ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗ, ଦୁର୍ଗାଦେବୀ କୋ-ଅପରେଟିଭ ସୋସାଇଟି ସମ୍ପାଦକ ଗିରଫ

Published By : Suraj Kumar | April 2, 2025 4:14 PM

ଭୁବନେଶ୍ବର,୨।୪ : ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଦୁର୍ଗାଦେବୀ କୋ-ଅପରେଟିଭ ସୋସାଇଟି ସମ୍ପାଦକଙ୍କୁ  ଭିଜିଲାନ୍ସ ଗିରଫ କରିଛି  । ଗିରଫ ଅଭିଯୁକ୍ତ ଜଣକ ହେଲେ ଦୁର୍ଗାଦେବୀ କୋ-ଅପରେଟିଭ ସୋସାଇଟି ସମ୍ପାଦକ ଗିରଶ ଚନ୍ଦ୍ର ବେହେରା ।  ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କ୍ଷତିପୂରଣ ରାଶି  ହେରଫେର କରିବା ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। 

ବାଲେଶ୍ୱର ଜିଲ୍ଲା ଦୁର୍ଗାଦେବୀସ୍ଥିତ ଦୁର୍ଗାଦେବୀ କୋ-ଅପରେଟିଭ୍ ସୋସାଇଟିକୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କ୍ଷତିପୂରଣ ରାଶି ଆସିଥିଲା। ୨୦୨୧-୨୦୨୩ ବର୍ଷରେ କ୍ଷତିଗ୍ରସ୍ତ ୩୮ ଜଣ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ପିଏମଏଫବିୱାଇରେ ୫.୮ ଲକ୍ଷ ଟଙ୍କା କ୍ଷତିପୂରଣ ଆସିଥିଲା। ଦୁର୍ଗାଦେବୀ କୋ-ଅପରେଟିଭ୍ ସୋସାଇଟିର ସମ୍ପାଦକ ଗିରିଶ କ୍ଷତିପୂରଣ ରାଶିକୁ ଅନ୍ୟତ୍ର ସ୍ଥାନାନ୍ତର କରି ହଡ଼ପ କରିଥିଲେ। ଏହି ଅଭିଯୋଗରେ  ଗିରିଶଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.