ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ ,୨୦୨୫-୨୬ ଜିଡ଼ିପି ଗ୍ରୋଥ ରେଟ୍ ୬.୩% ରୁ ୬.୮ % ମଧ୍ୟରେ ରହିବା ଅନୁମାନ

Published By : Anindita Ratha | January 31, 2025 2:06 PM

ନୂଆଦିଲ୍ଲୀ,୩୧/୦୧: ସଂସଦରେ ୨୦୨୪-୨୫  ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ ଉପସ୍ଥାପିତ । ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ  ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ୨୦୨୫-୨୬ ଜିଡ଼ିପି ଗ୍ରୋଥ ରେଟ୍ ୬.୩% ରୁ ୬.୮ % ମଧ୍ୟରେ ରହିବାର ଅନୁମାନ କରାଯାଇଛି । ଗତ ୪ ବର୍ଷରେ ସବୁଠୁ କମ୍ ବିକାଶ ଆଶଙ୍କା କରାଯାଉଛି। ସେହିପରି  ଗତ ବର୍ଷ ୨୨ ଜୁଲାଇ ୨୦୨୪ ଆର୍ଥିକ ସର୍ଭେରେ ୬. ୫% ରୁ ୭ % ମଧ୍ୟରେ ଜିଡିପି ଗ୍ରୋଥ ରେଟ୍ ରହିବା ନେଇ ଅନୁମାନ କରାଯାଇଥିଲା ।   

ଏହା ମଧ୍ୟ ପଢନ୍ତୁ- ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ; କହିଲେ 'ସରକାରୀ ଯୋଜନାରୁ ଗରିବଙ୍କୁ ମିଳୁଛି ସମ୍ମାନ, ୨୫ କୋଟି ଲୋକ ଗରିବୀ ମୁକ୍ତ'

ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦର ମିଳିତ ଅଧିବେଶନରେ ଉପସ୍ଥାପନ କରିଥିବା ୨୦୨୪-୨୫ ପାଇଁ ଦେଶର ଆର୍ଥିକ ସର୍ଭେ ରିପୋର୍ଟ  ଅନୁଯାୟୀ, ୨୦୨୫-୨୬ରେ ଜିଡ଼ିପି ଗ୍ରୋଥ ୬.୩ରୁ ୬.୮ %  ମଧ୍ୟରେ ରହିବା  ଅନୁମାନ କରାଯାଇଥିବା ନେଇ ପିଟିଆଇ ପକ୍ଷରୁ ସୂଚନା ମିଳିଛି। ସେହିପରି ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ଜିଡିପି ଅଭିବୃଦ୍ଧି ହାର ହ୍ରାସ ପାଇଁ ପ୍ରଭାବ ପକାଇଛି ବାହ୍ୟ ଚ୍ୟାଲେଞ୍ଜ। ଏହି ସର୍ଭେରେ ରପ୍ତାନି ହ୍ରାସ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଚାଇନା ଉପରେ ଉତ୍ପାଦନ କ୍ଷେତ୍ରର ନିର୍ଭରଶୀଳତାକୁ ନେଇ ଅର୍ଥନୈତିକ ସର୍ଭେରେ ଉଦ୍ବେଗ ପ୍ରକାଶ କରାଯାଇଛି। ଏହି ସର୍ଭେରେ ଶିଳ୍ପଗୁଡିକର ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.