ନୂଆଦିଲ୍ଲୀ – ଦୁବାଇର ଜଣେ ମହିଳା ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜ ଆରାମଦାୟକ ଜୀବନଶୈଳୀ ବିଷୟରେ କହିଛନ୍ତି। ଉକ୍ତ ଭିଡ଼ିଓରେ ନିଜ ଜୀବନ ସହ ଜଡ଼ିତ କିଛି ଏମିତି କହୁଛନ୍ତି , ଯେଉଁଥି ପାଇଁ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଖୁବ୍ ଭାଇରାଲ ହେଉଛି।
ଭିଡ଼ିଓରେ ସେ ନିଜ କୋଟିପତି ସ୍ୱାମୀଙ୍କ କଠୋର ନୀତି ନିୟମ ବିଷୟରେ ଦର୍ଶାଇଛନ୍ତି। ଇନଷ୍ଟାରେ ନିଜର ଲଗଜରୀ ଲାଇଫଷ୍ଟାଇଲ୍ ପାଇଁ ଚର୍ଚ୍ଚିତ ୨୬ ବର୍ଷିୟା ଏହି ସୌଦୀ ମହିଳା, ଭିଡ଼ିଓରେ କହୁଛନ୍ତି - ଏହାର ଏକ ଦାମ୍ ରହିଛି, ଯାହା ତାଙ୍କୁ ନିଜର ସ୍ୱାଧିନତା ବଦଳରେ ଭରିବାକୁ ପଡ଼ିଥାଏ।
ଭିଡ଼ିଓରେ ସାଉଦୀ ମହିଳା କହୁଛନ୍ତି , ତାଙ୍କର ସ୍ୱାମୀ ତାଙ୍କ ପାଇଁ କିଛି ସ୍ୱତନ୍ତ୍ର ନିୟମ କରିଛନ୍ତି। ତାଙ୍କୁ ନିଜର ବ୍ୟାଗ୍କୁ ଜୋତା ସହ ମ୍ୟାଚ କରିବାକୁ ହୋଇଥାଏ। ସେ କାମ କରି ପାରିବେ ନାହିଁ , କାରଣ ତାଙ୍କ ସ୍ୱାମୀ ତାଙ୍କର ସବୁ ଖର୍ଚ୍ଚର ଭରଣା କରିଥାନ୍ତି। ସେ କେବେ ଖାଦ୍ୟ ତିଆରି କରନ୍ତି ନାହିଁ , କାରଣ ସେ ନିତି ବାହାର ଖାଦ୍ୟ ଖାଆନ୍ତି। ଏହା ବ୍ୟତୀତ ,ତାଙ୍କୁ ନିଜର କେଶ ଓ ମେକଅପ୍ ପ୍ରତିଦିନ ପ୍ରଫେସନାଲ ଭାବେ କରିବାକୁ ହୋଇଥାଏ। ତାଙ୍କୁ ଅନ୍ୟ ପୁରୁଷଙ୍କ ଠାରୁ ଦୂରତା ବଜାୟ ରଖିବାକୁ ହୋଇଥାଏ।
ଭିଡ଼ିଓରେ ସାଉଦୀ ମହିଳା ଦର୍ଶାଇଛନ୍ତି – ଆପଣ ମୋତେ ସାଡିରେଲା କହି ପାରିବେ, କାରଣ ମୁଁ ନିଜ ସ୍ୱାମୀଙ୍କ ରାଜକୁମାରୀ। ଏହି ଭିଡ଼ିଓରେ ଅନେକ କମେଣ୍ଟ ଆସିଛି। କେହି ଲେଖିଛନ୍ତି –ମୁଁ ବୁଝି ପାରୁନି , ଆପଣ କଣ କହିବାକୁ ଚାହୁଁଛନ୍ତି। ଆପଣ ଖୁସି ନା ନିରାଶ ? ଅନ୍ୟଜଣେ ୟୁଜର ଲେଖିଛନ୍ତି –ଏହା ସତ ଯେ , ଟଙ୍କାରେ ଖୁସି କିଣି ହୋଇ ନଥାଏ। ସେ ପରାମର୍ଶ ଦେଇଛନ୍ତି – ଆପଣଙ୍କୁ ନିଜ ସ୍ୱାମୀଙ୍କୁ ଛାଡ଼ି ଦେବା ଉଚିତ୍ ଏବଂ ଏମିତି ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍, ଯିଏ ଆପଣଙ୍କୁ ବୁଝି ପାରୁଥିବେ।
କହି ରଖୁଛୁ କି , ଏହି ସାଉଦୀ ମହିଳା ଜଣେ ଇନଫ୍ଲୁଏନ୍ସର, ଯିଏ ଇନଷ୍ଟାଗ୍ରାମ୍ରେ ନିଜର ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନଶୈଳୀକୁ ଦେଖାଇ ଭିଡ଼ିଓ ସେୟାର କରିଥାନ୍ତି। ନିଜର ଏକ ଭିଡ଼ିଓରେ ନିଜର କାହାଣୀକୁ ବଖାଣି ସେ କୁହନ୍ତି ଯେ, ସେ କେବଳ ୬ ବର୍ଷର ଥିଲେ, ଯେତେବେଳେ ସେ ଦୁବାଇ ଆସି ଥିଲେ। ଦୁବାଇର ୟୁନିଭର୍ସିଟିରେ ପାଠପଢା ବେଳେ ତାଙ୍କର ସାକ୍ଷାତ୍ ତାଙ୍କର ସ୍ୱାମୀ ଅଲ ନଦାକଙ୍କ ସହ ହୋଇଥିଲା ଏବଂ ତାଙ୍କୁ ତାଙ୍କର ସହ ପ୍ରେମ ହୋଇଗଲା। ୮ ବର୍ଷ ପୂର୍ବେ ଦୁହେଁ ବିବାହ କରି ଥିଲେ।