କିଡ୍‌ନୀ ଫେଲ୍‌ ହେବା ଏକ ଗମ୍ଭୀର ଅବସ୍ଥା । ଏହା ସେତେବେଳେ ହୋଇଥାଏ ଯେତେବେଳେ ବୃକକ୍ ସଠିକ୍ ଭାବରେ କାର୍ଯ୍ୟ କରିବାର କ୍ଷମତା ହରାଇଦିଏ । ରକ୍ତରୁ ଅପରିଷ୍କାର ପଦାର୍ଥ ବାହାର କରିବା ବ୍ୟତୀତ, ବୃକକ୍ ପାଣିକୁ ଫିଲ୍ଟର କରିବା, ଇଲେକ୍ଟ୍ରୋଲାଇଟ୍ ସନ୍ତୁଳିତ କରିବା ଏବଂ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଯେତେବେଳେ ବୃକକ୍‌ କାମ କରିବା ବନ୍ଦ କରିଦେଇଥାଏ, ଶରୀରରେ ମଇଳା ଜମା ହେବା ଆରମ୍ଭ ହୁଏ ଏବଂ ଶରୀରରେ ପାଣି ଜମା ହୁଏ ।

କିଡ୍‌ନୀ ଫେଲ୍‌-

କିଡ୍‌ନୀ ଫେଲ୍‌ ହେଲେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୁଏ । କିଛି ଲୋକଙ୍କ କିଡ୍‌ନୀ ହଠାତ୍‌ ଫେଲ୍‌ ହୋଇ କାମ କରିବା ବନ୍ଦ କରିଦେଇଥାଏ ତ ଆଉ କିଛି ଲୋକଙ୍କର ଧୀରେ ଧୀରେ ହୋଇଥାଏ । ଏହି ସମୟରେ ପ୍ରାରମ୍ଭିକ ସଙ୍କେତ ଚିହ୍ନଟ କରିବା ଜୀବନ ରକ୍ଷା କରିପାରେ । 

ରକ୍ତହୀନତା-

କିଡ୍‌ନୀ ଫେଲ୍‌ ହେବାର ପ୍ରାରମ୍ଭିକ ଲକ୍ଷଣ ମଧ୍ୟରୁ ଗୋଟିଏ ହେଉଛି ଅତ୍ୟଧିକ ଥକ୍କାପଣ । କିଡନୀ ରକ୍ତରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ବିଫଳ ହୁଏ । ତେଣୁ ଏହା ରକ୍ତହୀନତା ସୃଷ୍ଟି କରିପାରେ। ଏପରି ଅବସ୍ଥାରେ ଶରୀରରେ ଅମ୍ଳଜାନ ଗ୍ରହଣ କରିବା ପାଇଁ ପର୍ଯ୍ୟାପ୍ତ ଲୋହିତ ରକ୍ତ କଣିକା ନଥାଏ। ଫଳରେ ଲଗାତାର ଥକ୍କାପଣ, ଦୁର୍ବଳତା ଏବଂ କାମରେ ଫୋକସ୍‌ କରିବାରେ ଅସୁବିଧା ହୁଏ।

ରାତିରେ ବାରମ୍ବାର ପରିସ୍ରା କରିବା-

ଅନେକ ଲୋକଙ୍କର ରାତିରେ ଉଠି ପରିସ୍ରା କରିବା ଅଭ୍ୟାସ ଥାଏ । କିନ୍ତୁ ଯଦି ଆପଣ ରାତିରେ ବାରମ୍ବାର ପରିସ୍ରା କରିବାକୁ ଉଠୁଛନ୍ତି ତେବେ ଏହା କିଡ୍‌ନୀ ଫେଲ୍‌ର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । କିଡ୍‌ନୀ ଫେଲ୍‌ ହେଲେ ବୃକକ୍ ଠିକ୍ ଭାବରେ କାର୍ଯ୍ୟ କରି ପାରେ ନାହିଁ । ତେଣୁ ଶରୀରର ତରଳ ପଦାର୍ଥ ଠିକ୍ ଭାବରେ ଫିଲ୍ଟର ହୁଏ ନାହିଁ ଏବଂ ଏହା ପରିସ୍ରାର ପ୍ରଭାବିତ କରେ ।

ରାତିରେ ଅତ୍ୟଧିକ ଶୋଷ ହେବା-

କିଡ୍‌ନୀ ଫେଲ୍‌ ହେଲେ ଶରୀରରେ ଜଳ ସନ୍ତୁଳନ ବିଗିଡ଼ି ପାରେ । ଯାହା ଯୋଗୁଁ ରାତିରେ ବହୁତ ଶୋଷ ଲାଗେ। ଯଦି ଆପଣଙ୍କର ରାତିରେ ବାରମ୍ବାର ପାଣି ପିଇବାର ଅଭ୍ୟାସ ରହିଛି, ତେବେ ଏହା ମଧ୍ୟ କିଡ୍‌ନୀ ଫେଲ୍‌ ହେବାର ଏକ ଲକ୍ଷଣ । ଏହି ଲକ୍ଷଣକୁ ଅଣଦେଖା କରିବା ଉଚିତ୍ ନୁହେଁ।

ପରିସ୍ରା ସମୟରେ ଯନ୍ତ୍ରଣା ଏବଂ ଜଳାପୋଡ଼ା ଅନୁଭବ କରିବା-

କିଡ୍‌ନୀ ଫେଲ୍‌ ହେଲେ ମୂତ୍ରନଳୀରେ ସଂକ୍ରମଣ ସୃଷ୍ଟି କରିପାରେ। ଯାହା ଯୋଗୁଁ ପରିସ୍ରା କରିବା ସମୟରେ ଯନ୍ତ୍ରଣା ଏବଂ ଜଳାପୋଡ଼ା ଅନୁଭବ ହୋଇପାରେ । ଏହା କିଡ୍‌ନୀ ସଂକ୍ରମଣ କିମ୍ବା ଅନ୍ୟ କୌଣସି ଗମ୍ଭୀର ସମସ୍ୟାର ଲକ୍ଷଣ ହୋଇପାରେ । ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ପରିସ୍ରାରେ ରକ୍ତ ପଡ଼ିବା-

ପରିସ୍ରାରେ ରକ୍ତ ପଡ଼ିବା ବୃକକ୍ ସଂକ୍ରମଣ, ଷ୍ଟୋନ୍‌ କିମ୍ବା ଅନ୍ୟାନ୍ୟ ଗମ୍ଭୀର ସମସ୍ୟାର ଲକ୍ଷଣ ହୋଇପାରେ । ଯଦି ପରିସ୍ରାରେ ରକ୍ତ ଦେଖୁଛନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ତେଣୁ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରି ଉପଯୁକ୍ତ ଚିକିତ୍ସା କରି ନିଅନ୍ତୁ ।

ନିଦରୁ ବାରମ୍ବାର ଉଠିବା-

କିଡନୀ ସମସ୍ୟା ନିଦକୁ ବାଧା ଦେଇପାରେ । ଯେତେବେଳେ କିଡନୀ ଶରୀରରୁ ବିଷାକ୍ତ ପଦାର୍ଥକୁ ଠିକ୍ ଭାବରେ ବାହାର କରିପାରେ ନାହିଁ, ଏହା ଶରୀରକୁ ବିଷାକ୍ତ କରି ଦେଇଥାଏ । ଯାହା ନିଦ ଉପରେ ପ୍ରଭାବ ପକାଇଥାଏ । ଫଳସ୍ୱରୂପ ଜଣେ ବ୍ୟକ୍ତି ନିଦରୁ ବାରମ୍ବାର ଉଠିବାର ଉଠିଥାନ୍ତି, ଯାହା କିଡନୀ ସମସ୍ୟାର ଲକ୍ଷଣ ହୋଇପାରେ।