ଆଇଜଲ,୦୪/୦୮: ମିଜୋରାମର ରାଜଧାନୀ ଆଇଜଲରେ ୩୦୦ କୋଟିରୁ ଅଧିକ ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି ।  ଜବତ ଡ୍ରଗ୍ସ ମଧ୍ୟରେ ରହିଛି କ୍ରିଷ୍ଟଲ ମେଥାମଫେଟାମାଇନ୍‌ ଏବଂ ହେରୋଇନ । ଏହି ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ  କରାଯାଇଛି । 

ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ପୁଲିସ ଆଇଜଲରେ ଏକ ଗୋପନ  ଅଭିଯାନ ଚଳାଇଥିଲା । ପୁଲିସ ବିଭାଗର ସିଆଇଡି ଏବଂ ସ୍ଥାନୀୟ ଏନ୍‌ସିବି ଅଧିକାରୀମାନେ ମିଳିତ ଭାବେ ଏହି  ଅଭିଯାନ ଚଳାଇଥିଲେ । ଏହି ସମୟରେ ଜେମାବାକ ଓ ସେଲିଙ୍ଗ ଅଞ୍ଚଳ ଦେଇ  ଯାଉଥିବା ଏକ ପିକଅପ୍‌ ଭ୍ୟାନକୁ  ଅଟାଇଥିଲେ । ଭ୍ୟାନ୍‌କୁ ଯାଞ୍ଚ କରାଯିବା ସମୟରେ ସେଥିରେ ଲୁଚାଇ ରଖାଯାଇଥିବା ଏକ ଡବା ଭିତରୁ ୨୦.୩ କି.ଗ୍ରା କ୍ରିଷ୍ଟଲ  ମେଥାମଫେଟାମାଇନ ମିଳିଥିଲା । ଜବତ  ଡ୍ରଗ୍ସର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ପ୍ରାୟ  ୩୦୦ କୋଟି ଟଙ୍କା ହେବ । ସେହିଭଳି ୧୨୮ଟି ସାବୁନ କେସ୍‌ ଭିତରେ ଲୁଚାଇ  ରଖାଯାଇଥିବା ୧.୬୫ କି.ଗ୍ରାର ହେରୋଇନ  ମଧ୍ୟ ମିଳିଥଲା । ଏହି ଘଟଣାରେ ଉକ୍ତ  ଭ୍ୟାନ୍‌ର ଡ୍ରାଇଭରଙ୍କୁ ଗିରଫ କରାଯାଇଛି ।