ନୂଆଦିଲ୍ଲୀ : ଲୋକେ ଘର କରିବା ବେଳେ ଟାଇଲ୍ସକୁ କାନ୍ଥରେ ଲଗାଇବା ସହ ଚଟାଣରେ ମଧ୍ୟ ଲଗାଇ ଥାନ୍ତି। ଏହି ଟାଇଲ୍ସର ଯୋଡ଼ରେ ଧୂଳି ଓ ମଇଳା ଜମା ହୋଇ ଯାଇ ଥାଏ। ଯାହା କିଛି ଦିନରେ କଳା ଲାଇନ୍‌ ଭାବେ ଦେଖିବାକୁ ଲାଗେ , ଯାହା ଖୁବ୍‌ ଅସୁନ୍ଦର ଲାଗିଥାଏ। ଟାଇଲ୍ସ ମଝିରେ ଥିବା ଏହି ମଇଳା ଲାଇନ୍‌ ସହଜରେ କ୍ଲିନ୍‌ ହୋଇ ନଥାଏ । ଏହି ଟିପ୍ସକୁ ଆପଣାଇଲେ , କିଛି ହିଁ ସମୟରେ ସବୁ ଟାଇଲ୍ସର ଲାଇନ୍‌ ସବୁ ଚମକିବାକୁ ଲାଗିବ -

ଟୁଥ୍‌ବ୍ରଶ୍‌ ଓ ଟୁଥପେଷ୍ଟର ସହାଯ୍ୟ ନିଅନ୍ତୁ –

ଟାଇଲ୍ସ ମଝିରେ ଜମା ହୋଇ ଥିବା ମଇଳାକୁ ସଫା କରିବା ପାଇଁ ବେକିଂ ସୋଡା ବା ବେକିଂ ପାଉଡରର ପେଷ୍ଟ କରିବା ବଦଳରେ ହ୍ୱାଇଟ୍‌ କଲରର ଟୁଷ୍ଟପେଷ୍ଟ ନିଅନ୍ତୁ। ଏହାକୁ କିଛି ବି ପୁରୁଣା ଟୁଥବ୍ରସ୍‌ରେ ଲଗାନ୍ତୁ ଏବଂ ଟାଇଲ୍ସ ମଧ୍ୟରେ ଦେଖା ଯାଉ ଥିବା କଳା, ମଇଳା ଲାଇନ୍‌ରେ ରଗଡ଼ନ୍ତୁ। ମଝିରେ ମଝିରେ କିଛି ମାତ୍ରାରେ ପାଣି ବା ହ୍ୱାଇଟ୍‌ ଭିନେଗାର ପକାନ୍ତୁ। ଖୁବ୍‌ ସହଜରେ ସବୁ ଟାଇଲ୍ସ ମଧ୍ୟରେ ଦେଖା ଯାଉଥିବା ମଇଳା , ଧୂଳି ଓ କଳାପଣ ସହଜରେ ସଫା ହୋଇଯିବ। 

ଭିନେଗାରରେ କରନ୍ତୁ ସଫା – 

ହ୍ୱାଇଟ୍‌ ଭିନେଗାରକୁ ଟାଇଲ୍ସର ଏହି କଳା-ମଇଳା ଲାଇନ୍‌ରେ ପକାନ୍ତୁ ଏବଂ କିଛି ମାତ୍ରାରେ ଗରମ ପାଣି ପକାଇ କୌଣସି ବ୍ରସ୍‌ ସାହାଯ୍ୟରେ ରଗଡ଼ନ୍ତୁ। ଏହି ଉପାୟ ମଧ୍ୟ ତୁରନ୍ତ ସବୁ ଟାଇଲ୍ସକୁ ସଫା କରିବାରେ ସାହାଯ୍ୟ କରିବ। 

ହାଇଡ୍ରୋଜେନ ପେରକ୍ସାଇଡ୍‌ ପକାନ୍ତୁ – 

ଟାଇଲ୍ସ ମଝିରେ ଦେଖା ଯାଉ ଥିବା କଳାରଙ୍ଗର ମଇଳା ଲାଇନକୁ ସଫା କରିବା ପାଇଁ ହାଇଡ୍ରୋଜେନ ପେରକ୍ସାଇଡ୍‌କୁ ସ୍ପ୍ରେ କରି ସ୍କ୍ରବରର ରଗଡ଼ନ୍ତୁ। ଏଥିରେ ମଧ୍ୟ ସବୁ ମଇଳା ସହଜରେ ସଫା ହୋଇଯିବ।