ମୁମ୍ବାଇ, ୨୫/୦୩: ପୂର୍ବ ଭଳି ଦୁଲୀପ୍‌ ଟ୍ରଫି ଜୋନାଲ ଫର୍ମାଟ୍‌କୁ ଫେରିବାକୁ ଯାଉଛି । ପୁଣିଥରେ  ୬ଟି ଜୋନ୍‌କୁ ନେଇ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ପୂର୍ବାଞ୍ଚଳ, ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ, କେନ୍ଦ୍ରାଞ୍ଚଳ ଓ ଉତ୍ତର-ପୂର୍ବାଞ୍ଚଳ ଦଳ ଭାଗ  ନେବେ । ଆସନ୍ତା ସେପ୍ଟେମ୍ବରରେ ବେଙ୍ଗାଲୁରୁରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ । 

ଗତ ସିଜନରେ ୪ଟି ଦଳ  (ଭାରତ ଏ, ଭାରତ ବି, ଭାରତ ସି ଓ ଭାରତ  ଡି) ଚୟନ କରାଯାଇ ଦୁଲୀପ୍‌ ଟ୍ରଫି ଆୟୋଜନ  କରାଯାଇଥିଲା । ସିନିୟର ଦଳ ଚୟନ କମିଟି ଏହି ସବୁ ଦଳ ଚୟନ କରିଥିଲା । ଯାହାକୁ ନେଇ  ବିଭିନ୍ନ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ ଅସନ୍ତୋଷ  ପ୍ରକଟ କରିଥିଲେ । ଜୋନାଲ ଫର୍ମାଟ୍‌ରେ  ପ୍ରତିଯୋଗିତା ଆୟୋଜନ କରାଗଲେ ପ୍ରତି ଜୋନ୍‌ର  ଶ୍ରେଷ୍ଠ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିପାରିବ ।

ଏପ୍ରିଲରେ ଶ୍ରୀଲଙ୍କା ଯିବ ଓଡ଼ିଶା ଟିମ୍‌: ଶୁଭ୍ରାଂଶୁଙ୍କ ହୋଇପାରେ ଘର ବାହୁଡ଼ା, ଏନ୍‌ଓସିକୁ ଅପେକ୍ଷା...