ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ପରମାଣୁ ବୋମା ତିଆରି କରିଦେଲା କି ଇରାନ୍‌ ? ଭୂକମ୍ପ ଝଟ୍‌କାରେ ଥରିଲା ଆଣବିକ ପ୍ଲାଣ୍ଟ ଅଞ୍ଚଳ

Published By : Tapas Panda | March 21, 2025 8:34 PM

ନୂଆଦିଲ୍ଲୀ: ଇରାନ୍‌ରେ ନତାଞ୍ଜ ପରମାଣୁ ପ୍ଲାଣ୍ଟ ପାଖରେ ଗୁରୁବାର ୫.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଏହାକୁ ନେଇ ସମଗ୍ର ବିଶ୍ବରେ ଏବେ ହଇଚଇ ସୃଷ୍ଟି ହୋଇଛି । ବାଦରୁଦ କ୍ଷେତ୍ରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଜଣାପଡ଼ିଛି । ଏହି କ୍ଷେତ୍ର ଇରାନ୍‌ର ମୁଖ୍ୟ ୟୁରାନିୟମ ପ୍ଲାଣ୍ଟ ନତାଞ୍ଜ ପାଖରୁ ମାତ୍ର ୨୬ କିଲୋମିଟର ଦୂରରେ ଅବସ୍ଥିତି । ସେପଟେ ଏହାର କିଛି ଘଣ୍ଟା ପରେ ପୁଣି ଥରେ ୪.୫ ତୀବ୍ରତାର ଭୂମିକମ୍ପ ଆସିଥିବା ଜଣାପଡ଼ିଛି । ଭୂମିକମ୍ପ ପ୍ରଭାବରେ ବହୁ ଦୋକାନ ଭାଙ୍ଗିରୁଜି ଯାଇଛି । କିନ୍ତୁ ମୃତାହତ ନେଇ କୌଣସି ଖବର ମିଳିନାହିଁ । 

ଏସବୁ ଭିତରେ ପରମାଣୁ କେନ୍ଦ୍ରର କୌଣସି କ୍ଷତି ହୋଇନାହିଁ ବୋଲି ଇରାନ୍‌ ପକ୍ଷରୁ କୁହାଯାଇଛି । ଅନ୍ୟପଟେ, ଇରାନ୍‌ ପରମାଣୁ ବୋମା  ତିଆରି କରିଦେଲା କି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ଏହା ପୂର୍ବରୁ ଅନ୍ତର୍ଜାତୀୟ ପରାମଣୁ ଶକ୍ତି ଏଜେନ୍ସି (ଆଇଏଇଏ) ଇରାନ୍‌ ପାଖରେ ଯୁଦ୍ଧାସ୍ତ୍ର ଗ୍ରେଡ୍‌ ୟୁରାନିୟମ୍‌ ଭଣ୍ଡାର ଥିବା ନେଇ କହିଥିଲା । ଏଜେନ୍ସି ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ପରମାଣୁ ଯୁଦ୍ଧାସ୍ତ୍ର ନିର୍ମାଣ କରିବା ଲାଗି ଆବଶ୍ୟକ ୟୁରାନିୟମର ଭଣ୍ଡାର ରଖିଛି ଇରାନ୍‌ । 

ଏହାରି ମଧ୍ୟରେ, ଇରାନ୍‌ର ପରମାଣୁ କାର୍ଯ୍ୟକ୍ରମ ଉପରେ ଆଗାମୀ ସପ୍ତାହରେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ହେବାର ଅଛି । ଯଦି ଇରାନ୍‌ ପରାମଣୁ ଅସ୍ତ୍ର ତିଆରି କରୁଥିବା ନେଇ ଖବର ସତ ପ୍ରମାଣିତ ହୁଏ, ତେବେ ଏହା ଦୁନିଆ ପାଇଁ ସବୁଠାରୁ ବଡ଼ ସୁରକ୍ଷା ସଙ୍କଟ ସାଜିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସେପଟେ ଦୀର୍ଘ ବର୍ଷ ଧରି ଇରାନ୍‌ର ପରମାଣୁ କାର୍ଯ୍ୟକ୍ରମକୁ ବିରୋଧ କରିଆସିଛି ଇସ୍ରାଏଲ । ଏପରିକି ଇରାନ୍‌ର ପରମାଣୁ ଠିକଣାରେ ସାଇବର ଆକ୍ରମଣ କରିଛି ଏବଂ ଗୁପ୍ତ ମିଶନ ମଧ୍ୟ କରିଛି । ଏହା ସହ ଇରାନ୍‌ର ଏସ-୩୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଉପରେ ଇସ୍ରାଏଲ ଆକ୍ରମଣ କରିଛି । 

ଏବେ ନତାଞ୍ଜ ପାଖରେ ଭୂମିକମ୍ପ କିମ୍ବା ବିସ୍ଫୋରଣ ନେଇ ଖବର ଆସିବା ପରେ ଏହା ଆମେରିକା ଏବଂ ଇସ୍ରାଏଲ ପାଇଁ ବିପଦର ଘଣ୍ଟି ହୋଇପାରେ । ଯଦି ଇରାନ୍‌ ପରମାଣୁ ବୋମା ପରୀକ୍ଷଣ କରିଥାଏ ତେବେ ଏହା ଦୁନିଆ ପାଇଁ ବିପଦ ସାଜିପାରେ । ଏହାଳ ସହ ଆମେରିକା ଏବଂ ଇସ୍ରାଏଲ ପାଇଁ ଇରାନ୍‌ ମୁଣ୍ଡବିନ୍ଧାର କାରଣ ପାଲଟିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.