ନୂଆଦିଲ୍ଲୀ, ୦୬/୦୮ : ଲୋକଙ୍କୁ ଡିଜିଟାଲ୍ ଆରେଷ୍ଟ କରି ୨୬୦ କୋଟି ଟଙ୍କାର ଠକେଇ ମାମଲା। ସାଇବର୍ ଅପରାଧୀଙ୍କ ଉପରେ ବଡ଼ ପ୍ରହାର୍। ଗ୍ଲୋବାଲ୍ ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍। ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ଓ ଡେରାଡୁନ୍ ସମେତ ୧୧ରୁ ଅଧିକ ଠିକଣାରେ ଚଢାଉ। ସିବିଆଇ ଏବଂ ଦିଲ୍ଲୀ ପୁଲିସର ଏଫଆଇଆରକୁ ଆଧାର କରି ଏହି ରେଡ୍ କରାଯାଉଛି।
ଯାଞ୍ଚ ଏଜେନ୍ସି ସୂଚନା ଅନୁଯାୟୀ, ଅଭିଯୁକ୍ତ ନିଜକୁ ପୁଲିସ ଏବଂ ଯାଞ୍ଚ ଅଧିକାରୀ ଦର୍ଶାଇ ବହୁ ବିଦେଶୀ ଏବଂ ଭାରତୀୟ ନାଗରିକଙ୍କୁ ଠକୁଥିଲା। ଆଉ କିଛି ମାମଲାରେ ମାଇକ୍ରୋସପ୍ଟ ଓ ଆମାଜନ୍ର ଟେକ୍ ସପୋର୍ଟ ସାଜି ଠକେଇ କରିଥିଲା। ଲୋକଙ୍କୁ ଡରାଇ ଧମକାଇ ଡିଜିଟାଲ୍ ଆରେଷ୍ଟ କରି କୋଟି କୋଟି ଟଙ୍କା ଠକିଥିଲା। ଏହି ଟଙ୍କା ସବୁକୁ କ୍ରିପ୍ଟୋ କରେନ୍ସିରେ ପରିବର୍ତ୍ତନ କରି ମୁଖ୍ୟ ଅଭିଯୁକ୍ତ ନିକଟକୁ ପଠାଯାଇଥିଲା। ଏହିପରି ଭାବେ ଅଭିଯୁକ୍ତ ପ୍ରାୟ ୨୬୦ କୋଟିର ବିଟ୍ କଏନ୍ ଠୁଳ କରିଥିଲା। ଏହି ବିଟକଏନଗୁଡ଼ିକୁ USDTରେ ବଦଳାଇ ଅପରେଟରମାନଙ୍କ ମାଧ୍ୟମରେ UAEରେ ନଗଦରେ ପରିଣତ କରାଯାଇଥିଲା। ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହି ସାଇବର୍ ଅପରାଧର ନେଟୱାର୍କ ମାଡ଼ିଥିଲା। ଏହି ମାମଲାରେ ଏବେ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ବୁଧବାର ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ଓ ଡେରାଡୁନ୍ ସମେତ ୧୧ରୁ ଅଧିକ ଠିକଣାରେ ଚଢାଉ କରିଛି।
Enforcement Directorate (ED) is conducting search operations at 11 premises situated at Delhi, Noida, Gurugram and Dehradun in the matter of global cyber fraud. The investigation under Prevention of Money Laundering Act was initiated on the basis of FIRs registered by CBI and…
— ANI (@ANI) August 6, 2025