ଭୁବନେଶ୍ବର, ୧୫/୧୨: ଟାର୍ଗେଟରେ ଥିଲେ ବେକାର ଯୁବକ ଯୁବତୀ । ଚାକିରି ଦେବା ବାହାନାରେ ଖବର କାଗଜ ଏବଂ ଅନଲାଇନରେ ଫେକ୍ ୱେବ୍ ସାଇଟ୍ କରି ଦେଉଥିଲେ ବିଜ୍ଞାପନ । ବେରୋଜଗାର ଯୁବକ ଯୁବତୀଙ୍କୁ ଚାକିରି ଦେବା ବାହାନାରେ ଫର୍ମ ଫିଲପ୍ କରାଯାଉଥିଲେ । ୧୦ଟି ରାଜ୍ୟରେ ଠକେଇ ନେଟଓ୍ବର୍କ ବିଛାଇଥିଲା ଅଭିଯୁକ୍ତ । ସମସ୍ତ ଜିଲ୍ଲାରେ ଏକାଧିକ ନକଲି ପଦବୀ ବାହାର କରି କୋଟି କୋଟି ଟଙ୍କା ଟଙ୍କା କରିଥିଲେ ଠକେଇ। ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ଖୋଲି କରୁଥିଲେ ଲୁଟ୍ । କୁଖ୍ୟାତ ଠକକୁ ବିହାରରୁ ଗିରଫ କଲା EOW । ଗିରଫ ଅଭିଯୁକ୍ତ ହେଲେ ବିହାରର ଗୌତମ କୁମାର। ଏନେଇ ସୂଚନା ଦେଇଛନ୍ତି EOW ଏସପି।

ଖବର କାଗଜ ଏବଂ ସୋସିଆଲ ମିଡ଼ିଆ ସାଜିଥିଲା ମାଧ୍ୟମ। ନକଲି ୱେବସାଇଟ୍ ଏବଂ ବିଜ୍ଞାପନ ଦେଇ ବିଛାଉ ଥିଲେ ଠକେଇ ଜାଲ। ଆଉ ଚାକିରି ଆଶାରେ ହୋସ୍ ହରେଇ ଯୁବପିଢି ହେଉଥିଲେ ଠକେଇର ଶିକାର। ବେରୋଜଗାର ଯୁବକ ଯୁବତୀଙ୍କୁ ରୋଜଗାର ଦେବାକୁ କହି କୋଟିକୋଟି ଟଙ୍କା ଟଙ୍କା ଠକେଇ କରିବା ଅଭିଯୋଗ ପରେ ଅଭିଯୁକ୍ତକୁ ବିହାରରୁ ଗିରଫ କଲା EOW । ଗିରଫ ଅଭିଯୁକ୍ତ ହେଲେ ବିହାରର ଗୌତମ କୁମାର |

ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ GRKS ବିଭିନ୍ନ ଜିଲା, ବ୍ଲକ୍ କୋର୍ଡିନେଟର, କମ୍ପ୍ୟୁଟର ଅପରେଟର, ବ୍ଲକ୍ ସୁପରଭାଇଜର ନିଯୁକ୍ତି ପାଇଁ ବିଭିନ୍ନ ଖବରକାଗଜରେ ବିଜ୍ଞପ୍ତି ପ୍ରକାଶ କରିଥିଲା । ଏଥିପାଇଁ ଦରଖାସ୍ତ ଆହ୍ଵାନ କରିବା ସହ ପ୍ରତ୍ୟେକ ଆବେଦନକାରୀଙ୍କ ନିକଟରୁ ପଞ୍ଜୀକରଣ ଫି’ ବାବଦକୁ ୩୨୦ ଟଙ୍କା ନେଇଥିଲା | ଚାକିରି ପାଇବା ଆଶାରେ ପାଖାପାଖି ୧୦ ରାଜ୍ୟର ୧ ଲକ୍ଷରୁ ଅଧିକ ଯୁବକ ଯୁବତୀ ଆବେଦନ କରିବା ସହ RGKS ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଥିବା ଜଣାପଡ଼ିଛି। ହେଲେ ପରବର୍ତ୍ତୀ ସମୟରେ ଏହା ଏକ ଠକେଇ ସଂସ୍ଥା ବୋଲି ଜଣାପଡ଼ିଥିଲା । ଏନେଇ ଠକେଇର ଶିକାର ହୋଇଥିବା ଯୁବକ ଯୁବତୀ ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚ EOW ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ତଦନ୍ତ ବେଳେ କମ୍ପାନୀର ମୁଖ୍ୟ ବିହାରର ଗୌତମ କୁମାର ଦୀର୍ଘଦିନ ଧରି ଫେରାର ହୋଇଯାଇଥିଲେ ।

EOW ପକ୍ଷରୁ ଗୌତମ ନାମରେ NBW ଜାରି କରାଯାଇଥିଲ । ଶେଷରେ ଗୌତମଙ୍କୁ ବିହାରରୁ ଗିରଫ କରି ଟ୍ରାନ୍ଜିଟ୍ ରିମାଣ୍ଡରେ ଆଣିଛି | ପୂର୍ବରୁ ଏହି ମାମଲରେ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରା ଯାଇସାରିଛି। ସେପଟେ ଚାକିରି ପାଇଁ କୌଣସି ଜାଗାରେ ବିଜ୍ଞାପନ ବାହାରିଲେ ପ୍ରଲୋଭିତ ନହୋଇ ପ୍ରଥମେ ଭଲ ଭାବରେ ସେ କମ୍ପାନୀ ଓ ତାର ତଥ୍ୟ ଜାଣିବାକୁ ଯୁବ ପିଢ଼ିକୁ ଅପିଲ କରିଛନ୍ତି ଏସପି।