ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନିଶାସକ୍ତ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ, ଥାନାରୁ ଡାକ୍ତରଖାନା ଯାଏ ପୁଲିସ ନାକେଦମ୍‌

Published By : Prameya | November 14, 2024 10:57 AM

ପୁରୀ,୧୪/୧୧: ତୁମକୁ କିଏ କହିଲା ମୋତେ ଏଠାକୁ ଆଣିବାକୁ... । ମୋର୍‌ କିଛି  ହୋଇନି... । ମୋତେ ତୁରନ୍ତ ଛାଡ଼... । ଏମିତି  ଚିତ୍କାର କରି କହୁଥିଲେ ଜଣେ ଯୁବତୀ । କୁମ୍ଭାରପଡ଼ା ଥାନା ଦୂଆରେ ଯୁବତୀ ଏଭଳି କହି ଉତ୍ପାତ ହେଉଥିବା ବେଳେ ବନ୍ଦ ଥିବା ଗେଟ୍‌ର ଅପରପାଶ୍ୱର୍ରେ ରହି ଧୀର ମନ୍ଥର ସ୍ୱରରେ ମା’  ବୋଲି ସମ୍ବୋଧନ କରି ବୁଝାଉଥିଲେ ଆଇଆଇସି ।  ଏମିତି ପ୍ରାୟ ୧୦ ମିନିଟ୍‌ ପରେ ଶେଷରେ ଯୁବତୀଙ୍କୁ  ଡାକ୍ତରଖାନା ନେଇ ଚିକିତ୍ସା କରାଇବା ପରେ ଆଶ୍ରୟ  ସ୍ଥଳୀରେ ଛାଡ଼ିଲା ପୁଲିସ । ମଙ୍ଗଳବାର ରାତିରେ  ଏଭଳି ଏକ ଘଟଣା ଷ୍ଟେସନ୍‌ ରୋଡ୍‌ରୁ ଥାନା ଓ  ଡାକ୍ତରଖାନାରୁ ସର୍ବୋଦୟ ନଗର ଅଞ୍ଚଳ ଯାଏ  ଚର୍ଚ୍ଚାର ବିଷୟ ପାଲଟିଛି । 

ଖବର ଅନୁସାରେ କେନ୍ଦ୍ରାପଡ଼ାର ଜଣେ ଯୁବତୀ ତାଙ୍କ ବନ୍ଧୁଙ୍କ ସହ ପୁରୀ ଆସିଥିଲେ । ବନ୍ଧୁ ଜଣକ କେଉଁଆଡ଼େ ଚାଲି ଯାଇଥିବା  ବେଳେ ଏକାକୀ ନିଶାସକ୍ତ ଅବସ୍ଥାରେ ଜିଲ୍ଲା ସ୍କୁଲ୍‌ ସମ୍ମୁଖ ଷ୍ଟେସନ୍‌ ରୋଡ୍‌ରେ ପଡ଼ିଥିଲେ ଯୁବତୀ । ରାତିରେ ପିସିଆର୍‌ ତାଙ୍କୁ ଉଦ୍ଧାର କରି ସିଧା ଥାନାକୁ ନେଇଆସିଥିଲା । ସେହି ସମୟରେ କିଛି ଅଭିଯୁକ୍ତଙ୍କୁ ଥାନା ଭିତରେ ଯାଞ୍ଚ୍‌ କରାଯାଉଥିବା ବେଳେ ଗେଟ୍‌ ବନ୍ଦ ଥିଲା । ଠିକି ଏତିକିବେଳେ ପହଞ୍ଚିଗଲେ ଯୁବତୀ । ଭ୍ୟାନ୍‌ରୁ  କୁଦା ମାରି ଓହ୍ଲାଇବା ପରେ ଥାନା ଭିତରକୁ ଦୌଡ଼ି ଆସିଥିଲେ । ଗେଟ୍‌ର ଗୋଟିଏ ପାଶ୍ୱର୍ରେ ଯୁବତୀ ଓ ଅନ୍ୟ ପାଶ୍ୱର୍ରେ ଆଇଆଇସି ଜୟଦୀପ ମହାନ୍ତି । କାନ୍ଧରେ ତିନିଟି ତାରା ଦେଖି ବାବୁଙ୍କୁ ତେଢ଼ା ଚାହାଣୀ ମାରି ଯୁବତୀ ଆରମ୍ଭ କରିଥିଲେ  ଚିତ୍କାର । ମୋର କିଛି ହୋଇନି ମୋତେ ଛାଡ଼ିଦିଅ  କହି ଗୋଟିଏ ଜିଦ୍‌ରେ ଅଟଳ ଥିଲେ ଯୁବତୀ ।  ହେଲେ ଏଭଳି ଅସହାୟ ଅବସ୍ଥାରେ ତାଙ୍କୁ ଛାଡ଼ିବା  ଅନୁଚିତ୍‌ ବୋଲି କହି ବୁଝାଇଥିଲେ ଆଇଆଇସି  ଶ୍ରୀ ମହାନ୍ତି । କିନ୍ତୁ ଯୁବତୀ ନଛୋଡ଼ ବନ୍ଧା । 

ନିକଟ  ଅତୀତରେ ଭରତପୁର ଥାନାର ଏଭଳି ଏକ  ଘଟଣାକୁ ନେଇ ଥାନା ପୁଲିସ ଅଧିକାରୀ ଓ ମହିଳା  କର୍ମଚାରୀ ଅତ୍ୟନ୍ତ ସନ୍ତର୍ପଣରେ ଯୁବତୀଙ୍କୁ ଘେରି  ରହି ବୁଝାଶୁଝା କରିଥିଲେ ।ତାଙ୍କୁ ଛାଡ଼ିଲେ ସମସ୍ୟା  ଓ ଥାନା ଭିତରେ ବସାଇଲେ ବି ଉନ୍ମତ୍ତ କାଣ୍ଡ ପାଇଁ  କିଛି ବି ଅଘଟଣା ଘଟିବାର ଆଶଙ୍କାରେ ପଡ଼ି ବିଚରା  ପୁଲିସ ହଟହଟା ହେଇଥିଲା । ଶେଷରେ ତାଙ୍କୁ ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟ ନେଇ ଚିକିତ୍ସା କରାଇଥିଲା  ପୁଲିସ । ଡାକ୍ତରଖାନାରେ ବି ଯୁବତୀଙ୍କ ଉନ୍ମତ୍ତକାଣ୍ଡ  ସୀମା ଟପିଥିଲା । ପୁଲିସର ଚଉଦ ପୁରୁଷ  ଉଝାଳିବା ବେଳେ ଡାକ୍ତର ଓ କର୍ମଚାରୀମାନେ  ମଧ୍ୟ ନାକେଦମ୍‌ ହୋଇଥିଲେ । ଚିକିତ୍ସା ପରେ  ତାଙ୍କୁ ସ୍ୱେଚ୍ଛାସେବୀଙ୍କ ସହାୟତାରେ ସର୍ବୋଦୟ  ନଗରସ୍ଥିତ ଆଶ୍ରୟ କେନ୍ଦ୍ରକୁ ନିଆଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.