ଫିରିଙ୍ଗିଆ,୧୧/୧୧: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ତଣ୍ଡ୍ରି ଗାଁ ନିକଟରେ ଇଆଇସି ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ଏସପି ହରିଶ ବିଶିଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଇଆଇସିର ଏକ ଟିମ ଆଜି ଅର୍ଥାତ ମଙ୍ଗଳବାର ସକାଳ ୯ ଟାରୁ ତଣ୍ଡ୍ରି ଗାଁ ମୁଖ୍ୟ ରାସ୍ତାରେ ବାଇକ ଆରୋହୀଙ୍କ ସହ ପ୍ରତ୍ୟେକ ଯାନବାହାନର ଡ୍ରାଇଭରଙ୍କୁ ସିଟ ବେଲ୍ଟ, ଲଗାଇ ଗାଡି ଚଳାଇବା, ଗୋଟିଏ ବାଇକରେ ଦୁଇ ଜଣ ହେଲମେଟ ବ୍ୟବହାର କରିବା, ଆବଶ୍ୟକୀୟ ସତର୍କତା ସହ ଦ୍ରୁତ ଗତିରେ ଗାଡି ନ ଚଲେଇବାକୁ ସଚେତନ କରାଇଥିଲେ। ସଚେତନ ସମୟରେ ବାଇକ ଚାଳକ ହେଲମେଟ ବ୍ୟବହାର କରିଥିଲେ ସେମାନଙ୍କୁ ସଚେତନ କରିବା ସହ ତାଙ୍କୁ ଗୋଲାପ ଫୁଲ ଦେଇ ସଚେତନ କରାଯାଉଥିଲା ।

ସେହିପରି  କାର ଚାଳକ ବେଲ୍ଟ ପିନ୍ଧି ଚଳାଉଥିଲେ ତାଙ୍କୁ ସଚେତନ କରିବା ସହ ଗୋଲାପ ଫୁଲ ଦେଇ ସମସ୍ତ ଯାତ୍ରୀ ବେଲ୍ଟ ବ୍ୟବହାର କରିବାକୁ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି । ଫିରିଙ୍ଗିଆ ସରପଞ୍ଚ ଜଳଧର କହଁର ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଥିଲେ । ସଚେତନତା ବେଳେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁରଙ୍କୁ ମଧ୍ୟ ସଚେତନ କରିବା ସହ ଗୋଲାପ ଫୁଲ ଦେଇଥିବା ଦେଖିବାକୁ ମିଳିଛି । ଫିରିଙ୍ଗିଆରେ ପ୍ରଥମେ ଏହି  ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଗକୁ ଜିଲ୍ଲାର ପ୍ରତ୍ୟେକ ଥାନା ଅଞ୍ଚଳରେ ଲିଫଲେଟ ଦେଇ ସଚେତନ କରାଯିବ ବୋଲି ଟିମ ଲିଡର ଚକ୍ରଧର ମହାରଣା ସୂଚନା ଦେଇଛନ୍ତି ।