ଭୁବନେଶ୍ୱର ୦୫/୦୭ : କ୍ରାନ୍‌ବେରୀ ଜୁସ୍‌ରେ ଆଣ୍ଟି-ଅକ୍ସିଡାଣ୍ଟସ୍‌   ଗୁଣ ସହ ପୋଟାସିୟମ୍‌ ପରି ପୋଷକ ତତ୍ତ୍ୱ ରହିଥାଏ । ଏହାକୁ ଖାଇବା ଦ୍ୱାରା  ଅକ୍ସିଡେଟିଭ୍‌ ଷ୍ଟ୍ରେସ୍‌ କମ୍‌ ହୋଇଥାଏ । ଫଳରେ ହୃଦୟ ସୁସ୍ଥ ରହିଥାଏ ।  ନ୍ୟାସନାଲ୍‌ ଲାଇବ୍ରେରୀ ଅଫ୍‌ ମେଡିସିନ୍‌ର ଗବେଷଣା ଅନୁସାରେ  କ୍ରାନ୍‌ବେରୀ ଖାଇବା ଦ୍ୱାରା କାର୍ଡିଓଭାସ୍କୁଲାର୍‌ ରୋଗରୁ କିଛି ମାତ୍ରାରେ  ସୁରକ୍ଷା ମିଳିଥାଏ । ଏହି ଜୁସ୍‌ ଡିସ୍ଲିପିଡେମିଆ, ମଧୁମେହ,  ଉଚ୍ଚ ରକ୍ତଚାପ, ପ୍ରଦାହ, ଅକ୍ସିଡେଟିଭ ଚାପ, ଏଡୋଥେଲିୟଲ୍‌   ଡିସ୍‌ଫଙ୍କସନ, ଧମନୀର ଷ୍ଟିପ୍‌ନେସ୍‌ କମ୍‌ କରିବା ସହ ପ୍ଲେଟଲେଟ୍‌  ଫଙ୍କସନ୍‌ ପରି ହୃଦୟର ସମସ୍ୟାକୁ ମଧ୍ୟ କମ୍‌ କରିଥାଏ ।  ଏହାବ୍ୟତୀତ...  

କୋଲେଷ୍ଟେରଲ୍‌ କମାଏ :

କ୍ରାନ୍‌ବେରୀ ଜୁସ୍‌ରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହା ଶରୀରର ବ୍ୟାଡ୍‌   କୋଲେଷ୍ଟେରଲ୍‌ ଅର୍ଥାତ୍‌ ଏଲ୍‌ଡିଏଲ୍‌ ସ୍ତରକୁ କମ୍‌ କରିଥାଏ । ସେହିପରି  ଭଲ କୋଲେଷ୍ଟେରଲ୍‌ ଏଚ୍‌ଡିଏଲ୍‌ ସ୍ତର ସନ୍ତୁଳିତ ରହିଥାଏ । ଏହାସହିତ  ଟ୍ରାଇଗ୍ଲେସରାଇଡ୍‌ ସ୍ତରକୁ ମଧ୍ୟ କମ୍‌ କରିଥାଏ । ଫଳରେ ହୃଦୟ ସୁସ୍ଥ ରହିଥାଏ । 

ରକ୍ତଚାପକୁ ନିୟନ୍ତ୍ରିତ କରେ :  

କ୍ରାନ୍‌ବେରୀ ଜୁସ୍‌ରେ ପୋଟାସିୟମ୍‌ ରହିଥାଏ । ସେହିପରି ଏଥିରେ ପଲିଫେନାଲ୍ସ   ରହିଥାଏ, ଯାହା ରକ୍ତବାହୀ ନଳୀରେ ରକ୍ତର ପ୍ରବାହକୁ ତୀବ୍ର କରିବା ସହ  ରକ୍ତଚାପକୁ କମ୍‌ କରିଥାଏ । ଫଳରେ ରକ୍ତଚାପ କମ୍‌ ରହିଥାଏ ।  

କ୍ରାନ୍‌ବେରୀ ଜୁସ୍‌ର ଫାଇଦା :

ଏହି ଜୁସ୍‌ ୟୁଟିଆଇରୁ ରକ୍ଷା କରିବା, ଅଲସରର  ଆଶଙ୍କା କମାଏ, ହୃଦୟକୁ ସୁସ୍ଥ ରଖେ, ଇମ୍ୟୁନିଟି  ବଢାଏ ଓ ପେଟର ସ୍ୱାସ୍ଥ୍ୟକୁ ଭଲ ରଖେ । ଏହାକୁ  ପିଇବା ଦ୍ୱାରା ଅନେକ ପ୍ରକାରର ଲାଭ ମିଳିଥାଏ ।  ଏପରିକି ହାର୍ଟରେ ବ୍ଲକେଜ୍‌ ଥିଲେ ମଧ୍ୟ ଖୋଲିଯାଏ ।  ହାର୍ଟରେ ବ୍ଲକେଜ୍‌ ଥିଲେ, ଡାଏଟ୍‌ରେ ହଳଦୀ, ଲାଉ, ଡାଳିମ୍ବ, ଅଳସୀ,  ଡାଳଚିନି, ଅଦା ଓ ତୁଳସୀକୁ ସାମିଲ୍‌ କରିବା ଉଚିତ୍‌ ।  

ହାର୍ଟ ବ୍ଲକେଜ୍‌ର ଲକ୍ଷଣ :

ଛାତିରେ ଯନ୍ତ୍ରଣା, ଥକା ଲାଗିବା, ମୁଣ୍ଡ ବୁଲାଇବା, ଅତ୍ୟଧିକ ଝାଳ ଆସିବା,  ବେହୋସ୍‌ ହୋଇଯିବା ଓ ନିଶ୍ୱାସ ନେବାରେ ସମସ୍ୟା ଦେଖା ଦେଇଥାଏ । ଏହି  ସ୍ଥିତି ଉପୁଜିଲେ ଡେରି ନ କରି ତୁରନ୍ତ ଡାକ୍ତରଙଙ୍କ ପରାମର୍ଶ କରିବା ଉଚିତ୍‌ ।