ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପହଲଗାମ ଆତଙ୍କବାଦୀ ଆକ୍ରମଣ: କାଶ୍ମୀର ଯିବାକୁ ଚାହୁଁ ନାହାନ୍ତି ୧୦ରୁ ୬ ଜଣ ପର୍ଯ୍ୟଟକ

Published By : Tapas Panda | April 24, 2025 5:47 PM

Image Courtesy: businesstoday

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଜମ୍ମୁ ଏବଂ କାଶ୍ମୀରର ପର୍ଯ୍ୟଟନ ବଜାର ବିପଦର ସମ୍ମୁଖୀନ ହେବାକୁ ଯାଉଛି । ଲୋକାଲ୍‌ ସର୍କଲ୍ସର ଏକ ସର୍ଭେରୁ ଜଣାପଡିଛି ଯେ, ୧୦ ପରିବାର ମଧ୍ୟରୁ ୬ ପରିବାର ୨୦୨୫ ପାଇଁ ସେମାନଙ୍କର କାଶ୍ମୀର ଯାତ୍ରାର ଯୋଜନା ଏବଂ ବୁକିଂ ବାତିଲ କରିବାକୁ ଯାଉଛନ୍ତି । ସର୍ଭେରେ ଅନ୍ତର୍ଭୁକ୍ତ ୧୦ ଜଣଙ୍କ ମଧ୍ୟରୁ ୩ ଜଣ ଯାତ୍ରୀ ଆଗାମୀ ୩ ବର୍ଷ ମଧ୍ୟରେ ଯେକୌଣସି ସମୟରେ କାଶ୍ମୀର ଯିବା ପାଇଁ ଯୋଜନା କରିଥିଲେ । 

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ଆଭିମୁଖ୍ୟ ଉପରେ ଆଧାର କରି ୧୦ ଜଣଙ୍କ ମଧ୍ୟରୁ ୩ ଜଣ କାଶ୍ମୀର ଯିବାକୁ ଯୋଜନା କରିବେ। ସର୍ଭେରେ ପ୍ରଥମେ ୨୦୨୫ରେ କାଶ୍ମୀର ଯାତ୍ରା ଲାଗି ଯୋଜନା କରିଥିବା କିମ୍ବା ବୁକ୍ କରିଥିବା ଯାତ୍ରୀମାନଙ୍କୁ ସାମିଲ କରାଯାଇଥିଲା । ତାଙ୍କୁ ପଚରାଯାଇଥିଲା ଯେ, ଆପଣ କିମ୍ବା ଆପଣଙ୍କ ପରିବାର ୨୦୨୫ ମେ-ଡିସେମ୍ବର ମଧ୍ୟରେ ଛୁଟି, ଧାର୍ମିକ ପର୍ଯ୍ୟଟନ ପାଇଁ କାଶ୍ମୀର ଯିବାକୁ ଯୋଜନା କରୁଛନ୍ତି କି? 

ଏହି ପ୍ରଶ୍ନର ଉତ୍ତର ଦେଇଥିବା ୬,୮୦୭ ଜଣଙ୍କ ମଧ୍ୟରୁ ୬୨ ପ୍ରତିଶତ ଲୋକ କହିଛନ୍ତି ଯେ, ହଁ ଆମେ ଯୋଜନା କରୁଥିଲୁ। ଏହା ସହ ସେମାନେ ଏବେ ବୁକିଂ ବାତିଲ କରୁଛନ୍ତି ବୋଲି କହିଛନ୍ତି । ସେପଟେ ୩୮ ପ୍ରତିଶତ ଲୋକ ଯୋଜନା ଅନୁସାରେ ଏବେ ବି କାଶ୍ମୀର ଯିବେ ବୋଲି କହିଛନ୍ତି । ସର୍ଭେରେ ସାମିଲ ହୋଇଥିବା ୧୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୬ ଜଣ, ଯେଉଁମାନେ ଚଳିତ ବର୍ଷ ମେ ରୁ ଡିସେମ୍ବର ମଧ୍ୟରେ କାଶ୍ମୀର ଯିବାକୁ ଯୋଜନା କରୁଥିଲେ, ସେମାନଙ୍କର ବୁକିଂ ବାତିଲ ହେବାର ସମ୍ଭାବନା ରହିଛି । 

ପହଲଗାମ ଆକ୍ରମଣ ପରେ ଆଗାମୀ ୩ ବର୍ଷ ମଧ୍ୟ କାଶ୍ମୀର ଯିବାକୁ ଯୋଜନା କରୁଥିବା ଲୋକଙ୍କୁ ଏହି ସର୍ବେକ୍ଷଷରେ ସାମିଲ କରାଯାଇଛି । ଏହି ସର୍ଭେରେ ଦେଶର ୩୬୧ଟି ଜିଲ୍ଲାରେ ରହୁଥିବା ଯାତ୍ରୀଙ୍କ ଠାରୁ ୨୧୦୦୦ରୁ ଅଧିକ ପ୍ରତିକ୍ରିୟା ମିଳିଛି। ୬୩ ପ୍ରତିଶତ ପୁରୁଷ, ୩୭ ପ୍ରତିଶତ ମହିଳା ପ୍ରତିକ୍ରିୟା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.