ମୁମ୍ବାଇ,୦୮/୦୮ : ଆଗାମୀ ଦୁଲୀପ୍‌  ଟ୍ରଫି ପାଇଁ ଭାରତୀୟ ଟେଷ୍ଟ ଦଳର  ଅଧିନାୟକ ଶୁଭମନ ଗିଲ୍‌ଙ୍କୁ ଉତ୍ତରାଞ୍ଚଳ  ଅଧିନାୟକ ନିଯୁକ୍ତ କରାଯାଇଛି । ଟେଷ୍ଟ  ଦଳରେ ସ୍ଥାନ ପାଇଥିବା ଅର୍ଶଦୀପ ସିଂହ  ଓ ଅଂଶୁଲ କାମ୍ବୋଜଙ୍କ ସମେତ ବର୍ଡରଗାଭାସ୍କର ଟ୍ରଫି ଖେଳିଥିବା ହର୍ଷିତ ରାଣା  ଦଳର ପେସ୍‌ ବୋଲିଂ ବିଭାଗ ସମ୍ଭାଳିବେ ।  ଗିଲ୍‌, ହର୍ଷିତ ଓ ଅର୍ଶଦୀପଙ୍କ ପାଇଁ  ୩ଜଣ ବଦଳ ଖେଳାଳିଙ୍କୁ ମଧ୍ୟ ଚୟନ  କରାଯାଇଛି।

ଆଗାମୀ ଏସିଆ କପ୍‌  ପାଇଁ ଘୋଷିତ ଦଳରେ ଗିଲ୍‌, ଅର୍ଶଦୀପ  ଓ ହର୍ଷିତ ସ୍ଥାନ ପାଇଲେ ସେମାନଙ୍କ  ସ୍ଥାନରେ ଯଥାକ୍ରମେ ଶୁଭମ ରୋହିଲା,  ଗୁରନୂର ବ୍ରାର ଓ ଅନୁଜ ଠକରାଲ  ଦଳରେ ପ୍ରବେଶ କରିବେ । ସେପ୍ଟେମ୍ବର  ୯ରୁ ଏସିଆ କପ୍‌ ଆରମ୍ଭ ହୋଇ ୨୮  ତାରିଖରେ ଶେଷ ହେବ । ଦୁଲୀପ୍‌ ଟ୍ରଫି  ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହୋଇ  ସେପ୍ଟେମ୍ବର ୧୫ ତାରିଖରେ ଶେଷ ହେବ ।  ପ୍ରଥମ ମ୍ୟାଚ୍‌ରେ ଉତ୍ତରାଞ୍ଚଳ ଓ ପୂର୍ବାଞ୍ଚଳ  ସାମ୍ନାସାମ୍ନି ହେବେ । 

ଗତ ରଣଜୀ ଟ୍ରଫି ସିଜନରେ ୫୯  ହାରରେ ମୋଟ୍‌ ୫୭୪ ରନ ସଂଗ୍ରହ କରିଥିବା  ଅଙ୍କିତ କୁମାରଙ୍କୁ ଉତ୍ତରାଞ୍ଚଳ ଦଳର ଉପ  ଅଧିନାୟକ ନିଯୁକ୍ତ କରାଯାଇଛି । ଉତ୍ତରାଞ୍ଚଳ  ଦଳରେ ଦିଲ୍ଲୀରୁ କେବଳ ହର୍ଷିତଙ୍କ ସହ  ୟଶ ଧୂଲ ଓ ଆୟୂଷ ବାଦୋନି ସ୍ଥାନ  ପାଇଛନ୍ତି । ମାତ୍ର ଜମ୍ମୁ ଓ କାଶ୍ମୀରରୁ ୫ଜଣ  ଖେଳାଳିଙ୍କୁ ଏହି ଦଳରେ ସ୍ଥାନ ମିଳିଛି ।  

ଉତ୍ତରାଞ୍ଚଳ ଦଳ: ଶୁଭମନ ଗିଲ୍‌  (ଅଧିନାୟକ), ଶୁଭମ ଖଜୁରିଆ, ଅଙ୍କିତ  କୁମାର, ଆୟୂଷ ବାଦୋନି, ୟଶ ଧୂଲ,  ଅଙ୍କିତ କାଲସି, ନିଶାନ୍ତ ସିନ୍ଧୁ, ସାହିଲ  ଲୋଟ୍ରା, ମୟଙ୍କ ଡଗର, ୟୁଦ୍ଧବୀର  ସିଂହ ଚରକ, ଅର୍ଶଦୀପ ସିଂହ, ହର୍ଷିତ  ରାଣା, ଅଂଶୁଲ କାମ୍ବୋଜ, ଆକିବ ନବି,  କହ୍ନେୟା ୱଧୱନ । 

ଷ୍ଟାଣ୍ଡବାଇ: ଶୁଭମ  ଆରୋରା, ଯଶକରଣବୀର ସିଂହ ପଲ,  ରବି ଚୌହାନ, ଆବିଦ ମୁସ୍ତାକ, ନିଶଙ୍କ  ବିର୍ଲା, ଉମର ନାଜିର, ଦିବେଶ ଶର୍ମା ।