ବାଉଁଶୁଣୀ,୫/୧୨: ଶୁକ୍ରବାର ଅପରାହ୍ନ ୪ ଟା ବେଳେ ୫୭ ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ଥାନା ଜମଟାଙ୍ଗୀ ଛକ ନିକଟରେ ବାଇକକୁ ଏକ ଆଇଚର୍ ଟ୍ରକ ଧକ୍କା ଦେଇଥିଲା। ଫଳରେ ବାଇକରେ ଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବାଉଁଶୁଣୀ ଥାନା ଜମଘାଟି ଗାଁର ସତ୍ୟ ମେହେର, ତାଙ୍କ ପତ୍ନୀ ମୈଥିଳି ମେହେର ଓ ପୁଅ ଲୋକନାଥ ମେହେର ନିଜ ବାଇକ ଯୋଗେ ବାଗଡ଼ିଆ ଗ୍ରାମରୁ ନିଜ ଘରକୁ ଫେରୁଥିଲେ। ଜମଟାଙ୍ଗୀ ଛକ ନିକଟରେ ବୌଦ୍ଧରୁ ସୋନପୁର ଆଡ଼କୁ ଯାଉଥିବା ଏକ ଆଇଚର୍ ଟ୍ରକ ବାଇକକୁ ଧକ୍କା ଦେଇଥିଲା। ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦମକଳ ବାହୀନି ସାହାଯ୍ୟରେ ସମସ୍ତ ଗୁଋତରଙ୍କୁ ଉଦ୍ଧାର କରି ବାଉଁଶୁଣୀ ଡାକ୍ତର ଖାନା ପଠାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସମସ୍ତ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ୍ ଯୋଗେ ସୋନପୁର ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।