ଭୁବନେଶ୍ବର,୨।୪ : ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଦୁର୍ଗାଦେବୀ କୋ-ଅପରେଟିଭ ସୋସାଇଟି ସମ୍ପାଦକଙ୍କୁ  ଭିଜିଲାନ୍ସ ଗିରଫ କରିଛି  । ଗିରଫ ଅଭିଯୁକ୍ତ ଜଣକ ହେଲେ ଦୁର୍ଗାଦେବୀ କୋ-ଅପରେଟିଭ ସୋସାଇଟି ସମ୍ପାଦକ ଗିରଶ ଚନ୍ଦ୍ର ବେହେରା ।  ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କ୍ଷତିପୂରଣ ରାଶି  ହେରଫେର କରିବା ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। 

ବାଲେଶ୍ୱର ଜିଲ୍ଲା ଦୁର୍ଗାଦେବୀସ୍ଥିତ ଦୁର୍ଗାଦେବୀ କୋ-ଅପରେଟିଭ୍ ସୋସାଇଟିକୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କ୍ଷତିପୂରଣ ରାଶି ଆସିଥିଲା। ୨୦୨୧-୨୦୨୩ ବର୍ଷରେ କ୍ଷତିଗ୍ରସ୍ତ ୩୮ ଜଣ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ପିଏମଏଫବିୱାଇରେ ୫.୮ ଲକ୍ଷ ଟଙ୍କା କ୍ଷତିପୂରଣ ଆସିଥିଲା। ଦୁର୍ଗାଦେବୀ କୋ-ଅପରେଟିଭ୍ ସୋସାଇଟିର ସମ୍ପାଦକ ଗିରିଶ କ୍ଷତିପୂରଣ ରାଶିକୁ ଅନ୍ୟତ୍ର ସ୍ଥାନାନ୍ତର କରି ହଡ଼ପ କରିଥିଲେ। ଏହି ଅଭିଯୋଗରେ  ଗିରିଶଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି।