ଭୁବନେଶ୍ୱର,୦୮/୧୦: ଦୁର୍ଗା ପୂଜାରେ ଭକ୍ତମୟ ହୋଇଉଠିବ ଜନପଥ, କଟକରୋଡ,  ଏନ୍‌ଏଚ୍‌-୧୬ ସମେତ ଅନ୍ୟାନ୍ୟ ପ୍ରମୁଖ ରାସ୍ତା ।  ଟ୍ରାଫିକ୍‌ ଯନ୍ତ୍ରଣାରେ ଘାଣ୍ଟି ହେବେ ହଜାର ହଜାର  ଭକ୍ତ । ଆସନ୍ତା ୯ ତାରିଖରୁ ଭସାଣି ଯାତ୍ରା ସରିବା  ଯାଏଁ କମିଶନରେଟ୍‌ ପୁଲିସ୍‌ ଏନେଇ ଟ୍ରାଫିକ୍‌  କଟକଣା ଜାରି କରିଛି । ଅପରାହ୍ଣ ୩ଟାରୁ ରାତି  ୧ଟା ଯାଏଁ ସହର ଭିତରେ ଭାରୀଯାନ ପ୍ରବେଶରେ  ରୋକ୍‌ ଲଗାଇଛି ।  

୧୬ ନମ୍ବର ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ହିଁ  ଭାରୀଯାନ ଯା’ ଆସ କରିବ । କିନ୍ତୁ ଫ୍ଲାଏଓଭରକୁ  ଲାଗିକି ଥିବା ସମସ୍ତ ସର୍ଭିସ୍‌ ରୋଡରେ ଭାରୀଯାନ  ପ୍ରବେଶରେ ରୋକ୍‌ ଲାଗିଛି । ସେହିପରି  ଏନ୍‌ଏଚ୍‌ଠାରୁ ସହର ଭିତରକୁ ଲମ୍ବିଥିବା କୌଣସି  ରାସ୍ତାରେ ଭାରୀଯାନ ପଶିପାରିବନି । ଖଣ୍ଡଗିରି  ଛକଠାରୁ ପୋଖରୀପୁଟ ଯାଏଁ, ଫାୟାର ଷ୍ଟେସନ  ଛକଠୁ ପାଇକ ନଗର, ଶିରିପୁର, ଗଙ୍ଗନଗର  ନେଇ ଶିଶୁଭବନ ଓ ସିଆରପି ଛକଠୁ ଷ୍ଟିୱାର୍ଟ ସ୍କୁଲ୍‌,  ଡିଏଭି ସ୍କୁଲ୍‌ ୟୁନିଟ୍‌-୮ ରାସ୍ତା ଯାଏଁ ଭାରୀଯାନ  ଚଳାଚଳକୁ ବନ୍ଦ କରାଯିବ ।  




ସମାନ ଢ଼ଙ୍ଗରେ ଜୟଦେବିହାର ଛକଠୁ କଳିଙ୍ଗ  ଷ୍ଟାଡିୟମ, ଶାସ୍ତ୍ରୀନଗର ଦେଇ ରାଜଭବନ ଯାଏଁ,  ଆରପାଶ୍ୱର୍ରେ ଜାଭିୟର, କଳିଙ୍ଗ ହସ୍ପିଟାଲ, ଡମଣା,  ପଟିଆ ଦେଇ ନନ୍ଦନକାନନ ଯାଏଁ ଭାରୀଯାନ  ଗଡି଼ବନି । ଆଚାର୍ଯ୍ୟ ବିହାର ଛକଠୁ ନିକୋ  ପାର୍କ ଦେଇ ଏଜି ଛକ ଯାଏଁ, ଅପରପାଶ୍ୱର୍ରେ  ସୈନିକ ସ୍କୁଲ୍‌ ଦେଇ କଳିଙ୍ଗ ହସ୍ପିଟାଲ୍‌ ଛକ ଯାଏଁ  ଭାରୀଯାନ ନିଷେଧ ହୋଇଛି । ବାଣୀବାହାର ଛକରୁ  ଜନପଥରେ ଶିଶୁ ଭବନ ଯାଏଁ ଏବଂ ରସୁଲଗଡ଼  ଛକରୁ କଟକ ରୋଡ ଦେଇ କଳ୍ପନା ଛକ ଯାଏଁ ଓ  ସେଠାରୁ ଲୁଇସ୍‌ ରୋଡ ଦେଇ ଲିଙ୍ଗିପୁର ଛକ  ଯାଏଁ ଗୋଟିଏ ବି ଭାରୀଯାନ ଗଡିବନି ।  

ଭାରୀଯାନ ପାଇଁ ଖୋଲାଯିବ ଚନ୍ଦକା-ବାରଙ୍ଗ ରାସ୍ତା

 ଭିଡ଼କୁ ଦୃଷ୍ଟିରେ ରଖି ପିତାପଲ୍ଲୀ ଛକଠୁ ଚନ୍ଦକା  ବାରଙ୍ଗ ରାସ୍ତାକୁ ଭାରୀଯାନ ପାଇଁ ଖୋଲାଯିବ ।  ଖୋର୍ଦ୍ଧା ପଟୁ ଆସୁଥିବା ଭାରୀଯାନ ପିତାପଲ୍ଲୀ ଛକ  ଠାରୁ ବାମ ମୁହାଁ ହୋଇ ଚନ୍ଦକା-ବାରଙ୍ଗ ରାସ୍ତାରେ  ବାଲିକୁଦାରେ ଏନ୍‌ଏଚ୍‌-୧୬କୁ ଛୁଇଁପାରିବେ ।  ରାବଣ ପୋଡ଼ି ବେଳେ କଟକ ପଟୁ ଆସୁଥିବା  ଗାଡିଗୁଡିକ ଜୟଦେବବିହାରରୁ ବେହେରା ସାହି  ଦେଇ ଶାସ୍ତ୍ରୀ ନଗର, ପାୱାର ହାଉସ୍‌, ୟୁନିଟ୍‌-୮  ଦେଇ ସିଆର୍‌ପି ଛକରେ ବାହାରିପାରିବେ ।  

କଳ୍ପନା-ଫାୟାର ଷ୍ଟେସନ ଛକ  ରାସ୍ତାରେ 

ପୁରୀ ବସ୍‌ ଯିବ ପୁରୀ ଆଡୁ ଆସୁଥିବା ଯାତ୍ରୀବାହୀ ବସ୍‌ ଲିଙ୍ଗିପୁର  ଛକଠାରୁ ସାମନ୍ତରାପୁର, କଳ୍ପନା, ରାଜମହଲ,  ଶିଶୁଭବନ ଛକ ଦେଇ ଗଙ୍ଗନଗରରୁ ଫାୟର  ଷ୍ଟେସନ ଛକରେ ବାହାରି ସର୍ଭିସ୍‌ ରୋଡରେ  ବରମୁଣ୍ଡାକୁ ଯିବେ । ପୁରୀକୁ କଟକ ଯା’ ଆସ  କରୁଥିବା ବସ୍‌ଗୁଡିକ ସହର ଭିତରକୁ ପଶି  ପାରିବନି । ଏସବୁ ବସ୍‌ ପାଇଁ ଲିଙ୍ଗିପୁର ବ୍ରିଜ୍‌-ହାଇଟେକ ମେଡିକାଲ ଛକ ବାଇପାସ୍‌ ରାସ୍ତା  ଖୋଲାଯାଇଛି ।  

ଭସାଣି ପାଇଁ ସ୍ୱତନ୍ତ୍ର ରୁଟ୍‌  

ସହିଦ୍‌ନଗରରେ ଭସାଣି ଯାତ୍ରା ପାଇଁ ବାଣୀବିହାରରୁ  ରୂପାଲି ଛକ ରାସ୍ତାରେ କୌଣସି ଗାଡି ଗଡିବନି ।  କାର, ବାଇକ୍‌ଗୁଡିକ ଜନପଥରେ ନ ଯାଇ  ସଚିବାଳୟ ମାର୍ଗ ଓ ଏହା ସଂଲଗ୍ନ ରାସ୍ତାରେ ଯା’  ଆସ କରିବ । ରାଜଧାନୀ ସୁରକ୍ଷା ଭସାଣି ସମିତି  ପାଇଁ ନୂଆପଲ୍ଲୀ ଭସାଣି ଯାତ୍ରାରେ ସିଆର୍‌ପି  ଛକଠାରୁ ରାସ୍ତାକୁ ବନ୍ଦ କରାଯିବ । ସିଆରପିଠାରୁ  ଏକାମ୍ର ଭିଲ୍ଲା ରାସ୍ତା ଦେଇ ଗାଡିଗୁଡିକ  ଜୟଦେବବିହାରରେ ବାହାରି ପାରିବ । କଟକ  ପଟୁ ଗାଡି଼ ଆସିଲେ, ଜୟଦେବବିହାର ଛକଠୁ  ବାମକୁ ମୋଡି ବେହେରା ସାହି, ଶାସ୍ତ୍ରୀ ନଗର,  ପାୱାର ହାଉସ୍‌ ଓ ୟୁନିଟ୍‌-୮ ଡିଏଭି ସ୍କୁଲ ଦେଇ  ସିଆର୍‌ପିରେ ବାହାରି ପାରିବ । ଉତ୍ତର ଭୁବନେଶ୍ୱର  ଭସାଣି ଯାତ୍ରା ପାଇଁ କିଟ୍‌ ଛକଠୁ ନାଲକୋ ଛକ  ଯାଏ ରାସ୍ତା ବନ୍ଦ ରଖାଯିବ । ନନ୍ଦନକାନନ ରାସ୍ତା  ଦେଇ ଜୟଦେବବିହାର ଯାଇପାରିବ । ଖୋର୍ଦ୍ଧା ଆଡୁ  ଆସୁଥିବା ଭାରୀ ଯାନ ଫାୟାରଷ୍ଟେସନ