ପ୍ରମୂଖ ଖବର
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ

Published By : Harapriya Sethi | July 21, 2025 9:00 AM

ନୂଆଦିଲ୍ଲୀ, ୨୧/୦୭: ବିଗତ ଦିନରେ ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୁତ ହୋଇଛି । ରବିବାର ରାତି ୯.୪୭ ରେ ଗୁଜରାଟର କଚ୍ଛରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୦ ଥିଲା। ଏହାର କେନ୍ଦ୍ରସ୍ଥଳ ଖାଭଡାରୁ ୨୦ କିଲୋମିଟର ପୂର୍ବ ଦକ୍ଷିଣ-ପୂର୍ବରେ ଅବସ୍ଥିତ ଥିଲା। ଏହି ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ଖବର ନାହିଁ । କିନ୍ତୁ ଏହା ଲୋକଙ୍କୁ ଆତଙ୍କିତ କରିଛି। କଚ୍ଛରେ ଗତ ତିନି ଦିନ ମଧ୍ୟରେ ତୃତୀୟ ଥର ପାଇଁ ଭୂକମ୍ପ ହୋଇଛି। ଲଗାତାର ଭୂମିକମ୍ପ ହେଉଥିବାରୁ ପ୍ରଶାସନ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।

ଏହା ପୂର୍ବରୁ ଜମ୍ମୁ ଏବଂ କାଶ୍ମୀରର କିସ୍ତବାଡରେ ମଧ୍ୟ ୨.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ବ୍ୟତୀତ ଆଲାସ୍କା ଏବଂ ତାଜାକିସ୍ତାନରେ ମଧ୍ୟ ଭୂମିକମ୍ପ ହୋଇଥିଲା। ଏଗୁଡ଼ିକ ମଧ୍ୟରେ ସର୍ବାଧିକ ତୀବ୍ରତା ଥିବା ଭୂମିକମ୍ପ ଆଲାସ୍କାରେ ହୋଇଥିଲା । ଯାହା ରିକ୍ଟର ସ୍କେଲ୍‌ରେ ୬.୨ ତୀବ୍ରତା ବିଶିଷ୍ଟ ଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି କହିଛି ଯେ, ଏହି ଭୂମିକମ୍ପ ୨୧ ଜୁଲାଇ ଭୋର ୩ଟା ୫୮ ରେ ରେକର୍ଡ କରାଯାଇଥିଲା। ଏହି ଭୂମିକମ୍ପର ଗଭୀରତା ୪୮ କିଲୋମିଟର ବୋଲି କୁହାଯାଉଛି। ଆପଣଙ୍କୁ କହି ରଖୁଛୁ ଯେ, ପ୍ରାୟ ୪ ଦିନ ପୂର୍ବରୁ ମଧ୍ୟ ଆଲାସ୍କାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ର୍କଟର ସ୍କେଲ୍‌ରେ ୭.୩ ଥିଲା।

ରବିବାର ସକାଳେ ତାଜାକିସ୍ତାନରେ ମଧ୍ୟ ଲୋକମାନେ ଭୂମିକମ୍ପର ଝଟକାରେ ଭୟଭୀତ ହୋଇଯାଇଥିଲେ। ଭୋର ପ୍ରାୟ ୪ଟା ୪୩ ରେ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା। ଏହା ପୂର୍ବରୁ ତାଜକିସ୍ତାନରେ ହୋଇଥିବା ଭୂମିକମ୍ପର ତୀବ୍ରତା ୪.୦ ଥିଲା।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.