ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଦର୍ପଣ ସାଗରକୁ ପୁନରୁଦ୍ଧାର ପାଇଁ ପ୍ରୟାସ, ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରମଦାନ…

Published By : Prameya | May 20, 2025 9:42 PM

ଭବାନୀପାଟଣା ୨୦।୫: ଭବାନୀପାଟଣା ସହରର ପୁରାତନ ଜଳାଶୟ'ଦର୍ପଣ ସାଗର'  ଦିନକୁ ଦିନ ପୋତି ହୋଇ ଅସ୍ତିତ୍ବ ହରାଇବାକୁ ବସିଥିବା ବେଳେ ଏହାକୁ ଜମି ମାଫିଆ ମାନେ ଧିରେ ଧିରେ କବଜା କରିବାକୁ ବସିଛନ୍ତି। ଏହାକୁ ରୋକିବା ସହ ଦର୍ପଣ ସାଗରକୁ ପୁନରୁଦ୍ଧାର ପାଇଁ ପ୍ରୟାସ କରିଛନ୍ତି ସହରର ବିଭିନ୍ନ ସଂଗଠନ ଓ ସ୍ଥାନୀୟ ବାସିନ୍ଦା।  ଆଜି ଏକତ୍ରିତ ହୋଇ ଶ୍ରମଦାନ କରି କଟା ଯାଇଥିବା ଏହାର ହୁଡ଼ାକୁ ମାଟି ପକାଇ ବନ୍ଦ କରିଥିଲେ l ଦର୍ପଣ ସାଗର ସୁରକ୍ଷା ସଂଗ୍ରାମ ସମିତି, ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ, ଜନ୍ମ ମାଟି ସୁରକ୍ଷା ପରିଷଦ ଆନୁକୁଲ୍ୟରେ ସ୍ଥାନୀୟ ବାସିନ୍ଦା ଓ ସଂଗଠନର କର୍ମୀ ମାନେ ସକାଳ ୬ ଟାରେ ଶ୍ରମଦାନ କରିଥିଲେ l 

ଏଥିରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ତଥା ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ବାଗ, ଜିଲ୍ଲା ଆବାହକ ଜ୍ୟୋତ୍ସ୍ନା ବଗର୍ତ୍ତି, ବେନୁ ଦୁର୍ଗା, ମନ୍ଦାକିନୀ ବଣୁଆ, ଦର୍ପଣ ସାଗର ସୁରକ୍ଷା ସଂଗ୍ରାମ ସମିତିର ସଭାପତି ସନ୍ତୋଷ ଧଙ୍ଗଡା ମାଝୀ, ଜନ୍ମମାଟି ସୁରକ୍ଷା ସଂଗ୍ରାମ ସମିତିର ସଭାପତି ବିଜୟ ସାହୁ ଓ ଆବାହକ ଗିରିଧାରୀ ପାତ୍ର, ସୁରେଶ ମାଝୀ, ପ୍ରଦୀପ ନାୟକ, ଯୋଗେଶ୍ୱରି ଧଙ୍ଗଡା ମାଝି ପ୍ରମୁଖ ଯୋଗ ଦେଇଥିଲେ l ଅପରାହ୍ନରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏହି ଜଳାଶୟ ସମେତ ସହରର ଅନ୍ୟ ପୋଖରୀ ଗୁଡ଼ିକର ସୁରକ୍ଷା ପାଇଁ ଦାବି କରିଥିଲେ l

ସୂଚନା ଯୋଗ୍ୟ, ଭବାନୀପାଟଣା ସହରରେ ଥିବା ପୁରାତନ ଜଳାଶୟ ଭିତରୁ ଦର୍ପଣ ସାଗର ଏକ ପ୍ରମୁଖ ଜଳ ଉତ୍ସ l ଏହା ଉପରେ ସହରର ୧୫ ହଜାରରୁ ଅଧିକ ଲୋକ ନିର୍ଭର କରି ଆସୁଛନ୍ତି l ବହୁ ପୂର୍ବରୁ କଳାହାଣ୍ଡି ମହାରାଜାଙ୍କ ଦ୍ଵାରା ନିର୍ମିତ ଏହି ଜଳାଶୟ ସହରର ଜୀବନ ରେଖା ସଦୃଶ । ମାତ୍ର ଏହା ଆଜି ମୃତ ହେବାକୁ ବସିଛି। ଏହାର ଶଯ୍ୟlକୁ ଜମି ମାଫିଆ ମାନେ କବଳିତ କରି ସାରିଲେଣି l ପୂର୍ବରୁ ସ୍ଥାନୀୟ ବାସିନ୍ଦା ବାରମ୍ଵାର ଜିଲ୍ଲା ପ୍ରଶାସନକୁ ଏହି ଜଳାଶୟକୁ ସୁରକ୍ଷା ଦେବା ପାଇଁ ନିବେଦନ କରି ଆସୁଥିଲେ l ମାତ୍ର ତାହାର ସୁଫଳ ମିଳି ପାରିନାହିଁ l ତେଣୁ ଆଜି ବାଧ୍ୟ ହୋଇ ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ସଂଗଠନ ଦର୍ପଣ ସାଗର"କୁ ପୁନରୁଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.