ପ୍ରମୂଖ ଖବର
  • ରାଜଧାନୀରେ ବାର୍‌ ଉପରକୁ ଗୁଳି ଏବଂ ବୋମାମାଡ଼, ଜଣେ ଗୁରୁତର
  • ||
  • ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ, ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ
  • ||
  • ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ
  • ||
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ୪.୦ ତୀବ୍ରତା ରେକର୍ଡ

Published By : Prameya | May 10, 2025 6:55 AM

ନୂଆଦିଲ୍ଲୀ, ୧୦/୦୫ : ଯୁଦ୍ଧ ପରିସ୍ଥିତି ଭିତରେ ଥରିଲା ପାକିସ୍ତାନ। ଶୁକ୍ରବାର ରାତି ପ୍ରାୟ ୧ଟା ୪୪ ମିନିଟ୍‌ରେ ପାକିସ୍ତାନରେ ଭୂକମ୍ପ ଝଟ୍‌କା। ରିକ୍ଟର ସ୍କେଲ୍‌ରେ ୪.୦ ତୀବ୍ରତା ରେକର୍ଡ। ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା ଏବଂ ଏହାର ଅବସ୍ଥିତି ୨୯.୬୭ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୬୬.୧୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ ଏନେଇ ସୂଚନା ମିଳିଛି। ତେବେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ। 

ସୂଚନା ଥାଉକି, ସପ୍ତାହ ଭିତରେ ପାକିସ୍ତାନକୁ ୪ ଥର ଭୂକମ୍ପ ଝଟ୍‌କା ଲାଗିଛି। ଏହା ପୂର୍ବରୁ ମେ ୫ରେ ଦୁଇ ଥର ଭୂମିକମ୍ପ ଝଟ୍‌କା ଲାଗିଥିଲା। wହାର ତୀବ୍ରତା ୪.୨ ରେକର୍ଡ କରାଯାଇଥିଲା। ସେହିପରି ଏପ୍ରିଲ ୩୦ରେ ମଧ୍ୟ ଆଉ ଏକ ଝଟ୍‌କା ଲାଗିଥିଲା। ଏହାର ତୀବ୍ରତା ୪.୪ ରେକର୍ଡ ହୋଇଥିଲା। 

ଏହି ଖବରଟିକୁ ପଢନ୍ତୁ-ପାକିସ୍ତାନର ଆକ୍ରମଣ ଉଦ୍ୟମ ପଣ୍ଡ କଲା ଭାରତ; ଫତେହ-୧ ବାଲିଷ୍ଟିକ ମିସାଇଲକୁ ଆକାଶରେ ମାରି ଖସାଇଲା ବାରାକ-୮


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.