ଭୁବନେଶ୍ୱର ୧୬/୧୨: ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍। ଏବେ ମିଳିବନି ସୁଭଦ୍ରା ଟଙ୍କା। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି। ଯାଞ୍ଚ ପ୍ରକ୍ରିୟା ସରିବା ପରେ ହିତାଧିକାରୀଙ୍କ ଖାତକୁ ଯିବ ଟଙ୍କା। ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବାକୁ ନେଇ ଆଶା ରହିଛି। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ର ପ୍ରଭାତୀ ପରିଡ଼ା।

ସୂଚନା ଅନୁଯାଇ, ସୁଭଦ୍ରା ଯୋଜନାରେ ବାଦ୍ ପଡିଥିବା ହିତାଧିକାରୀଙ୍କ ଅବେଦନ ଯାଞ୍ଚ ପ୍ରକ୍ରିୟା ସରିନଥିବା ପ୍ରଥମ ପର୍ଯାୟ ଚତୁର୍ଥ କିସ୍ତିକୁ ସ୍ଥଗିତ ରଖାଯାଇଛି। କେ୍ୱାଇସି ସଠିକ୍ କରିବାକୁ ୫ ଲକ୍ଷ ୧୧ ହଜାର ମହିଳାଙ୍କୁ ଆଉ ଏକ ସୁଯୋଗ ଦିଆଯାଇଛି। ଯଥା ଶୀଘ୍ର ବାଓମେଟ୍ରିକ୍ ଜରିଆରେ କେ୍ୱାଇସି କରିବାକୁ ଉପମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି। 

ଓଟିପି ଜରିଆରେ କେୱାଇସି କରିଥିଲେ,ଏବେ ବାଓମେଟ୍ରିକ ଜରିଆରେ କେ୍ୱାଇସି କରିବାକୁ ପଡିବ । ଏହିସବୁ କେ୍ୱାଇସି ଯାଞ୍ଚ ପରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦିଆଯିବ । କମନ ସର୍ଭିସ ସେଣ୍ଟର ବା ଜନ ସେବା କେନ୍ଦ୍ରରେ କରିପାରିବେ କେୱାଇସି ଯାଞ୍ଚ । ଅନ୍ୟପଟେ ଏବେ ଯାଏଁ ୩୧ ହଜାର ମହିଳା ବାଦ୍‌ ପଡିଛନ୍ତି। ସେମାନେ ଆଉ ଥରେ ମଧ୍ୟ ଅଭିଯୋଗ କରିପାରିବେ । ସେମାନଙ୍କ କଥାକୁ ବିଚାର କରାଯିବ । ପୋର୍ଟାଲ ଜରିଆରେ ଅଭିଯୋଗ କରିପାରିବେ ହିତାଧିକାରୀ । ବାତିଲ ହୋଇଥିବା ୨ ଲକ୍ଷ ୮୧ ହଜାର ଆବେଦନର ୧୫ ପ୍ରତିଶତ ଏବେ ବି ଜମି ସମସ୍ୟା ପାଇଁ ଅପେକ୍ଷାରେ ପଡିଛି । ସେମାନେ ବି ପୋର୍ଟାଲରେ ଆବେଦନ କରିବେ।