ନୂଆଦିଲ୍ଲୀ,୦୫/୦୧:ଭୂକମ୍ପ  ଝଟକାରେ ଥରିଲା ଆଫଗାନିସ୍ତାନ ।  ଆଜି ସକାଳ ପ୍ରାୟ ୩.୩୦ ସମୟରେ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ଏହାର ତୀବ୍ରତା  ୪.୩ ରେକର୍ଡ କରାଯାଇଛି ।  ଏହି ଭୂକମ୍ପ ଯୋଗୁଁ  ଧନଜୀବନ ନଷ୍ଟ ହୋଇଥିବା ନେଇ କୌଣସି ସୂଚନା ମିଳିନି । ତେବେ  ଗତ କିଛି ମାସ ଧରି ଏଠାରେ କ୍ରମାଗତ ଭାବରେ ଭୂକମ୍ପ ହେଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି।  


ଏହା ପୂର୍ବରୁ, ଡିସେମ୍ବର ୨୭  ସକାଳେ ମଧ୍ୟ ଆଫଗାନିସ୍ତାନରେ ଭୂକମ୍ପ ହୋଇଥିଲା। ଦେଶର ଫୈଜାବାଦ ଜିଲ୍ଲା ଠାରୁ ୭୩ କିଲୋମିଟର ଦକ୍ଷିଣରେ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଥିଲା। ଯାହାର  ରିକ୍ଟର ସ୍କେଲରେ ତୀବ୍ରତା ୪.୧ ରେକର୍ଡ଼ କରାଯାଇଥିଲା। ଏହାପୂର୍ବରୁ ବୁଧବାର ବିଳମ୍ବିତ ରାତିରେ ଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ୧୮୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦେଖିବାକୁ ମିଳିଥିଲା। ସକାଳ ୫.୪୧  ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ସେହିପରି ଏହାପୂର୍ବରୁ, ଜର୍ମାନ ଅନୁସନ୍ଧାନ କେନ୍ଦ୍ର ଜିଓ ସାଇନ୍ସ ଅନୁଯାୟୀ, ଅକ୍ଟୋବର ୧୭, ୨୦୨୪ରେ ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳରେ ୫.୫ ରିକ୍ଟର ସ୍କେଲର  ଭୂକମ୍ପ ହୋଇଥିଲା। ପ୍ରକାଶ ଥାଉକି, ଗତକାଲି  ଇଥିଓପିଆରେ ଭୂକମ୍ପ ହୋଇଥିଲା। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଏହାର ରିକ୍ଟର ସ୍କେଲରେ  ତୀବ୍ରତା ୫.୫ ଥିଲା । ଯାହା ପୃଥିବୀର ୧୦ କିଲୋମିଟର ଗଭୀରରେ  ଭୂକମ୍ପର କେନ୍ଦ୍ରସ୍ଥଳ ଦେଖିବାକୁ ମିଳିଥିଲା। ଏହି ଭୂକମ୍ପ ଯୋଗୁଁ ଇଥିଓପିଆର ଏକ ଅଞ୍ଚଳରେ କେନ୍ଦ୍ରୀୟ ଡୋଫାନରେ ଆଗ୍ନେୟଗିରି ଉଦ୍‌ଗୀରଣ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରାଯାଇଛି। ପର୍ବତରୁ ଲଗାତାର ଲାଭା ଏବଂ ଧୂଆଁ ବାହାରୁଛି । ତେଣୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଦେଶବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି, ଯାହାଫଳରେ ଲୋକମାନେ ନିଜକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିପାରିବେ।