ନୂଆଦିଲ୍ଲୀ, ୧୦/୫ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ଦେଖି ଦେଶର ପ୍ରତିଷ୍ଠିତ ଲିଗ୍ ଆଇପିଏଲ୍କୁ ପ୍ରାୟ ଏକ ସପ୍ତାହ ଲାଗି ସ୍ଥଗିତ କରାଯାଇଛି । ଆଶା ଅଛି କି ଦୁଇ ଦେଶଙ୍କ ମଧ୍ୟରେ ଉତ୍ତେଜନା ଶେଷ ହେବା ପରେ ପୁଣି ଥରେ କ୍ରିକେଟର ରୋମାଞ୍ଚ ଦେଖିବାକୁ ମିଳିବ । ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦ ଭିତରେ ଇଂଲଣ୍ଡ କ୍ରିକେଟ ବୋର୍ଡ଼ ତରଫରୁ ବଡ଼ ଖବର ସାମ୍ନାକୁ ଆସିଛି । କୁହାଯାଉଛି କି ଇସିବି ବିସିସିଆଇକୁ ସମ୍ପର୍କ କରିଛି ଏବଂ ଶେଷ ବାକି ରହିଥିବା ମ୍ୟାଚକୁ ଇଂଲଣ୍ଡରେ ଶେଷ କରିବାକୁ ଅଫର ଦେଇଛି ।
ଇଂଲଣ୍ଡ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ଦେଖି ୧୦ଟିମ୍ ଥିବା ଟୁର୍ଣ୍ଣାମେଣ୍ଟକୁ ୧ ସପ୍ତାହ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଯାହା ପରେ ଇଂଲଣ୍ଡ କ୍ରିକେଟ ବୋର୍ଡ଼ ବିସିସିଆଇ ସହ ଯୋଗାଯୋଗ କରିଛି । ଖାଲି ଏତିକି ନୁହେଁ ଇଂଲଣ୍ଡ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମାଇକଲ ଓ୍ବାନ ବି ଆଇପିଏଲର ୧୮ତମ ସିଜନକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ ବିସିସିଆଇକୁ ବାକି ରହିଥିବା ମ୍ୟାଚକୁ ଇଂଲଣ୍ଡରେ ପୂରା କରିବାକୁ ପରାମର୍ଶ ଦେଇଛନ୍ତି ।
ସେହିଭଳି ପାକିସ୍ତାନରେ ଖେଳାଯାଉଥିବା ପିଏସଏଲ ୨୦୨୫ବି ବଢୁଥିବା ଉତ୍ତେଜନା କାରଣରୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି । ଟୁର୍ଣ୍ଣାମେଣ୍ଟକୁ ଅଟକାଯିବା ପରେ ପିସିବି ବାକି ରହିଥିବା ମ୍ୟାଚକୁ ୟୁଏଇରେ ପୂରା କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ତାକୁ ବିଫଳତାର ସ୍ବାଦ ଚାଖିବାକୁ ପଡ଼ିଲା । ୟୁଏଇ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାକୁ ମନା କରିଦେଇଛି ।