ନୂଆଦିଲ୍ଲୀ,୧୭।୭: ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ରବର୍ଟ ଭଦ୍ରାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚାର୍ଜସିଟ୍ ଦାଖଲ କରିଛି। ଏହାଛଡା ଇଡି ଭସ୍ରାଙ୍କ ୪୩ଟି ସମ୍ପତ୍ତିକୁ ମଧ୍ୟ ଜବତ କରିଛି। ଏହାର ମୂଲ୍ୟ ପ୍ରାୟ ୩୬ କୋଟି ଟଙ୍କାର ବୋଲି ଜଣାପଡିଛି। ଶିକୋହପୁର ଲ୍ୟାଣ୍ଡ ଡିଲ୍ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇଡି ଶିକୋହପୁର ଲ୍ୟାଣ୍ଡ ଡିଲ୍ ମାମଲାରେ ଚାର୍ଜସିଟ୍ ଫାଇଲ କରିଛି। ଏହି ମାମଲାରେ ମନି ଲଣ୍ଡରିଂର ମଧ୍ୟ ଅଭିଯୋଗ ରହିଛି। ଏହାର ଯାଞ୍ଚ ପାଇଁ ଇଡିକୁ ଦାୟିତ୍ବ ଦିଆଯାଇଛି। ଚାର୍ଜସିଟ୍ରେଭଦ୍ରାଙ୍କ ବ୍ୟତୀତ କିଛି ଅନ୍ୟ ଲୋକ ଏବଂ କମ୍ପାନୀର ନାଁ ମଧ୍ୟ ରହିଛି। ଏହି ମାମଲା ଗୁରଗାଓଁର ଶିକୋହପୁରରେ ହୋଇଥିବା ଲ୍ୟାଣ୍ଡ ଡିଲ୍, ଯେଉଁଥିରେ ଡିଏଲଏଫ୍କୁ ଜମି ଟ୍ରାନ୍ସଫର କରାଯାଇଥିଲା।
ଏହି ପୁରା ମାମଲା ହରିୟାଣା ମାନେସର-ଶିକୋହପୁରର ଲ୍ୟାଣ୍ଡ ଡିଲ୍ର ,ଯେଉଁଠି ବର୍ତ୍ତମାନ ଏବେ ଗୁରଗାଓଁ ସେକ୍ଟର-୮୩ ହୋଇସାରିଛି। ଏହି ଲ୍ୟାଣ୍ଡ ଡିଲ୍ ୨୦୦୮ ରେ ସ୍କାଇଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ ନାମରେ ହୋଇଥିଲା। ପୂର୍ବରୁ ରବର୍ଟ ଭ୍ରଦା ଏହି କମ୍ପାନୀର ଡାଇରେକ୍ଟର ଥିଲେ। ସେତେବେଳେ କଂଗ୍ରେସ ସରକାର ଥିଲା ଓ ଭୂପିନ୍ଦର ସିଂହ ହୁଡ୍ଡା ମୁଖ୍ୟମନ୍ତ୍ରୀ ଥିଳେ। ଏହି ଜମିକୁ ସେପ୍ଟେମ୍ବର ୨୦୧୨ ରେ କମ୍ପାନୀ ଡିଏଲଏଫ୍କୁ ୫୮ କୋଟି ଟଙ୍କାରେ ବିକ୍ରି କରିଥିଲା। ଏହି ମାମଲା ସେତେବେଳେ ଚର୍ଚ୍ଚାରେ ଥିଲା, ଯେତେବେଳେ ୨୦୧୨ ରେ ଆଇଏଏସ୍ ଅଧିକାରୀ ଅଶୋକ ଖେମକା ଏହି ଲ୍ୟାଣ୍ଡ ଡିଲ୍ର ମ୍ୟୁଟେସନ୍ ଅର୍ଥାତ ଦାଖଲ ରଦ୍ଦ କରିଥିଲେ।
ପ୍ରବର୍ତ୍ତନ ନିର୍ଦେଶାଳୟ ରବର୍ଟ ଭଦ୍ରାଙ୍କୁ ୧୪ ଜୁଲାଇରେ ମଧ୍ୟ ୫ ଘଣ୍ଟ ପର୍ଯ୍ୟନ୍ତ ପଚରା ଉଚରା କରିଥିଲା।। ସେ ସକାଳ ୧୧ଟା ବେଳେ ଇଡି ଅଫିସରେ ପହଁଞ୍ଚିଥିଲେ ଓ ୪ଟା ବେଳେ ସେଠାରୁ ବାହାରିଥିଲେ। ଭ୍ରଦାଙ୍କ ସହ ପତ୍ନୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଇଡି ଅଫିସ ପର୍ଯ୍ୟନ୍ତ ପହଁଞ୍ଚି ଯାଇଥିଲା। ତାଙ୍କର ବୟାନ ପ୍ରିଭେନସନ୍ ଅଫ ମନି ଲଣ୍ଡରିଂ ଆକ୍ଟ ଅନୁସାରେ, ମାମଲା ରୁଜୁ କରାଯାଇଥିଲା। ଇଡିର କହିବା ଅନୁସାରେ, ତାଙ୍କୁ ପୁଣିଥରେ ଡକାଯାଇପାରେ, କାରଣ ବହୁ ମାମଲାରେ ଭଦ୍ରା ଖୋଲାଖୋଲି ଜବାବ୍ ଦେଇ ନାହାନ୍ତି। ଇଡିର କହିବା ଅନୁସାରେ, ସଞ୍ଜୟ ଭଣ୍ଡାରୀ ଓ ତାଙ୍କ ପରିବାର ଲୋକଙ୍କୁ ସମ୍ପର୍କୀୟଙ୍କୁ ନେଇ ଭଦ୍ରାଙ୍କ ପକ୍ଷରୁ ସନ୍ତୋଷଜନକ ଜବାବ୍ ମିଳିପାରିନି।