ନୂଆଦିଲ୍ଲୀ,୨୮/୧୧; ଆମେରିକାର ଆଲାସ୍କାର ଆଙ୍କୋରେଜ୍ ମେଟ୍ରୋପଲିଟାନ୍ ଅଞ୍ଚଳ ଭୂମିକମ୍ପରେ ଥରି ଉଠିଛି । ୬.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଆମେରିକାର ଭୂତତ୍ତ୍ୱ ସର୍ଭେ (UMGS) ଅନୁଯାୟୀ, ସ୍ଥାନୀୟ ସମୟ ପ୍ରାୟ ୮:୧୧ ମିନିଟରେ ୬୯ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ କୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ହସ୍ତଗତ ହୋଇନାହିଁ । କିନ୍ତୁ ୨୦୨୧ ପରେ ଏହା ସବଠୁ ବଡ଼ ଝଟକା ବୋଲି କୁହାଯାଉଛି ।

ଭୂମିକମ୍ପର କେନ୍ଦ୍ରସ୍ଥଳ ଆଲାସ୍କାର ସୁସିଟନାର ପଶ୍ଚିମ-ଉତ୍ତରପଶ୍ଚିମରେ ୧୨ କିଲୋମିଟର ଦୂର ସହରରୁ ପ୍ରାୟ ୧୦୮ କିଲୋମିଟର ଉତ୍ତର-ପଶ୍ଚିମରେ ଅବସ୍ଥିତ ଥିଲା । ଭୂମିକମ୍ପ ଝଟକା ଲାଗିବା ପରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳାଯାଇଥିଲା । ଭୟରେ ଲୋକ ଘରୁ ବାହାରକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା । କିନ୍ତୁ କୌଣସି ବଡ଼ କ୍ଷତି ହୋଇଥିବା ରିପୋର୍ଟ ମିଳିନାହିଁ । ଆମେରିକା ସୁନାମୀ ଚେତାବନୀ ଅନୁସାରେ ସୁନାମୀର କୌଣସି ଆଶଙ୍କା ନାହିଁ । USGS ଅନୁଯାୟୀ, ଆଲାସ୍କା ଆମେରିକାର ସବୁଠାରୁ ଭୂମିକମ୍ପ-ପ୍ରବଣ ରାଜ୍ୟ ଏବଂ ବିଶ୍ୱର ସବୁଠାରୁ ଭୂମିକମ୍ପ ସକ୍ରିୟ ଅଞ୍ଚଳ ମଧ୍ୟରୁ ଗୋଟିଏ । ଏହି ରାଜ୍ୟ ପ୍ରାୟ ପ୍ରତି ବର୍ଷ ୭ ତୀବ୍ରତାର ଭୂମିକମ୍ପ ଅନୂଭୂତ ହୋଇଥାଏ ।

୪ ବର୍ଷରେ ସବୁଠାରୁ ବଡ଼ ଭୂମିକମ୍ପ- ୟୁଏସଜିଏସ କହିଛି ଯେ, ଭୂମିକମ୍ପରେ ବଡ଼ କ୍ଷୟକ୍ଷତି କିମ୍ବା ଜୀବନହାନିର ରିପୋର୍ଟ ମିଳିନାହିଁ । ଯୁକ୍ତରାଷ୍ଟ୍ର ସୁନାମୀ ସତର୍କତା ପ୍ରଣାଳୀ ସ୍ପଷ୍ଟ କରିଛି ଯେ, ଭୂମିକମ୍ପରୁ କୌଣସି ସୁନାମୀ ବିପଦ ନାହିଁ । ଆଲାସ୍କା ଅଞ୍ଚଳକୁ ବିଶ୍ୱର ସବୁଠାରୁ ଭୂମିକମ୍ପ ପ୍ରବଣ ଅଞ୍ଚଳ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଭୂମିକମ୍ପ ୨୦୨୧ ପରଠାରୁ ଦକ୍ଷିଣ ମଧ୍ୟ ଆଲାସ୍କାରେ ହୋଇଥିବା ସବୁଠାରୁ ତୀବ୍ର ଭୂମିକମ୍ପ ।