ନୂଆଦିଲ୍ଲୀ,୨୫/୦୩: ଭୂକମ୍ପରେ ଥରିଲା  ନ୍ୟୁଜିଲ୍ୟାଣ୍ଡ । ମଙ୍ଗଳବାର ସକାଳୁ ନ୍ୟୁଜିଲ୍ୟାଣ୍ଡର ରିଭରଟନ୍ ଉପକୂଳରେ ଭୂକମ୍ପ ଝଟକା ଅନୂଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୫ ରେକର୍ଡ କରାଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଦ୍ୱୀପର ପଶ୍ଚିମ-ଦକ୍ଷିଣପଶ୍ଚିମରେ ୧୫୯ କିଲୋମିଟର ଦୂରରେ, ୧୦ କିଲୋମିଟର ଗଭୀରତା ଥିଲା।


ଏହା ମଧ୍ୟ ପଢନ୍ତୁ-  ଭାରତକୁ ଟ୍ରମ୍ପଙ୍କ ଝଟକା! ବଢ଼ିପାରେ ତୈଳ ଦର, ଜାଣନ୍ତୁ ଶୁଳ୍କ ସମ୍ପର୍କରେ କ’ଣ କଲେ ନୂଆ ଘୋଷଣା?


ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଏନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ନ୍ୟୁଜିଲ୍ୟାଣ୍ଡରେ ଏପରି ତୀବ୍ରତାର ଭୂମିକମ୍ପ ବାରମ୍ବାର ହେଉଛି। ଭୂମିକମ୍ପର ମୁକାବିଲା ପାଇଁ ସରକାର ସର୍ବଦା ପ୍ରସ୍ତୁତ। ନ୍ୟୁଜିଲ୍ୟାଣ୍ଡ ଜରୁରୀକାଳୀନ ପରିଚାଳନା ଏଜେନ୍ସି ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡରେ ୬ ତୀବ୍ରତାରୁ ଅଧିକ ତୀବ୍ରତାର ଭୂମିକମ୍ପ ସାଧାରଣ। କିନ୍ତୁ ୭ ତୀବ୍ରତା ପର୍ଯ୍ୟନ୍ତ ପହଞ୍ଚିଲେ ସୁନାମି ଆସିପାରେ। ଯଦିଓ ଅଧିକାଂଶ ଭୂମିକମ୍ପପ୍ରବଣ ଅଞ୍ଚଳଗୁଡ଼ିକ ଏବେ ଭୂମିକମ୍ପ-ପ୍ରତିରୋଧୀ କୋଠା ପ୍ରସ୍ତୁତ। ତଥାପି ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି। କାରଣ ଏହା ପୂର୍ବରୁ, ୨୦୧୧ ମସିହାରେ, ନ୍ୟୁଜିଲ୍ୟାଣ୍ଡର କ୍ରାଇଷ୍ଟଚର୍ଚ୍ଚରେ ୬.୩ ତୀବ୍ରତାର ଭୂମିକମ୍ପ ୧୮୫ ଜଣଙ୍କ ଜୀବନ ନେଇଥିଲା। ନ୍ୟୁଜିଲ୍ୟାଣ୍ଡ ଅଷ୍ଟ୍ରେଲିଆ ଏବଂ ପ୍ରଶାନ୍ତ ମହାସାଗର ତଳେ ଥିବା ପ୍ଲେଟଗୁଡ଼ିକ ମଧ୍ୟରେ ଅବସ୍ଥିତ, ତେଣୁ ଏହି ଦେଶ ବାରମ୍ବାର ଭୂମିକମ୍ପର କେନ୍ଦ୍ରସ୍ଥଳ ହୋଇ ରହିଛି। ୧୯୦୦ ମସିହାରୁ, ନ୍ୟୁଜିଲ୍ୟାଣ୍ଡରେ ୭.୫ ତୀବ୍ରତାରୁ ଅଧିକ ୧୫ ଥର ଭୂମିକମ୍ପ ହୋଇଛି। ମ୍ୟାକ୍ୱାରି ରିଜ୍ ନିକଟରେ ୯ଟି ଭୂମିକମ୍ପ ହୋଇଥିଲା। ୧୯୮୯ ମସିହାରେ, ୮.୨ ତୀବ୍ରତାର ଏକ ଭୟଙ୍କର ଭୂମିକମ୍ପ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡର ଇତିହାସର ସବୁଠାରୁ ବଡ଼ ଭୂମିକମ୍ପ ୧୯୩୧ ମସିହାରେ ହକ୍ସ ବେ ଅଞ୍ଚଳରେ ଘଟିଥିଲା। ଏହି ଭୂମିକମ୍ପର ତୀବ୍ରତା ୭.୮ ମାପ କରାଯାଇଥିଲା। ଯେଉଁଥିରେ ୨୫୬ ଜଣ ପ୍ରାଣ ହରାଇଥିଲେ।