ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

'ସାହେବ' ପଠାଇ ଦେଲେ, ଇଡ଼ି ଆସିଗଲେ', ଭୂପେଶ ବଘେଲଙ୍କ ପୁଅ ବିରୋଧରେ ମଦ ଦୁର୍ନୀତି ମାମଲାରେ ଆକ୍ସନ

Published By : Ankita S | July 18, 2025 9:17 AM

ନୂଆଦିଲ୍ଲୀ,୧୮/୦୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାସଭବନରେ ରେଡ୍ କରିଛି । ଭିଲାଇ ସ୍ଥିତ ବାସଭବନରେ ଇଡି ଛାପା ମାରିଛି । ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କ ବିରୋଧରେ ମଦ ଦୁର୍ନୀତି ସହ ଜଡ଼ିତ ମାମଲାରେ ଏହି ଚଢାଉ ହୋଇଛି ।

ଇଡ଼ି ରେଡ଼ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମର 'ଏକ୍ସ'ରେ ଭୂପେଶ ବାଘେଲ କହିଛନ୍ତି, ''ଇଡି ଆସିଗଲା । ଆଜି ବିଧାନସଭା ଅଧିବେଶନର ଅନ୍ତିମ ଦିନ । ଆଦାନୀ ପାଇଁ ତମନାରରେ କଟା ଯାଉଥିବା ଗଛ ମୁଦ୍ଦା ଉଠାଇବାର ଥିଲା । ଏହା ପୂର୍ବରୁ ଭିଲାଇ ନିବାସରେ 'ସାହେବ' ଇଡି ପଠାଇ ଦେଲେ ।''

ପୂର୍ବରୁ ହୋଇଥିଲା ରେଡ୍‌- ଏହା ପ୍ରଥମ ନୁହେଁ କି ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ଇଡି ରେଡ୍‌ ହୋଇଛି । ଏହାପୂର୍ବରୁ ଅନେକ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛାପା ମାରିଛି । ଚଳିତବର୍ଷ ମାର୍ଚ୍ଚରେ ଇଡ଼ି ଦୁର୍ଗ ଜିଲ୍ଲାରେ ଥିବା ଭୂପେଶ ବଘେଲଙ୍କ ପୁଅ ଓ ତାଙ୍କ ସହଯୋଗୀଙ୍କ ଘର ସମେତ ୧୪ ଠିକଣାରେ ରେଡ଼ି କରିଥିଲା । ଏଥିରେ ନଗଦ ଟଙ୍କା ଜବତ ହୋଇଥିଲା ।

କ'ଣ ମଦ ଦୁର୍ନୀତି ମାମଲା ? ଛତିଶଗଡରେ ମଦ ଦୁର୍ନୀତିର ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ଦ୍ୱାରା ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରୁ ଜଣାପଡିଛି ଯେ, ରାଜ୍ୟରେ ଏକ ସଂଗଠିତ ମଦ ସିଣ୍ଡିକେଟ୍ କାର୍ଯ୍ୟ କରୁଥିଲା, ଯେଉଁଥିରେ ଅନୱର ଧେବର, ଅନିଲ ଟୁଟେଜା ଏବଂ ଅନେକ ଲୋକ ସାମିଲ ଥିଲେ। ଏହି ଦୁର୍ନୀତିରେ ପ୍ରାୟ ୨୧୬୧ କୋଟି ଟଙ୍କାର ବେଆଇନ ରୋଜଗାର ହୋଇଥିଲା । ତତ୍କାଳୀନ ଅବକାରୀ ମନ୍ତ୍ରୀ ଥିବା କାୱାସି ଲଖମାଙ୍କୁ ଏହି ଦୁର୍ନୀତିରୁ ପ୍ରତି ମାସରେ ବିପୁଳ ପରିମାଣର ନଗଦ ରାଶି ଦିଆଯାଉଥିଲା । ୨୦୧୯ରୁ ୨୦୨୨ ମଧ୍ୟରେ ଏହି ଦୁର୍ନୀତି ହୋଇଛି। ଏଥିରେ ବିଭିନ୍ନ ଉପାୟରେ ବେଆଇନ ରୋଜଗାର କରାଯାଇଥିଲା ।

ମଦ କ୍ରୟ ଉପରେ କମ୍ପାନୀ ଠାରୁ କମିଶନ ଭାବରେ ଲାଞ୍ଚ ନିଆଯାଇଥିଲା । ଏହି ମଦ ଛତିଶଗଡ ରାଜ୍ୟ ମାର୍କେଟିଂ କର୍ପୋରେସନ ଦ୍ୱାରା କିଣାଯାଇଥିଲା । କୌଣସି ରେକର୍ଡ ବିନା ଦୋକାନରୁ ମଦ ବିକ୍ରି କରାଯାଉଥିଲା । ଏହି ବିକ୍ରିରୁ ସରକାରଙ୍କୁ ଗୋଟିଏ ଟଙ୍କା ମଧ୍ୟ ମିଳିନଥିଲା ସମସ୍ତ ଟଙ୍କା ସିଣ୍ଡିକେଟ୍ ପକେଟକୁ ଯାଇଥିଲା । ଡିଷ୍ଟିଲରମାନଙ୍କଠାରୁ ଲାଞ୍ଚ ନିଆଯାଇଥିଲା । ଏହି ମାମଲାରେ ପ୍ରାୟ ୨୦୫ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.