ନୂଆଦିଲ୍ଲୀ,୩୧/୦୧: ସଂସଦରେ ୨୦୨୪-୨୫  ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ ଉପସ୍ଥାପିତ । ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ  ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ୨୦୨୫-୨୬ ଜିଡ଼ିପି ଗ୍ରୋଥ ରେଟ୍ ୬.୩% ରୁ ୬.୮ % ମଧ୍ୟରେ ରହିବାର ଅନୁମାନ କରାଯାଇଛି । ଗତ ୪ ବର୍ଷରେ ସବୁଠୁ କମ୍ ବିକାଶ ଆଶଙ୍କା କରାଯାଉଛି। ସେହିପରି  ଗତ ବର୍ଷ ୨୨ ଜୁଲାଇ ୨୦୨୪ ଆର୍ଥିକ ସର୍ଭେରେ ୬. ୫% ରୁ ୭ % ମଧ୍ୟରେ ଜିଡିପି ଗ୍ରୋଥ ରେଟ୍ ରହିବା ନେଇ ଅନୁମାନ କରାଯାଇଥିଲା ।   

ଏହା ମଧ୍ୟ ପଢନ୍ତୁ- ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ; କହିଲେ 'ସରକାରୀ ଯୋଜନାରୁ ଗରିବଙ୍କୁ ମିଳୁଛି ସମ୍ମାନ, ୨୫ କୋଟି ଲୋକ ଗରିବୀ ମୁକ୍ତ'

ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦର ମିଳିତ ଅଧିବେଶନରେ ଉପସ୍ଥାପନ କରିଥିବା ୨୦୨୪-୨୫ ପାଇଁ ଦେଶର ଆର୍ଥିକ ସର୍ଭେ ରିପୋର୍ଟ  ଅନୁଯାୟୀ, ୨୦୨୫-୨୬ରେ ଜିଡ଼ିପି ଗ୍ରୋଥ ୬.୩ରୁ ୬.୮ %  ମଧ୍ୟରେ ରହିବା  ଅନୁମାନ କରାଯାଇଥିବା ନେଇ ପିଟିଆଇ ପକ୍ଷରୁ ସୂଚନା ମିଳିଛି। ସେହିପରି ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ଜିଡିପି ଅଭିବୃଦ୍ଧି ହାର ହ୍ରାସ ପାଇଁ ପ୍ରଭାବ ପକାଇଛି ବାହ୍ୟ ଚ୍ୟାଲେଞ୍ଜ। ଏହି ସର୍ଭେରେ ରପ୍ତାନି ହ୍ରାସ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଚାଇନା ଉପରେ ଉତ୍ପାଦନ କ୍ଷେତ୍ରର ନିର୍ଭରଶୀଳତାକୁ ନେଇ ଅର୍ଥନୈତିକ ସର୍ଭେରେ ଉଦ୍ବେଗ ପ୍ରକାଶ କରାଯାଇଛି। ଏହି ସର୍ଭେରେ ଶିଳ୍ପଗୁଡିକର ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।