହିଭଳି ୧୨୮ଟି ସାବୁନ କେସ୍‌ ଭିତରେ ଲୁଚାଇ  ରଖାଯାଇଥିବା ୧.୬୫ କି.ଗ୍ରାର ହେରୋଇନ  ମଧ୍ୟ ମିଳିଥଲା । ଏହି ଘଟଣାରେ ଉକ୍ତ  ଭ୍ୟାନ୍‌ର ଡ୍ରାଇଭରଙ୍କୁ ଗିରଫ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.